Home ଜିଲ୍ଲା ପରିକ୍ରମା ଆଜି ପବିତ୍ର ରକ୍ଷାବନ୍ଧନ, ମୋବାଇଲ ଯୁଗରେ ହଜିଯାଇଛି ରାକ୍ଷୀର ଚାହିଦା

ଆଜି ପବିତ୍ର ରକ୍ଷାବନ୍ଧନ, ମୋବାଇଲ ଯୁଗରେ ହଜିଯାଇଛି ରାକ୍ଷୀର ଚାହିଦା

38

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାରେ ବାରମାସରେ ତେର ପର୍ବ ହୋଇଥାଏ। ତେଣୁ ଓଡ଼ିଶାର କଳା ସଂସ୍କୃତି ପରମ୍ପରା ମହାନ। ଏହାକୁ ବଂଚାଇ ରଖିବା ପାଇଁ ପ୍ରତି ଓଡ଼ିଆ ବ୍ୟସ୍ତ ଓ ବିବ୍ରତ। ଭାଇ ଓ ଭଉଣୀର ପବିତ୍ର ସଂପର୍କକୁ ଉଦ୍‌ଜିବିତ ରଖିବା ପାଇଁ ରକ୍ଷାବନ୍ଧନ ଉତ୍ସବ କେଉଁ ଆବାହନୀ କାଳରୁ ପାଳିତ ହୋଇଆସୁଛି। ବିଜ୍ଞାନର ଅଗ୍ରଗତି ତାଳେ ତାଳେ ଲୋକେ ପର୍ବପର୍ବାଣୀକୁ ସେହି ଢଙ୍ଗରେ ପାଳନ କରିବାକୁ ପଛାଉ ନାହାଁନ୍ତି। ଆଧୁନିକ ପରମ୍ପରାକୁ ଆପଣେଇବାକୁ ଯାଇ ମନୁଷ୍ୟ ତା ରୁଚିରେ ବହୁ ପରିବର୍ତ୍ତନ ଆଣିଛି। ପ୍ରତ୍ୟେକ ମନୁଷ୍ୟର ଜୀବନ ଶୈଳିରେ ନୂତନତ୍ୱର ବାସ୍ନା ବାରି ହୋଇଯାଉଛି। ସମସ୍ତେ ନିଜର ଜୀବନ ଶୈଳିକୁ ସମୟର ତାଳେ ତାଳେ ଗତିଶୀଳ କରିବାକୁ ଇଚ୍ଚା ପ୍ରକଟ କରିବାରୁ ଆବିଷ୍କୃତ ହେଲା କମ୍ପ୍ୟୁଟର ଓ ମୋବାଇଲ। ତାହା ପରେ ପୁଣି ଆରମ୍ଭ ହେଲା ଇଣ୍ଟରନେଟ୍ ର ଯୁଗ। ଏହି ଇଣ୍ଟରନେଟ ଯୁଗରେ ମନୁଷ୍ୟ ଖେଳନା ଠାରୁ ଆରମ୍ଭକରି ପରମାଣୁ ବୋମା ତିଆରି କରିବାକୁ ସକ୍ଷମ ହୋଇପାରିଛି। ଇଣ୍ଟରନେଟ୍ ମାଧ୍ୟମରେ ନିଜର ଦୈନିକ ଆସବାବ ପତ୍ର କିଣାବିକା କରିବା ସହ ବହୁ ତଥ୍ୟ ତଥା ବ୍ୟାଙ୍କ ଉପଯୋଗୀ ଯେପରି ଟଙ୍କା ପକାଇବା ଟଙ୍କା ଉଠାଇବା, ବିଭିନ୍ନ ଅଜଣା ବିବରଣୀ ଜାଣି ପାରିବା, ଅଜଣା ବ୍ୟକ୍ତି ଙ୍କ ସହ ସୁସଂପର୍କ ସ୍ଥାପନ କରିବା, ଦୂରଦୂରାନ୍ତରୁ ଏହା ମାଧ୍ୟମରେ ଖବର ପଠାଇ ପାରିବା ମୁଖ୍ୟତଃ ଆଜିର ଦୁନିଆରେ ସମୟର ଅଭାବରୁ ଓ ସ୍ୱଚ୍ଚତା ସଂପର୍ଣ୍ଣ ପରିକ୍ଷା କରିବା ପାଇଁ ପ୍ରତ୍ୟେକ ସରକାରୀ ଓ ବେସରକାରୀ ସଂସ୍ଥା ସେମାନଙ୍କର ସଂପୂର୍ଣ୍ଣ ବିବରଣୀ ଇଣ୍ଟରନେଟ୍‌ରେ ୱେବ୍ ପେଜ୍ ମାଧ୍ୟମରେ ପରିପ୍ରକାଶ କରୁଛନ୍ତି। ଇଣ୍ଟରନେଟ ଏପରି ଏକ ମାଧ୍ୟମ ଯାହା ମାଧ୍ୟମରେ ସେ ନିଜର ଭାବ ପ୍ରବଣତାକୁ କାଳ୍ପନିକ ଛବି ଓ ଶବ୍ଦ ତରଙ୍ଗ ମାଧ୍ୟମରେ ତା ଭାଇଙ୍କୁ ସ୍ୱଳ୍ପ ମୂଲ୍ୟରେ ପ୍ରେରଣ କରିପାରିଥାଏ।

ଯଦି ଜଣେ ତା ଭାଇଙ୍କୁ ସେ ତାଙ୍କ ଘରେ ଯଦି କମ୍ପ୍ୟୁଟର ଓ ଇଣ୍ଟରନେଟର ସୁବିଧା ବା କୈାଣସି ସାଇବର କାଫେ ଯାଇ ଶ୍ୱଳ୍ପ ଅର୍ଥରେ ତାଙ୍କର ଭାବପ୍ରବଣତାର ବାର୍ତ୍ତା ସଂଗ୍ରହ କରି ତାଙ୍କ ବଂଧୁଙ୍କୁ ପ୍ରେରଣ କରିପାରୁଛନ୍ତି ଏବଂ ତାଙ୍କ ବଂଧୁ ତାହା ପ୍ରାପ୍ତ କଲେକି ନାହିଁ ତାହା ମଧ୍ୟ ଜାଣିପାରୁଛନ୍ତି। ଏବଂ ତାହାର ପ୍ରତିଉତ୍ତର ମଧ୍ୟ ସଙ୍ଗେସଙ୍ଗେ ପାଉଛନ୍ତି। ସେହିପରି ମୋବାଇଲ ମାଧ୍ୟମରେ ମଧ୍ୟ ବହୁତ ସ୍ୱଳ୍ପ ମୂଲ୍ୟରେ ମେସେଜ୍ କାର୍ଡ଼ ପକାଇ ଭଉଣୀମାନେ ଭାଇମାନଙ୍କୁ ରାକ୍ଷୀ ବନ୍ଧନର ଅଭିନନ୍ଦନ ଜଣାଇ ପାରୁଛନ୍ତି। ଭଲ ଭଲ ନାମି ଦାମି କମ୍ପାନୀର ହ୍ୟାଣ୍ଡ ସେଟ୍ ମାଧ୍ୟମରେ ମେସେଜ୍ ସହ ପିକ୍‌ଚର ମେସେଜ୍ ପଠାଇ ପାରୁଛନ୍ତି। ଏହି ସବୁ ଭିତରେ ହଜି ଯାଇଛି ରାକ୍ଷୀର ଚାହିଦା। କମ୍ପ୍ୟୁଟର ଓ ମୋବାଇଲର ପ୍ରଚଳନ ନହୋଇଥିବା ସମୟରେ ରାକ୍ଷୀ ଅଭିନନ୍ଦନର ମାଧ୍ୟାମ ହେଉଛି ରାକ୍ଷୀକୁ ଡ଼ାକ ସେବା ମାଧ୍ୟମରେ ପଠାଯାଉଥିଲା। ସେଥି ପାଇଁ ଜୁଲାଇ ମାସରୁ ଆରମ୍ଭ ହୋଇଯାଉଥିଲା ରାକ୍ଷୀ ପଠାଇବାର ପର୍ବ। ବିଭିନ୍ନ ପ୍ରକାର ରାକ୍ଷୀକୁ ନେଇ ଷ୍ଟଲ ମାନ ମଧ୍ୟ ଖୋଲା ଯାଉଥିଲା। ଗ୍ରାମାଞ୍ଚଳରୁ ସହରାଞ୍ଚଳର କୈାଣସି ନା କୈାଣସି ସ୍ଥାନରେ ରାକ୍ଷୀ ଦୋକାନ ଦେଖିବାକୁ ମିଳୁଥିଲା। ଏଥି ସହିତ ସରକାରୀ ଡ଼ାକ ଘର ଓ କୋରିୟର ସଂସ୍ଥାମାନ ଚଳଚଞ୍ଚଳ ହୋଇ ଉଠୁଥିଲୋ ସେମାନଙ୍କର ମଧ୍ୟ ଦୁଇ ପଇସା ରୋଜଗାର ହେଉଥିଲା। ଏବଂ ରାକ୍ଷୀ ଟେ ଆସି ପହଞ୍ଚିବା କ୍ଷଣି ସେହି ପରିବେଶରେ ଏକ ଅନନ୍ୟ ଖୁସିର ବାତାବରଣ ସୃଷ୍ଟି ହେଉଥିଲା। ସେ ସବୁ ଆଜି ହଜି ଯାଉଛି। ଆଧୁନିକ ତଥା ଇଣ୍ଟରନେଟ ଯୁଗରେ ରାକ୍ଷୀର ଚାହିଦା ପୁରା ହଜି ହଜି ଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.