Home ଜିଲ୍ଲା ପରିକ୍ରମା ଆଗରପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ଆଗରପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

7

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆଜି ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ବିଜ୍ଞାନ ପ୍ରକଳ୍ପରେ ୧୭୦ ଜଣ କୁନି ବୈଜ୍ଞାନିକ ମାନେ ଭାଗ ନେଇଥିଲେ । ଏନେଇ ଆୟୋଜିତ ସଭାକୁ ବିଦ୍ୟାମନ୍ଦିରର ଉପ-ସଭାପତି ଚିତରଞ୍ଜନ ଉଦ୍‌ଗାତା ଅଧ୍ୟକ୍ଷତା କରିଥିଲେ । ଏଥିରେ ଅତିଥି ଭାବେ ବିଜ୍ଞାନ ଶିକ୍ଷକ ଶଶିକାନ୍ତ ନାୟକ, ସଞ୍ଜୟ କୃଷ୍ଣ ମହାପାତ୍ର, ଶିଶୁ ମନ୍ଦିର ସମ୍ପାଦକ ଅଶୋକ କୁମାର ପରିଡା, ଯୁଗ୍ମସମ୍ପାଦକ ସୁବାଷ ଚନ୍ଦ୍ର ସାହୁ,କୋଷାଧ୍ୟକ୍ଷ ସନ୍ତୋଷ କୁମାର ପୁହାଣ ପ୍ରମୁଖ ଯୋଗ ଦେଇ ଜ୍ଞାନ ବିଜ୍ଞାନ ମେଳା ଶିଶୁ ମାନଙ୍କର ଅର୍ନ୍ତନିହିତ ଗୁଣର ପରିପ୍ରକାଶରେ ସହାୟକ ହୋଇଥାଏ ବୋଲି କହିଥିଲେ । ବିଜ୍ଞାନ ପ୍ରକଳ୍ପ ଗୁଡିକୁ ଶିକ୍ଷୟିତ୍ରୀ ଦିପ୍ତୀରାଣୀ ବେହେରା, ଶିକ୍ଷକ ଗୋକୁଳା ନନ୍ଦ ବେହେରା ମୂଲ୍ୟାଙ୍କନ କରିଥିଲେ । ପ୍ରକଳ୍ପରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ସଂକୁଳ ସ୍ତରକୁ ମନୋନୀତ ହୋଇଛନ୍ତି । ଶିଶୁ ମନ୍ଦିରର ପ୍ରଧାନଚାର୍ଯ୍ୟ ରାଧାକୃଷ୍ଣ ସ ଙ୍କ ତତ୍ୱାବଧାନରେ ସମସ୍ତ ଗୁରୁଜୀ ଗୁରୁମା ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.