ନୂଆ ଦିଲ୍ଲୀ ୩-୧୧ (ଓଡ଼ିଆ ପୁଅ) ଆଜି ଗୁଜୁରାଟ ନିର୍ବାଚନ ତାରିଖ ଘୋଷଣା କରାଯାଇପାରେ। ଏ ନେଇ ମଧ୍ୟାହ୍ନ ୧୨ ଟାରେ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ ଡାକିଛି।
ସୂଚନାଯୋଗ୍ୟଯେ, ଗୁଜୁରାଟରେ ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ଫେବୃଆରୀ ୧୮ ରେ ଶେଷ ହେବାକୁ ଯାଉଛି। ନଭେମ୍ବର ୧୨ ରେ ହିମାଚଳ ପ୍ରଦେଶରେ ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଭୋଟ୍ ଗଣନା ୦୮ ଡିସେମ୍ବରରେ ହେବ। ମତଦାନର ପ୍ରାୟ ଏକ ମାସ ପରେ ହିମାଚଳ ପ୍ରଦେଶ ପାଇଁ ଭୋଟ୍ ଗଣନା ତାରିଖକୁ ବଜାୟ ରଖି ନିର୍ବାଚନ ଆୟୋଗ ସ୍ପଷ୍ଟ ସୂଚାଇ ଦେଇଛନ୍ତି ଯେ ଗୁଜୁରାଟ ପାଇଁ ଭୋଟ୍ ଗଣନା ମଧ୍ୟ ଡିସେମ୍ବର ୮ ରେ କରାଯାଇପାରେ।
ପୁନଶ୍ଚ ସୂଚନାଯୋଗ୍ୟଯେ, ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ୨୦୧୭ ରେ ଉଭୟ ରାଜ୍ୟରେ ବିଭିନ୍ନ ତାରିଖରେ ନିର୍ବାଚନ ଘୋଷଣା କରାଯାଇଥିଲା, କିନ୍ତୁ ୧୮ ଡିସେମ୍ବରରେ ଏକକାଳୀନ ଭୋଟ୍ ଗଣନା କରାଯାଇଥିଲା।