Home ଓଡ଼ିଶା ଆଜି, କାଲି ଓ ପରଦିନ ନୟାଗଡ଼ ବନ୍ଦ

ଆଜି, କାଲି ଓ ପରଦିନ ନୟାଗଡ଼ ବନ୍ଦ

138

ନୟାଗଡ଼, ୧ା୮: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କରୋନା ଭୟାବହତାକୁ ଲକ୍ଷ୍ୟକରି ନୟାଗଡ଼ ଜିଲାପ୍ରଶାସନ ଆଜି, କାଲି ଓ ପରଦିନକୁ ସଟ୍‌ଡାଉନ ଘୋଷଣା କରିଛନ୍ତି। ରାଜ୍ୟ ସରକାର ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ସମେତ ରାଉଲକେଲାକୁ ଅଗଷ୍ଟ ମାସର ପ୍ରତ୍ୟେକ ଶନି ଓ ରବିବାରକୁ ସଟ୍‌ଡାଉନ ଘୋଷଣା କରିଥିଲାବେଳେ ନୟାଗଡ଼ ଜିଲାପାଳ କରୋନାର ସାଂଘାତିକ ପରିସ୍ଥିତିକୁ ଉପଲବ୍ଧି କରି ସରକାରଙ୍କ ନିୟମ ସହ ନୟାଗଡ଼ ଜିଲାକୁ ତିନିଦିନିଆ ସଟ୍‌ଡାଉନ କରିଛନ୍ତି। ଆଗରୁ ଯେମିତି ଶନିବାର ଓ ରବିବାର ସଟ୍‌ଡାଉନ ହେଉଥିଲା ସେମିତି ଏହି ଦୁଇଦିନ ସଟ୍‌ଡାଉନ ଲାଗୁ ରହିଥିବାବେଳେ ରାକ୍ଷୀପୂର୍ଣ୍ଣମୀର ଭିଡ଼କୁ ଆଖି ଆଗରେ ସୋମବାରକୁ ମଧ୍ୟ ସଟ୍‌ଡାଉନ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.