ପୁରୀ, ୧୬/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଜଗତର ନାଥ ଜଗନ୍ନାଥ ଦେବସ୍ନାନ ପୂର୍ଣ୍ଣିମା ଦିନ ୧୦୮ ଗଡୁ ସ୍ନାନ କରିବା ପରେ ଜ୍ୱର ରୋଗ ରେ ପୀଡୀତ ହୋଇ ଅନବସର ପିଣ୍ଡି ରେ ରହିଛନ୍ତି। ଚଳିତ ବର୍ଷ ମହାପ୍ରଭୁ ଅନବସର ପିଣ୍ଡି ରେ ୧୫ ଦିନ ରହିବେ। ଅନବସର ପିଣ୍ଡି ରେ ପ୍ରତ୍ୟହ ଦୈତାପତି ସେବାୟତ ଙ୍କ ଦ୍ୱାରା ଗୁପ୍ତ ନୀତି ଚାଲିଛି। ପଂଚମୀ ଦିନ ଫୁଲରି ତେଲ ଲାଗି ହେବା ପରେ ଓସୁଅ ଲାଗି କରାଯାଇଥିଲା। ଆଜି ଚତୁର୍ଦ୍ଧାମୂର୍ତି ଙ୍କର ଚକା ବିଜେ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ଓ ଭୋଗ ମଣ୍ଡପ ନୀତି ପରେ ଜୟ ନିଜୟ ଦ୍ୱାର ବନ୍ଦ କରାଯାଇ ବେହରଣ ଦ୍ୱାର ଫିଟାଯିବା ସହ ଅନବସର ନୀତି ଅନୁଷ୍ଠିତ ହେବ। ଶ୍ରୀ ଜିଉ ମାନଙ୍କୁ ଚକା ଉପରେ ଦୈତାପତି ଓ ବିଦ୍ୟାପତି ମାନେ ବିଜେ କରାଇବା ସହ ଚକଟା ଓ ପଣା ଭୋଗ ଲାଗି କରାଯିବ। ରାଜ ବୈଦ୍ୟ ଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ଆଜି ଶ୍ରୀ ମନ୍ଦିର କୁ ଯିବ। ଆସନ୍ତା କାଲି ଏକାଦଶୀ ତିଥିରେ ମହାପ୍ରଭୁ ଙ୍କୁ ଦଶମୂଳ ଔଷଧ ଦିଆଯିବ। ଏହି ଔଷଧ ଲାଗି ହେବା ପରେ ଶ୍ରୀ ଜିଉ ମାନେ ସୁସ୍ଥ ହେବେ। ଅନ୍ୟ ପଟେ ୩ ରଥର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଦୁଆର ବେଢା ଯୋଖା ଯାଇଛି। କଳସ ବେଦୀ ସିଂହାସନ ପାଶ୍ୱର୍ଦେବାଦେବୀ ନିର୍ମାଣ କରାଯାଇଥିବା ବେଳେ ସେମାନଙ୍କୁ ଯୋଖା ଯିବ।