Home ଜିଲ୍ଲା ପରିକ୍ରମା ଆଗରପଡା ମହୋତ୍ସବର ଚତୁର୍ଥ ସଂନ୍ଧ୍ୟା,ମହତାବ ବହୁ ଗୁଣର ଅଧିକାରୀ ଥିଲେ-ସୀତାଶୁଂ ଶେଖର ମହାପାତ୍ର

ଆଗରପଡା ମହୋତ୍ସବର ଚତୁର୍ଥ ସଂନ୍ଧ୍ୟା,ମହତାବ ବହୁ ଗୁଣର ଅଧିକାରୀ ଥିଲେ-ସୀତାଶୁଂ ଶେଖର ମହାପାତ୍ର

2

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡା ହେମପଦ୍ମ ଗାଲାକ୍ସି ଠାରେ ଚାଲିଥିବା ତ୍ରୟୋଦଶତମ ଉତ୍କଳ କଶେରୀ ଆଗରପଡା ମହୋତ୍ସବର ଚତୁର୍ଥ ଦିବସ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ କମିଟିର ସଭାପତି ଆଇନଜିବୀ ମନୋଜ ରାୟ ସଭାକୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସୀତାଶୁଂ ଶେଖର ମହାପାତ୍ର ତାଙ୍କ ବକ୍ତବ୍ୟରେ ମହତାବ ବହୁ ଗୁଣର ଅଧିକାରୀ ଥିଲେ । ସେ ଏକାଧାରରେ ସାହିତ୍ୟିକ, ସାମ୍ବାଦିକ, କୂଟ ନୈତିଜ୍ଞ ସମେତ ରାଜନିତୀରେ ଜଣେ ବିଚକ୍ଷଣ ଦୂରଦୃଷ୍ଟି ସମ୍ପର୍ଣ୍ଣ ବ୍ୟକ୍ତି ଥିଲେ । ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଭୂମିକା ଅଗ୍ରଗନ୍ୟ ଥିଲା । ତାଙ୍କ ଜନ୍ମ ମାଟିରେ ମହୋତ୍ସବ ଆୟୋଜନ ସ୍ୱତନ୍ତ୍ରତା ସୃଷ୍ଟି କରେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ନାଟ୍ୟକାର ତଥା ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ ଡ.ହରେକୃଷ୍ଣ ମହତାବ ଏ ମାଟିର ସୁଯୋଗ୍ୟ ସନ୍ତାନ ଥିଲେ । ତାଙ୍କର ଆଦର୍ଶମୟ ଓ ତ୍ୟାଗପୂତ ଜୀବନ ସହ ପ୍ରତିଟି ମୁହୁର୍ତ ସମାଜ ସେବାର ଲାଗାଉଥିବା ବେଳେ ତାଙ୍କର ଏହି ନିତୀ ପାଇଁ ସେ ଭାରତ ବର୍ଷରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ବୋଲି କହିଥିଲେ । ତାଙ୍କ ଆଦର୍ଶରେ ଆମ୍ଭେ ମାନେ ଆଗକୁ ବଢି ଅଚଂଳକୁ ଗୌରବାନ୍ୱିତ କରିବାକୁ ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ, ଆଗରପଡା ବରିଷ୍ଠ ନାରିକ ସୁରକ୍ଷା ମଂଚ ସମ୍ପାଦକ ରଞ୍ଜନ କୁମାର ଦାସ, ଉପଦେଷ୍ଟା ସୁବୋଧ କୁମାର ସାହୁ ମଂଚାସୀନ ରହି ମହୋତ୍ସବ ଆୟୋଜନ ନେଇ ମତ ରଖିଥିଲେ । ଏହି ଅବସରରେ ପାଲା ଗାୟକ ବୈକୁଣ୍ଠ ଚରଣ ନାଥ, ସମାଜସେବୀ ଗଦାଧର ବେହେରା, ମନ୍ଦିରା ସ୍କୁଲ ଅଫ୍ ଡ୍ୟାନ୍ସ ଏକାଡେମିର ଅଧ୍ୟକ୍ଷା ଶ୍ୱେତପଦ୍ମା ଦାସବେହେରାଙ୍କୁ ଅତିଥି ମାନେ ମାନପତ୍ର, ସଂବେଗ ଫଳକ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ମହୋତ୍ସବ କମିଟିର ସମ୍ପାଦକ ସାମ୍ବାଦିକ ହେମନ୍ତ କୁମାର ସିଂହ ସ୍ୱାଗତ ଭାଷଣ ରଖିବା ସହ ସାଂସ୍କୃତିକ ମଂଚକୁ ପରିଚାଳନା କରିଥିଲେ । ଶେଷରେ କଣ୍ଠଶିଳ୍ପୀ ସୁପ୍ରିୟା ନାଥ ସଙ୍ଗୀତ ପରିବେଷଣ କରିଥିବା ବେଳେ ମନ୍ଦିରା ନୃତ୍ୟ ଦଳ ପକ୍ଷରୁ ଜ୍ୟୋତ ିଜାଗୃତି ବେହେରା,ରଶ୍ମିତା ସାହୁ,କାମେଶ୍ୱରୀ ମହାନ୍ତି, ପ୍ରାଞ୍ଜଳୀ ଦାସ, ରୋଜିନା, ଅମ୍ରିତା, ଆୟସା, ପିହୁ, ଶ୍ରଦ୍ଧା, ଆଦ୍ୟାଶା,ଜେଟି, ଅନ୍ୱେଷା, ଆନନ୍ଦିତା,ବର୍ଷା, ସମୀକ୍ଷା, ମେଘାଲିକା,ଜ୍ୟୋସ୍ନା ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଆଗରପଡା ଥାନାଧିକାରୀ ରାଜେଶ କୁମାର ସେଠୀ ନୃତ୍ୟ ଶିଳ୍ପୀ ମାନଙ୍କୁ ପ୍ରଶଂସାପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ମହୋତ୍ସବ କମିଟିର ଉପଦେଷ୍ଟା ଅଧ୍ୟାପିକା ପ୍ରତିମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ମାମୁନି ସିଂହ, ନିହାର ରଞ୍ଜନ ସାହୁ, ଚିତରଞ୍ଜନ ଦାସ, ଦୀପକ ପୁରୀ, ନମିତା ବେହେରା, ଲକ୍ଷ୍ମୀପ୍ରିୟା ସାହୁ,କରନ କୁମାର ଜେନା ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.