Home ଓଡ଼ିଶା ଆଜିଠୁ ବିକଶିତ ହୋଇନଥିବା ଜିଲ୍ଲାର ସମୀକ୍ଷା କରିବେ ମୋଦି

ଆଜିଠୁ ବିକଶିତ ହୋଇନଥିବା ଜିଲ୍ଲାର ସମୀକ୍ଷା କରିବେ ମୋଦି

450

ନୂଆଦିଲ୍ଲୀ, ୩୧/୧୦, (ଓଡ଼ିଆ ପୁଅ ପି ନାୟକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ସମୀକ୍ଷା କରାଯିବ। ଆସନ୍ତା ମାସ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସରକାରଙ୍କର ମହତ୍ୱକାଂକ୍ଷୀ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ଦେଶର ୧୧୭ଟି ଆକାଂକ୍ଷୀ ଜିଲ୍ଲାରୁ ୩୦ଟି ଆକାଂକ୍ଷୀ ଜିଲ୍ଲାର ସମୀକ୍ଷା କରିବେ। ଏଥିରେ ଓଡ଼ିଶାର ୨ଟି ଜିଲ୍ଲା ସାମିଲ ରହିଛି। ଯାହା ଭିତରେ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ସାମିଲ ରହିବ ବୋଲି ସୂଚନା ମିଳିଛି। ତେବେ ମିଳିଥିବା ତଥ୍ୟ ଅନୁଯାୟୀ, ଦେଶର ୨୦ଟି ଆକାଂକ୍ଷୀ ଜିଲ୍ଲା ମାନଙ୍କର ଉତ୍ତମ ପ୍ରଦର୍ଶନ ହୋଇଥିବା ବେଳେ ୧୦ ଜିଲ୍ଲାରେ ପ୍ରଦର୍ଶନ ଭଲ ହୋଇନାହିଁ। ଯାହାର ସମୀକ୍ଷା କରିବେ ମୋଦି। ଦେଶର ୧୧୭ଟି ଆକାଂକ୍ଷୀ ଜିଲ୍ଲା ତାଲିକାରେ ଓଡ଼ିଶାର ୧୦ ଜିଲ୍ଲା ରହିଛି। ସେଗୁଡ଼ିକ ହେଲା, କୋରାପୁଟ୍, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ରାୟଗଡ଼ା, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, ଗଜପତି ଓ ଢେଙ୍କାନାଳ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.