Home ଜିଲ୍ଲା ପରିକ୍ରମା ଆଚାର୍ଯ୍ୟ ଦେବବ୍ରତଙ୍କ ଶ୍ରଦ୍ଧାଞ୍ଜଳି ସଭା

ଆଚାର୍ଯ୍ୟ ଦେବବ୍ରତଙ୍କ ଶ୍ରଦ୍ଧାଞ୍ଜଳି ସଭା

30

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ସ୍ଥିତ ବୈଦିକ ସତସଙ୍ଗ ସମିତି ପକ୍ଷରୁ ରବିବାର ଆଚାର୍ଯ୍ୟ ଡ ଦେବବ୍ରତ ଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ସତସଙ୍ଗ ସମିତି ସଭାପତି କୃତିବାସ ତ୍ରିପାଠୀଙ୍କ ସଂଯୋଜନାରେ ସ୍ୱାମୀ ଆତ୍ମାନନ୍ଦ ସରସ୍ୱତୀ, ପଣ୍ଡିତ ନକୁଳଦେବ ଶାସ୍ତ୍ରୀ, ପଣ୍ଡିତ ସୁଧାକର ଶାସ୍ତ୍ରୀ, ସମିତି ସମ୍ପାଦକ ପ୍ରମୋଦ କୁମାର ନାୟକ, ଶିକ୍ଷାବିତ ହୃଦାନନ୍ଦ କର, ଘନଶ୍ୟାମ ଥାଟେଇ ପ୍ରମୁଖ ଯୋଗ ଦେଇଥିଲେ। ସ୍ୱର୍ଗତ ଦେବବ୍ରତ ଗଞ୍ଜାମ ଜିଲାର ଜଣେ ଜଣାଶୁଣା ବିଦ୍ୱାନ ଥିଲେ। ମୀମାଂସା ଦର୍ଶନର ସୁବେତା ସହିତ ଆଧ୍ୟାତ୍ମିକ ପ୍ରେରଣା ଓ ମାର୍ଗ ଦର୍ଶକ ପ୍ରଦାନ କରି ବେଶ ପରିଚିତ ଥିଲେ। ତାଙ୍କ ବିୟୋଗ ସମଗ୍ର ଆର୍ଯ୍ୟ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି ବକ୍ତା ମାନେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସିଦ୍ଧେଶ୍ୱର ସାମଲ, ଦଶରଥ ଗାହଣ, ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର ଓ ପ୍ରଶାନ୍ତ କୁମାର ସାହୁ, ପ୍ରଭାତ ସାମଲ, କମଳାକାନ୍ତ ଦାସ, ପଂଚାନନ ନାୟକ, ସୁଧାଂଶୁ ଶେଖର ବାରିକ, କରୁଣାକର ସାହୁ, ଅକ୍ଷୟ କୁମାର ସାହୁ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.