Home ଜିଲ୍ଲା ପରିକ୍ରମା ଆଗିରିଆ ସରକାରୀ ପ୍ରାଥମିକ ସ୍କୁଲ ବାର୍ଷିକ ଉତ୍ସବ,ସୁନ୍ଦର ସମାଜ ଗଠନ କରିଥାନ୍ତି ଭଲ ମଣିଷ

ଆଗିରିଆ ସରକାରୀ ପ୍ରାଥମିକ ସ୍କୁଲ ବାର୍ଷିକ ଉତ୍ସବ,ସୁନ୍ଦର ସମାଜ ଗଠନ କରିଥାନ୍ତି ଭଲ ମଣିଷ

3

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ତାଳପଦା ପଂଚାୟତ ଅଧୀନ ଆଗିରିଆ ସରକାରୀ ପ୍ରାଥମିକ ସ୍କୁଲର ବାର୍ଷିକ ଉତ୍ସବ ଓ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମାୟାଧର ସାହୁଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଜିଲାପାଳ ଦିଲୀପ ରାଉତରାଏ ଯୋଗଦେଇ ଭଲ ମଣିଷଙ୍କ ସୁନ୍ଦର ସମାଜ ଗଠିନ କରିଥାନ୍ତି ଭଲମଣିଷ। ତେଣୁ ଛାତ୍ରଛାତ୍ରୀମାନେ ଭଲ ମଣିଷ ହୋଇ ସୁନ୍ଦର ସମାଜ ଗଠନରେ ସହାୟକହେବା ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ କବି ଦୀନବନ୍ଧୁ ପତି ଯୋଗଦେଇ ମାନବ କଲ୍ୟାଣରେ ପ୍ରତିଟି ମଣିଷର ଚିନ୍ତାଧାରା ଉଦ୍ଦିଷ୍ଟ ହେଲେ ସମାଜର ପରିବର୍ତନ ହୋଇପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷକ ସଂଘ ପୂର୍ବତନ ଜିଲା ସମ୍ପାଦକ ମନୋରଞ୍ଜନ ନାୟକ, ଶିକ୍ଷକ ସଂଘ ସମ୍ପାଦକ ରମାକାନ୍ତ ଦାସ, ସଙ୍ଗଠନ ସମ୍ପାଦକ ରୁପେଶ କୁମାର ସାହୁ, ଉପ ସଭାପତି କଲାମ ଖାଁ, ଶିକ୍ଷକ ସରୋଜ କୁମାର ଦାସ, ସିଆରସିସି ଶନିଶ୍ଚର ମହାଳିକ, ଶିବବ୍ରତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅବସରପ୍ରାପ୍ତ ସହକାରୀ ଶିକ୍ଷୟିତ୍ରୀ ଉଜ୍ଜଳା ମଞ୍ଜୁଳା ବାରିକ ଓ ପ୍ରଭାତୀ ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ମନ୍ମଥ କୁମାର ଦାସ ସଂଚାଳନ ଓ ପ୍ରଧାନଶିକ୍ଷୟିତ୍ରୀ ସଂଯୁକ୍ତା ବେହେରା ବାର୍ଷିକ ବିବରଣୀ ପାଠ ସହିତ ଧନ୍ୟବାଦ ଦେଇଥିଲେ । ଛାତ୍ରଛାତ୍ରୀମାନେ ସ୍ୱାଗତ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି ବିଶ୍ୱନାଥ ବାରିକ, ସିଆରସିସି ଦେବବ୍ରତ ଶତପଥୀ, ଶିକ୍ଷକ ସନ୍ତୋଷ ପାଣିଗ୍ରାହୀ, ସୁବାସ ଚନ୍ଦ୍ର ବେହେରା, ସଂଘମିତ୍ରା ପାଣିଗ୍ରାହୀ ,ପ୍ରମୁଖ ଉପସ୍ଥିତ ଥିଲେ । ସ୍କୁଲ ପରିଚାଳନା କମିଟି ସଭାପତି କୁନିଲତା ବେହେରା, ସବିତା ବେହେରା,ଶ୍ରୀକାନ୍ତ ପାତ୍ର, ମୁକ୍ତିକାନ୍ତ ଜେନା, ରମେଶ ବେହେରା, ପରମାନନ୍ଦ ପାଢ଼ୀ, ପ୍ରଶାନ୍ତ ସେନାପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.