ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଐତିହାସିକ ମାଟି ଆଗରପଡା ଠାରେ ଆଜି ଭାରତୀୟ ଜନତା ପାର୍ଟି ଡ.ମହତାବ ମଣ୍ଡଳ ପକ୍ଷରୁ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନ ଭଦ୍ରକ-ଆଗରପଡା ଠାରୁ ଆରମ୍ଭ କରାଯାଇଥିବା ବେଳେ ଶୋଭାଯାତ୍ରାରେ ପ୍ରତିଷ୍ଠାନର ଗୁରୁ ଛାତ୍ରଛାତ୍ରୀ ଓ ସ୍ଥାନୀୟ କୃଷ୍ଣ ଚରଣ ବିଦ୍ୟାମନ୍ଦିରର ଏନ୍ସିସି ଛାତ୍ରଙ୍କ ପ୍ୟାରେଡ୍ ମୁଖ୍ୟ ଆକର୍ଷଣ ଥିଲା । ଏହି ଶୋଭାଯାତ୍ରା ତାରିଣୀ ଛକ, ଲକ୍ଷ୍ମୀବଜାର, ଗଡଗଡିଛକ, ମୁଖ୍ୟ ବଜାର କଲେଜ ଛକସ୍ଥିତ ଡ.ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯାଇ ଶେଷ ହୋଇଥିଲା । ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦଙ୍କ ତତ୍ୱାବଧାନରେ ଜିଲ୍ଲା ବିଜେପି ସଭାପତି ଭଗବାନ ପଣ୍ଡା, ଭଣ୍ଡାରିପୋଖରୀ ବିଧାନସଭାର ବିଜେପି ନେତା ଡ.ସୁଧାଶୁଂ ଶେଖର ନାୟକ, ପୂର୍ବତନ ସରପଚଂ କିଶୋର କିଙ୍କର ପଢିଆରୀ, ଆଇନଜିବୀ ମାଧବା ନନ୍ଦ ଦାସ, ଅଶୋକ ପରିଡା,ପ୍ରଦୀପ ପୁହାଣ, ରବିନ୍ଦ୍ର ପଣ୍ଡା, ତପନ ସିଂହ, ପ୍ରତିମା ସାହୁ, ସାବିତ୍ରୀ ସାହୁ,ଅତଶୀ ପଣ୍ଡା,ବୁଟୁ ପାଢୀ, ବସନ୍ତ ନାୟକ, ସୁବାଷ ପଣ୍ଡା, ମଦନମୋହନ ଦାଶ, ରବିନ୍ଦ୍ର ଜେନା,ଧିବର ସାମଲ ପ୍ରମୁଖ ଶୋଭାଯାତ୍ରାରେ ସାମିଲ୍ ହୋଇ ବିଭିନ୍ନ ଦେଶାତ୍ମବୋଧକ ସ୍ଲୋଗାନ୍ ଦେଇ ବଜାର ପରିକ୍ରମା କରିଥିଲେ । ଶୋଭାଯାତ୍ରାରେ ଶ୍ରୀ ଅରବିନ୍ଦ କୋଚିଙ୍ଗ୍ ସେଟଂରର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ, ଜିଲ୍ଲାପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟାପକ ଡ.ପ୍ରଦୀପ କୁମାର ନାୟକ, କିରଣ କୁମାର ପ୍ରଧାନ, ନିର୍ମଳ ଚନ୍ଦ୍ର ସେଠୀ, ଡ.ରେଖା ମିଶ୍ର, ବିଜୟୀନି ସ୍ୱାଇଁ , ବିଜୟୀନି ମହାପାତ୍ର, ନାରାୟଣ ନାୟକ, ଗଣେଶ ପ୍ରସାଦ ପାଣି ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଗୁରୁ ଛାତ୍ରଛାତ୍ରୀ ଦ୍ୱାରା ବିରାଟ ତ୍ରିରଙ୍ଗା ପତାକା ପ୍ରଦର୍ଶନ ଏବଂ କୃଷ୍ଣ ଚରଣ ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷକ ତଥା ଏ ଏନ ଓ ସେକେଣ୍ଡ ଅଫିସର ଶରତ କୁମାର ଯେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏନସିିସି ଛାତ୍ରଙ୍କ ପ୍ୟାରେଡ୍ ସାଙ୍ଗକୁ ଶହ ଶହ ସଂଖ୍ୟାରେ ଜନ ସାଧାରଣଙ୍କ ସ୍ଲୋଗାନରେ ସମଗ୍ର ଅଚଂଳ ପ୍ରକମ୍ପିତ ହୋଇଥିଲା । ବରିଷ୍ଠ କାର୍ଯ୍ୟକର୍ତା ହେମନ୍ତ ସିଂହ, ଗୋପାଳ କୃଷ୍ଣ ଦାଶ ଶୋଭାଯାତ୍ରାର ନେତୃତ୍ୱ ନେଇଥିବା ବେଳେ ବିଭିନ୍ନ କାର୍ଯ୍ୟକୁ ଶିବ ନାରାୟଣ ସିଂହ, ପୂର୍ଣ୍ଣଚନ୍ଦ୍ର ପାତ୍ର, ଶୁଭେନ୍ଦୁ ବେହେରା,ମଦନ କଟୁଆଳ, ଜୟକୃଷ୍ଣ ସାହୁ, ସୁରେନ୍ଦ୍ର କର , ପ୍ରତାପ ପଣ୍ଡା, ଶିବ ସାହୁ ପ୍ରମୁଖ ସହଯୋଗ କରିଥିଲେ ।
Home ଜିଲ୍ଲା ପରିକ୍ରମା ଆଗରପଡାରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ତ୍ରିରଙ୍ଗା ଓ ଏନ୍ସିସି ଶୋଭାଯାତ୍ରା ମୁଖ୍ୟ ଆକର୍ଷଣ








