Home Top News ଆଜି କୃଷକ ମୋର୍ଚ୍ଚାର ଭାରତ ବନ୍ଦ ପାଳନ – ଦିଲ୍ଲୀ ସୀମାରେ ଅନେକ କିଲୋମିଟର ଯାନବାହାନର...

ଆଜି କୃଷକ ମୋର୍ଚ୍ଚାର ଭାରତ ବନ୍ଦ ପାଳନ – ଦିଲ୍ଲୀ ସୀମାରେ ଅନେକ କିଲୋମିଟର ଯାନବାହାନର ଲମ୍ବା ଲାଇନ

55

ଭୁବନେଶ୍ୱର ୨୭-୯ (ଓଡ଼ିଆ ପୁଅ) : ଆଜି ଭାରତ ବନ୍ଦ। କୃଷକ ମୋର୍ଚ୍ଚାର ଆହ୍ୱାନରେ ଅନେକ ରାଜନୈତିକ ପାର୍ଟିଙ୍କର ସହଯୋଗରେ ଆଜି ଚାଲିଛି ଭାରତ ବନ୍ଦ। କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ଭାରତ ବନ୍ଦ ପାଳନ କରୁଛି କୃଷକ ସଂଗଠନ। ସକାଳ ୬ଟାରୁ ଅପରାହ୍ଣ ୪ଟା ଯାଏ ବନ୍ଦ ପାଳନ କରାଯାଉଛି। ତେବେ ଏହି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରାରେ ସକାଳୁ ସକାଳୁ ବନ୍ଦ ପ୍ରଭାବ ବିଭିନ୍ନରାଜ୍ୟରେ ଏବଂ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। ଏହି ବନ୍ଦ ପାଳନକୁ କଂଗ୍ରେସ, ବାମ ଦଳ ସମେତ ୭ଟି ରାଜନୈତିକ ଦଳ ସମର୍ଥନ କରିଛନ୍ତି।

ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି ଭାରତ ବନ୍ଦ ପ୍ରଭାବ। କୃଷକସଂଗଠନ ତଥା ରାଜନୈତିକ ଦଳର କାର୍ଯ୍ୟକର୍ତ୍ତାମାନେ, ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।

ଭାରତ ବନ୍ଦର ପ୍ରଭାବ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ିମୋଟର ଅଟକି ରହିଛି। ବ୍ୟାନର, ପୋଷ୍ଟର ଧରି ବିରୋଧ ପ୍ରଦର୍ଶନ କରୁଛନ୍ତି ଆନ୍ଦୋଳନକାରୀ।

ସରକାରୀ ଓ ବେସରକାରୀ ବସ୍ ଚଳାଚଳ ଆଜି ରାଜ୍ୟରେ ବନ୍ଦ ରହିଛି। ତେଣୁକରି ଯାତ୍ରୀମାନେ ବିଭିନ୍ନ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି। ଦୋକାନ ବଜାର ମଧ୍ୟ ବନ୍ଦ ଥିବା ଦେଖିବାକୁ ମିଳିଛି। ଭାରତ ବନ୍ଦ ପାଳନକୁ ଦୃଷ୍ଟିରେ ରଖି ରାଜ୍ୟରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।

ଦିଲ୍ଲୀ ନିକଟରେ ଗାଜିପୁର, ସିଂଘୁ ବର୍ଡ଼ରରେ ବିରୋଧ ପ୍ରଦର୍ଶନ ଜାରୀ ରହିଛି। ଗାଡ଼ିମୋଟର ଓ ଲୋକଙ୍କର ଚଳପ୍ରଚଳକୁ ବନ୍ଦ କରାଯାଉଛି।

ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ରେଳରୋକ କରିଛନ୍ତି ଆନ୍ଦୋଳନକାରୀମାନେ। ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଦୋକାନ ବଜାରେ ବନ୍ଦ ରହିଛି। ତେବେ ବନ୍ଦ ପାଳରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି।

ଭାରତ ବନ୍ଦକୁ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ଟିଡିପି, ବିଏସପି, ବାମ ଦଳ, ସ୍ୱରାଜ ଇଣ୍ଡିଆ, ଆରଜେଡି ଭଳି ରାଜନୈତିକ ଦଳ ସମର୍ଥନ କରିଛନ୍ତି। ତୃଣମୂଳ କଂଗ୍ରେସ କୃଷକଙ୍କ ଦାବିକୁ ସମର୍ଥନ କରିଛି।

ଦିଲ୍ଲୀ-ଏନସିଆରେ କୃଷକଙ୍କ ଭାରତ ବନ୍ଦ କାରଣରୁ ଗୁରୁଗ୍ରାମ-ଦିଲ୍ଲୀ ସୀମାରେ ନୋଏଡାର DND ସମେତ ଭାରି ଜାମ ଲାଗିଛି। ଗୁରୁଗ୍ରାମ-ଦିଲ୍ଲୀ ସୀମାରେ ଅନେକ କିଲୋମିଟର ଯାନବାହାନର ଏକ ଲମ୍ବା ଲାଇନ ଅଛି।

ଏହା ବ୍ୟତୀତ ଗୁରୁଗ୍ରାମ-ଦିଲ୍ଲୀ ସୀମାରେ ଥିବା ଜାମ ମଧ୍ୟ ଲୋକଙ୍କ ଦୁଃଖ ବଢ଼ାଇ ଦେଇଛି। ଏଥି ସହିତ କୃଷକମାନେ ୟୁପି-ଗାଜିପୁର ସୀମାରେ ଜାତୀୟ ରାଜପଥ -୯ ଏବଂ ଜାତୀୟ ରାଜପଥ -୨୪ ଦଖଲ କରିଛନ୍ତି।

କେନ୍ଦ୍ର ସରକାରଙ୍କ ନୂତନ ତିନୋଟି କୃଷି ନିୟମ ବିରୋଧରେ ୟୁନାଇଟେଡ୍ କିସାନ୍ ମୋର୍ଚ୍ଚା ଦ୍ୱାରା ଡକାଯାଇଥିବା ‘ଭାରତ ବନ୍ଦ’ ଜାରି ରହିଛି।

କୃଷକମାନେ ଉତ୍ତରପ୍ରଦେଶକୁ ଦିଲ୍ଲୀ ସହିତ ସଂଯୋଗ କରୁଥିବା ୟୁପି-ଗାଜିପୁର ସୀମାରେ ଜାତୀୟ ରାଜପଥ -୯ ଏବଂ ଜାତୀୟ ରାଜପଥ -୨୪ ଦଖଲ କରିଛନ୍ତି। କୃଷକ ଆନ୍ଦୋଳନରେ ଅଂଶଗ୍ରହଣ କରୁଥିବା ୪୦ କୃଷକ ସଂଗଠନର ୟୁନାଇଟେଡ୍ କିସାନ୍ ମୋର୍ଚ୍ଚାର ଆବେଦନ ପରେ ବହୁ ସଂଖ୍ୟାରେ ଲୋକ ଏଥିରେ ଯୋଗ ଦେଉଛନ୍ତି। କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ସମେତ ଅନେକ ଦଳ ଭାରତ ବନ୍ଦକୁ ସମର୍ଥନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.