Home ଜିଲ୍ଲା ପରିକ୍ରମା ଆଜି ନୂତନ ଆକ୍ରାନ୍ତ ଚିହ୍ନଟ ହେଲେ ୧୨ଜଣ, ଆକ୍ଟିଭ ସଂଖ୍ୟା ୨୦କୁ ବୃଦ୍ଧି

ଆଜି ନୂତନ ଆକ୍ରାନ୍ତ ଚିହ୍ନଟ ହେଲେ ୧୨ଜଣ, ଆକ୍ଟିଭ ସଂଖ୍ୟା ୨୦କୁ ବୃଦ୍ଧି

160

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଳାରେ ଆଜି ନୂତନ କରୋନା ଆକ୍ରାନ୍ତ ୧୨ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬ରେ ପହଞ୍ଚିଛି । ତେବେ ସେମାନଙ୍କ ମଧ୍ୟରୁ ୨୨୬ଜଣ ସୁସ୍ଥ ହୋଇଥିବା ବେଳେ ଏବେ ଆକ୍ଟିଭ କେଶ ଭାବେ ୨୦ଜଣ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି । ଇତି ମଧ୍ୟରେ ମୋଟ ୧୦ ହଜାର ୨୦୫ ନମୁନା ପରୀକ୍ଷା ସରିଛି । ଆଜି ଚିହ୍ନଟ ହୋଇଥିବା ୧୨ଜଣଙ୍କ ମଧ୍ୟରୁ ୧୧ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ଜଣେ ଲୋକାଲ କଣ୍ଟାକ୍ଟ ବୋଲି ଜଣା ପଡିଛି । ସେମାନେ ହେଲେ ବାସୁଦେବପୁର ବ୍ଲକ ପଦ୍ମପୁର ଠାକୁରବାଡି, ବିନାୟକପୁର ପଞ୍ଚାୟତର ବାଗଦାବିନାୟକପୁର ଗ୍ରାମ, କପାଗଡିଆ ଟିଏମ୍‌ସି, ଧାମନଗର ନଦୀଗାଁ ହାଇସ୍କୁଲ ଟିଏମ୍‌ସିର । ଏମାନେ ପଶ୍ଚିମବଙ୍ଗ, ନୂଆଦିଲ୍ଲୀ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରୁ ଫେରିଥିଲେ । ଜିଲ୍ଳାପାଳ ଡ. ଜ୍ଞାନ ଦାସ ବାଗଦାବିନାୟକପୁର ଗ୍ରାମକୁ କଣ୍ଟେନମେଣ୍ଟଜୋନ ଓ ବିନାୟକପୁର ପଞ୍ଚାୟତକୁ ବଫରଜୋନ ଭାବେ ଘୋଷଣା କରିଛନ୍ତି । ସେହିପରି ପଦ୍ମପୁର ପଞ୍ଚାୟତକୁ ବଫରଜୋନ ଏବଂ ଏହି ପଞ୍ଚାୟତର କପାଗଡିଆ ନୋଡାଲ ସ୍କୁଲ ଓ ଠାକୁରବାଡି ସାହିକୁ କଣ୍ଟେନମେଣ୍ଟଜୋନ କଟକଣା ଜାରି କରିଛନ୍ତି । ପୂର୍ବରୁ କଣ୍ଟେମେଣ୍ଟ ଥିବା ଧାମନଗର ବ୍ଲକର ନଦୀଗାଁ ହାଇସ୍କୁଲ ଓ ବଫରଜୋନ ଥିବା ନଦୀଗାଁ ପଞ୍ଚାୟତ ବଫରଜୋନର କଟକଣା ସମୟସୀମା ଆଉ ୧୪ ଦିନ ବୃଦ୍ଧି କରାଯାଇଛି । ସେହିପରି ଧାମରା ଜେଜେ ରିସୋର୍ଟକୁ କଣ୍ଟେନମେଣ୍ଟ କଟକଣାମୁକ୍ତ ମଧ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.