
ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏବେକାର ଛାତ୍ରଛାତ୍ରୀ ଦେଶର ଭବିଷ୍ୟତ,ଆମକୁ ଆମ ସମ୍ବିଧାନ ରକ୍ଷା କରିବାକୁ ହେଲେ ନିଜକୁ ସଜାଗ ରଖିବା ସହ ପିତାମାତା ଓ ଗୁରୁଜନଙ୍କ ପ୍ରତି ସମ୍ମାନ ବୋଧ ରଖି ଶୃଙ୍ଖଳିତ ଭାବେ ଆଗକୁ ବଢିବା ସହ ବରପୁତ୍ରର ମାଟି ନବ ଉତ୍କଳର ନିର୍ମାତା ଡ.ହରେକୃଷ୍ଣ ମହତାବଙ୍କ ଟେକ ରଖିବାକୁ ଆଜି ଭଦ୍ରକ ଜିଲ୍ଲା ଆଗରପଡା ମହାବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଦ୍ରକ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ରାମଚନ୍ଦ୍ର ପଣ୍ଡା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି । କଲେଜ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟବକ୍ତା ଭାବେ ବଉଳା କଲେଜ ସୋସୋ ର ଅବସରପ୍ରାପ୍ତ ଅଧ୍ୟକ୍ଷ ଶିବ ଚରଣ ଖାମୁରାଇ ଆତ୍ମବଳ ଓ ମନବଳ ଦୃଢ କରି ଆଗକୁ ବଢିବା ସହ ଶିକ୍ଷାଲବ୍ଧ ଜ୍ଞାନକୁ ଦେଶ ମାତୃକାର ସେବା ପାଇଁ ଲଗାଇବାକୁ ପରାମର୍ଶ ଦେଇଥିଲେ । ଏଥିସହ ଦେଶ,ଜାତି, ମାଟି ମା ଏବଂ ମାତୃଭୂମିର ସେବା ଓ ତ୍ୟାଗ ଜୀବନର ସବୁଠୁ ବଡ ତ୍ୟାଗ ବୋଲି ସେ କହିଥିଲେ । ସାଂସ୍କୃତିକ ପରିଷଦର ସଭ୍ୟା ଅଧ୍ୟାପିକା ସାବିତ୍ରୀ ମଞ୍ଜରୀ ଦାସ ମଂଚ ସଂଯୋଜନା କରିଥିଲେ । ପରିଷଦର ସଭ୍ୟ ମହେଶ୍ୱର ମଲ୍ଲିକ ଅତିଥି ପରିଚୟ, ଉପ-ସଭାପତି ବିଜୟ କୁମାର ଷଣ୍ଢ ବାର୍ଷିକ ବିବରଣୀ ପାଠ ଓ ଶେଷରେ ସଭ୍ୟ ବ୍ରଜ ମୋହନ ପତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଯଥା- ରଚନା, ତର୍କ, ନୃତ୍ୟ, ସଙ୍ଗୀତ, କ୍ରୀଡା ଆଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ମୁଖ୍ୟ ସହାୟକ ଅଶୋକ କୁମାର ସାହୁଙ୍କ ତତ୍ୱାବଧାନରେ ପରିଷଦର ପ୍ରଶାନ୍ତ କୁମାର ନାୟକ, ରବିନ୍ଦ୍ର ମୋହନ ପଣ୍ଡା, ରାଜେନ୍ଦ୍ର ପାଣିଗ୍ରାହୀ, ଏ.ଜି ଗଫର ଅଲ୍ଲି ଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ । ଛାତ୍ର ପ୍ରଜ୍ଞାନ କୁମାର ବେହେରା ସଙ୍ଗିତ ପରିବେଷଣ କରିଥିବା ବେଳେ ଛାତ୍ରୀ ରଶ୍ମିତା ଜେନା ଓ ଅଙ୍କିତା ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ କୁମାର ଗୌତମଙ୍କ ଗୀତ ସମ୍ରାଟ ଅକ୍ରେଷ୍ଟା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।







