Home ଅନୁଗୁଳ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସଂଗ୍ରାମୀଙ୍କ ବାସସ୍ଥାନ ପରିଦର୍ଶନ ଓ ମାଲ୍ୟାର୍ପଣ

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସଂଗ୍ରାମୀଙ୍କ ବାସସ୍ଥାନ ପରିଦର୍ଶନ ଓ ମାଲ୍ୟାର୍ପଣ

194

ତାଳଚେର, ୧୨/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ତାଳଚେର ବ୍ଲକ ବଡଯୋରଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀଙ୍କ ବାସସ୍ଥାନ ପରିଦର୍ଶନ ଓ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାୟାଧର ସାହୁଙ୍କ ଆବାହକତ୍ୱରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହାତରେ ତ୍ରିରଙ୍ଗା ପତାକା ଧରି ଏକ ଶୋଭାଯାତ୍ରାରେ ଘଣ୍ଟପଡା ଗ୍ରାମର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୁଃଖବନ୍ଧୁ ସାହୁଙ୍କ ବାସସ୍ଥାନକୁ ଯାଇଥିଲେ। ସେଠାରେ ସଂଗ୍ରାମୀ ଦୁଃଖବନ୍ଧୁ ପ୍ରଧାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା। ଏହି ଅବସରରେ ପ୍ରଧାନାଚାର୍ଯ୍ୟ ଶ୍ରୀ ସାହୁ ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ତଥା ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କ ଅନୁଗାମୀ ଦୁଃଖବନ୍ଧୁ ସାହୁଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ବଳିଷ୍ଠ ଭୂମିକା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଅତିଥି ଭାବରେ ସମାଜସେବୀ ବିଭୁତି ସାହୁ ଯୋଗ ଦେଇ ସଂଗ୍ରାମୀ ଶ୍ରୀ ସାହୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସଂଗ୍ରାମୀ ଦୁଃଖବନ୍ଧୁ ସାହୁଙ୍କର ଦୁଇ ପୁତ୍ର କର୍ନ୍ଦପ ସାହୁ ଓ ଡାକ୍ତର ବିନୋଦ ସାହୁଙ୍କୁ ବିଦ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ୭୦ଜଣ ଛାତ୍ରଛାତ୍ରୀ ଯୋଗ ଦେଇ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଆଚାର୍ଯ୍ୟ ପ୍ରଦ୍ୟୁମ୍ନ ପ୍ରଧାନ, ସରୋଜ କୁମାର ଜେନା, ଲଳିତ ବେହେରା, ବିନୋଦ ସାହୁ, ବବିତା ବିଶ୍ୱାଳ, ପ୍ରଭାସିନୀ ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.