Home ଜିଲ୍ଲା ପରିକ୍ରମା ଆଗରପଡା କଲେଜରେ ସାଂସ୍କୃତିକ ଉତ୍ସବ

ଆଗରପଡା କଲେଜରେ ସାଂସ୍କୃତିକ ଉତ୍ସବ

2

ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡା ମହାବିଦ୍ୟାଳୟରେ ୭ ଦିନ ବ୍ୟାପି ଚାଲୁଥିବା ସାଂସ୍କୃତିକ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ପାଠ ପଢା ସହିତ ଛାତ୍ରଛାତ୍ରୀ ମାନେ ଅନ୍ୟାନ୍ୟ ବିଭାଗରେ ପାରଦର୍ଶିତା ଲାଭ କରି ଆଗକୁ ବଢିବା ନେଇ ପରାମର୍ଶ ଦେଇଥିଲେ । ସାଂସ୍କୃତିକ ପରିଷଦର ଉପ-ସଭାପତି ଅଧ୍ୟାପକ ବିଜୟ କୁମାର ଷେଣ୍ଢଙ୍କ ତତ୍ୱାବଧାନର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ତର୍କ, ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ,ରଚନା, ସାଧାରଣ ଜ୍ଞାନ, ଝୋଟି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ସାଂସ୍କୃତିକ କମିଟିର ଅଧ୍ୟାପକ ପ୍ରଶାନ୍ତ ନାୟକ, ବ୍ରଜମୋହନ ପତି, ସାବିତ୍ରୀ ମଞ୍ଜରୀ ଦାସ, ଏଜି ଗଫର ଅଲ୍ଲୀ, ରବିନ୍ଦ୍ର ମୋହନ ପଣ୍ଡା, ରାଜେନ୍ଦ୍ର ପାଣିଗ୍ରାହୀ, ମହେଶ୍ୱର ମଲ୍ଲିକ, ମୁଖ୍ୟ ସହାୟକ ଅଶୋକ କୁମାର ସାହୁଙ୍କ ସମେତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନେ ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.