Home ଜିଲ୍ଲା ପରିକ୍ରମା ଆଜି ଜିଲ୍ଳାରୁ ୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ଜିଲ୍ଳାରୁ ୪୩ କରୋନା ଆକ୍ରାନ୍ତ ଚିହ୍ନଟ

77

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାରୁ ନୂତନ କରୋନା ଆକ୍ରାନ୍ତ ୪୩ଜଣ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ମୋଟ କରୋନା ଆକ୍ରାନ୍ତ ୬ହଜାର ୭୧୩ ହୋଇଛି । ଏମାନଙ୍କ ମଧ୍ୟରୁ୬ହଜାର ୩୪୯ଜଣ ସୁସ୍ଥ ହୋଇ ସାରିଛନ୍ତି । ଜିଲ୍ଲାରୁ ମୋଟ ୧ ଲକ୍ଷ ୨୨ ହଜାର ୧୬୪ଜଣଙ୍କ ନମୁନା ପରୀକ୍ଷା ହୋଇଛି । ଏବେ ସକ୍ରିୟ ଆକ୍ରାନ୍ତ ୩୪୮ଜଣ ଅଛନ୍ତି । ନୂତନ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାସୁଦେବପୁର ବ୍ଳକର ୧୪ଜଣ, ବାସୁଦେବପୁର ପୌରପାଳିକାର ଜଣେ, ଭଦ୍ରକ ବ୍ଲକର ୪ଜଣ, ଭଦ୍ରକ ପୌରପାଳିକାର ୨ଜଣ, ଧାମନଗର ବ୍ଳକର ଜଣେ, ଭଣ୍ଡାରିପୋଖରୀ ବ୍ଲକର ୯ଜଣ, ତିହିଡି ବ୍ଲକର ୧୧ ଜଣ, ଅନ୍ୟ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.