Home ଓଡ଼ିଶା ଆଜିଠାରୁ ୫୦ଟି ବିଦ୍ୟାଳୟକୁ ସରକାରୀ ରନ୍ଧାଖାଦ୍ୟ

ଆଜିଠାରୁ ୫୦ଟି ବିଦ୍ୟାଳୟକୁ ସରକାରୀ ରନ୍ଧାଖାଦ୍ୟ

491

ନୟାଗଡ଼, ୯ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲାର ନୟାଗଡ଼ ବ୍ଳକ ଓ ନୟାଗଡ଼ ମ୍ୟୁନିିସିପାଲିଟିର ୫୦ଟି ବିଦ୍ୟାଳୟକୁ ସୋମବାରଠାରୁ ସରକାରୀ ରନ୍ଧାଖାଦ୍ୟ ଯୋଗାଣ ହୋଇଛି। ଏଥିପାଇଁ ବିଭିନ୍ନ ବିଦ୍ୟାଳୟମାନଙ୍କରେ ନୂଆ ରନ୍ଧାଖାଦ୍ୟ ଦେଖିବାକୁ ପରିଚାଳନା କମିଟି ଓ ଅଭିଭାବକଙ୍କ ଗହଳି ଦେଖିବାକୁ ମିଳିଥିଲା। ସରକାରୀ ନିୟମ ଅନୁସାରେ ଯେଉଁସବୁ ବିଦ୍ୟାଳୟରେ ୧ଶହରୁ କମ ସଂଖ୍ୟକ ଛାତ୍ରଛାତ୍ରୀ ରହିଥିବେ ସେହିସବୁ ବିଦ୍ୟାଳୟରେ ସରକାର ନିଜେ ରନ୍ଧାଖାଦ୍ୟ ଦେବେ ଓ ଯେଉଁ ବିଦ୍ୟାଳୟରେ ୧ଶହରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ରହିଥିବେ ସେହିସବୁ ବିଦ୍ୟାଳୟରେ ସ୍ୱୟଂ ସହାୟକ ଗୋଷ୍ଠୀ ରନ୍ଧାଖାଦ୍ୟ ଦୋବେ। ୧ଶହରୁ କମ ସଂଖ୍ୟକ ଥିବା ବିଦ୍ୟାଳୟରେ ୪ତି ହେଉଥିବା ଦର୍ଶାଇ ନିଜେ ବିଭାଗ ରନ୍ଧାଖାଦ୍ୟ ଦେବାକୁ ସ୍ଥିର ହୋଇଥିବା ଜଣାପଡ଼ିଛି। ଏହିସବୁ ସ୍ଥିତିକୁ ଦେଖିଲେ ନୟାଗଡ଼ ବ୍ଳକ ଓ ମ୍ୟୁନିସିପାଲିଟିର ୫୦ଟି ବିଦ୍ୟାଳୟକୁ ଯୋଗାଣ ହେବାପାଇଁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଗତ ନଭେମ୍ବର ୨୮ ତାରିଖ ଚିଠି ନଂ.୯୩୮୭ରେ ଜିଲା ଶିକ୍ଷା ଅଧିକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ଚିଠି କରି ଜଣାଇଥିଲେ। ଏବଂ ରନ୍ଧାଖାଦ୍ୟ ଯୋଗାଣ ପାଇଁ ଜିଲା ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗତ ଡିସେମ୍ବର ୪ତାରିଖରେ ଏହାର ସଫଳ ରୂପାୟନ ପାଇଁ ଏକ ସଭା ଅନୁଷ୍ଠିତ ହୋଇଥିଲା। ଯେଉଁ ସବୁ ବିଦ୍ୟାଳୟ ଗୁଡ଼ିକୁ ରନ୍ଧାଖାଦ୍ୟ ଯୋଗାଣ ହେଲା ସେ ବିଦ୍ୟାଳୟ ଗୁଡ଼ିକ ହେଲା ପ୍ରତାପପ୍ରସାଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ସରକାରୀ ୟୁଜି ହାଇସ୍କୁଲ, ସିନ୍ଦୁରିଆ, ନବଘନପୁର ୟୁଜିଏମଇ ସ୍କୁଲ, ଖଇରପଟି ପ୍ରାଇମେରୀ ସ୍କୁଳ, ଗମ୍ଭାରିଡିହି, ଭୂତଡିହି, ଡେରାସାହି, ନାଗପୁର, ଲାଠିପଡ଼ା, କୃଷ୍ଣପ୍ରସାଦ, ଇଟାମାଟି ନାରାୟଣୀ ବାଳିକା ନୋଡାଲ ହାଇସ୍କୁଲ, ନାରାୟଣୀପାଟଣା ଏନପିଏସ୍, ନାରାୟଣୀ ପିଏସ, ଇଟାମାଟି ନୋଡାଲ ୟୁପିଏସ୍, ଆଂଚଳିକ ହାଇସ୍କୁଲ କ୍ରିଦାଶପୁର, କଂଚନବିଲି ପ୍ରକଳ୍ପ ପ୍ରାଥମକ ବିଦ୍ୟାଳୟ, ହରିପୁର, କୋଶକା ପିପିଏସ୍, ବରପଲୀ ୟୁଜିଏମଇ ସ୍କୁଳ, କୋଶକା ପିଏସ୍, କୋଡିଏକାହାଣିଆ ପିଏସ୍, ଯଦୁପୁର ପିଏସ୍, ବୋଦାପଡ଼ା ପିଏସ୍, ମା ଶୁଳିଆ ହାଇସ୍କୁଲ, ଲୋକନାଥ ଜୀଉ ୟୁଜିଏମଇ, ଖେଡ଼ପଡ଼ା ବନମାଳୀ ୟୁଜିଏମଇ, ମେଳାମ୍ବ ପିଏସ୍, ଘଂଟାସାହି, କେକେ ପ୍ରସାଦ, ଖେଡ଼ପଡ଼ା ପିଏସ୍, ଶରଧାପୁର ୟୁଜିଏମଇ, କଂଟାବଣିଆ ପିୟୁପିଏସ୍, ବାଲୁଗାଁ ସରକାରୀ ଏମଇଏସ୍, କ୍ରିଦାଶପୁର ୟୁଜିଏମଇ, ବାରବାଟି ସଂସାରୀ ନୋଡ଼ାଲ ୟୁୂପିଏସ୍, ଜାମୁସାହି, ଖଣ୍ଡପଡ଼ାରୋଡ଼ ପିୟୁପିଏସ୍, ସରକାରୀ ବାଳିକା ହାଇସ୍କୁଲ, ଏନଏସି ହାଇସ୍କୁଲ, ବ୍ରଜେନ୍ଦ୍ର ହାଇସ୍କୁଲ, ନୋତର ଓଏଭି, ୱେଷ୍ଟେଂଡ ପିୟୁପିଏସ, କଲେଜ ଲେନ୍ ପିୟୁପିଏସ୍, ରାଜା ବଗିଚା ପିପିଏସ୍, ନିଉ ରାଜବାଟି ପିଏସ୍, ଟାଉନ୍ ପିଏସ୍, ଦକ୍ଷିଣକାଳୀ ପିଏସ୍, ୱାର୍ଡ଼ନଂ ୧୧ ପିଏସ, ନିଉ ଟାଉନ୍ ପିଏସ ଇତ୍ୟାଦି। ପୂର୍ବରୁ ମ୍ୟୁନିସିପାଲିଟିର ୧୫ଟି ସ୍କୁଲକୁ ବିଭାଗ ନିଜେ ରନ୍ଧାଖାଦ୍ୟ ଯୋଗାଉଥିବାବେଳେ ଏହା ସୋମବାରରଠାରୁ ନୟାଗଡ଼ ବ୍ଳକର ୩୫ଟି ବିଦ୍ୟାଳୟ ସମୁଦାୟ ୫୦ଟି ବିଦ୍ୟାଳୟକୁ ପ୍ୟୁପୁଲ୍ ଫୋରମ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଣ କରାଯାଇଥିବା ଜଣାପଡ଼ିଛି। ତେବେ ଅନ୍ୟପକ୍ଷରେ ଯେଉଁସବୁ ବିଦ୍ୟାଳୟ ଗୁଡ଼ିକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ରନ୍ଧାଖାଦ୍ୟ ଯୋଗାଉଥିଲେ ସେମାନଙ୍କ ହାତରୁ ଏହିସବୁ ଦାୟିତ୍ୱ କାଢିନେଇଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.