ଭୁବନେଶ୍ୱର, ୯।୫ (ଓଡ଼ିଆ ପୁଅ) : ମାଟ୍ରିକ ଖାତା ମୂଲ୍ୟାୟନ ଉପରେ ଆଜି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିଭାଗୀୟ ଅଧିକାରୀମାନଙ୍କ ସହ ବୈଠକ ପରେ ମାଟ୍ରିକ ଖାତା ମୂଲ୍ୟାୟନକୁ ନେଇ ନେଇ ଚୂଡ଼ାନ୍ତ ତାରିଖ ବିଷୟରେ ନିଷ୍ପତ୍ତି ହେବ। ମୂଲ୍ୟାୟନ ସମୟରେ ସାମାଜିକ ଦୂରତ୍ୱ ପ୍ରତି ଧ୍ୟାନ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରକାଶ କରିଛନ୍ତି।







