ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନଳଗୋହିରା ଠାରେ ଆଜାଦ ଆର୍ମି ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ଡ଼ ବ୍ୟୋମକେଶ ରାୟ ଯୋଗଦେଇଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀଣି ଅନିତା ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ, ବରେଣ୍ୟ ଅତିଥି ପ୍ରତାପ କିଶୋର ମହାନ୍ତି, ରମେଶ ଚନ୍ଦ୍ର ନାୟକ,ଇଂ ଆଶୁତୋଷ ଭୋଇ, ପ୍ରତାପ ମହାଳିକ,ତରଣୀ ସେନ ମହାନ୍ତି, ଆଂଚଳିକ ସଂଯୋଜକ ମନୋଜ ସାହୁ, ବୀର ନାରାୟଣ ଦାସ, ତ୍ରିଲୋଚନ ଦାସ ଯୋଗଦେଇଥିଲେ। ଅତିଥି ମାନେ ଯୋଗ ଦେଇ ଏହା ଏକ ସମ୍ପୁର୍ଣ୍ଣ ନିଆରା ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ସଙ୍ଗେ ସଙ୍ଗେ ସାଠ ର ମଧ୍ୟ ଆବଶ୍ୟକ ରହିଛି ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଙ୍କ ଦ୍ୱାରା ବିଦ୍ୟାଳୟ ର ତୃତୀୟ ଶ୍ରେଣୀ ବୃତି ରେ ଶୁଶ୍ରୀ ଚିନ୍ମୟୀ ବେହେରା ଓ ଶିକ୍ଷୟତ୍ରୀ ରାଧାରାଣୀ ନାୟକ, ନିବେଦିତା ପରିଡ଼ା ଙ୍କୁ ସମ୍ବର୍ଦ୍ଧନା କରାଇଥିଲା। ପ୍ରଧାନ ଶିକ୍ଷୟତ୍ରୀ ମିନତୀ ଲତା ମହାନ୍ତି ବାର୍ଷିକ ବିବରଣୀ ଉପସ୍ଥାପନା କରିବା ସହିତ ଶିକ୍ଷକ ହେମନ୍ତ ରାଉତ, ଅଞ୍ଜନ ପାତ୍ର,ପଦ୍ମ ଦାସ,ଲିଲୁ ମହାଳିକ, କାର୍ତିକ ବାରିକ, ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା ଥିଲେ। ଶେଷରେ ସମ୍ପାଦକ ସୁଶାନ୍ତ ମହାନ୍ତି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।







