Home Top News ଆଜି କେତୁ ଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯ୍ୟ ପରାଗ : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର...

ଆଜି କେତୁ ଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯ୍ୟ ପରାଗ : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ

197

ପୁରୀ ୨୫-୧୦ (ଓଡ଼ିଆ ପୁଅ) ଆଜି କେତୁ ଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯ୍ୟ ପରାଗ।‌ ଏଣୁ ଭୋର ୪ ଟା ୫୭ ମିନିଟ ଠାରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ହୋଇଛି। ସନ୍ଧ୍ୟା ୬ ଟା ୨୬ ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସର୍ବ ମୋକ୍ଷ ହେବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ କରାଯାଇଥିବା ବେଳେ ସୋମବାର ମଧ୍ୟ ରାତ୍ରି ୧୨ଟା ୧୦ ମିନିଟରୁ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି କରାଯାଇ ମଙ୍ଗଳଆଳତୀ, ମଇଲମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଅନୁଷ୍ଠିତ ହେବା ସହ ରାଧା ଦାମୋଦର ବେଶ, ଗୋପାଳ ବଲ୍ଳଭ, ସକାଳ ଧୂପ ତଥା ବାଳଧୂପ ନୀତି କରାଯାଇଛି। ଏହାପରେ ଅମାବାସ୍ୟା ଶ୍ରୀ ନାରାୟଣ ସାଗର ବିଜେ ନୀତି କରିବା ସହ ଭୋର ୪ଟା ୫୫ ମିନିଟ ସୁଦ୍ଧା ଭୋଗ ମଣ୍ଡପ ନୀତି ଶେଷ ହୋଇଛି। ସୁର୍ଯ୍ୟ ପରାଗରେ ଆଜି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିଛି। ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବା ସହ ମହା ପ୍ରସାଦ ମଧ୍ୟ ପାଇ ପାରିବେ। ତେବେ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ, ଗ୍ରହଣ ବେଶ, ଗ୍ରହଣ ଭୋଗ ସମେତ ଅନେକ ନୀତିକାନ୍ତି ଅନୁଷ୍ଠିତ ହେଇଥାଏ। ତେବେ ମହାପ୍ରଭୁଙ୍କୁ ଛାଡି ଅନ୍ୟ ଦେବଦେବୀଙ୍କ ଦେବ ନୀତି ଗ୍ରହଣ ମୋକ୍ଷ ପରେ ଅନୁଷ୍ଠିତ ହେଇଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.