Home ଜିଲ୍ଲା ପରିକ୍ରମା ଆଗରପଡାରେ କରୱାଚୌଥ ପର୍ବ ପାଳିତ

ଆଗରପଡାରେ କରୱାଚୌଥ ପର୍ବ ପାଳିତ

26
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଆଗରପଡ଼ା ଅଚଂଳରେ ବସବାସ କରୁଥିବା କ୍ଷତ୍ରୀୟ ସମ୍ପ୍ରଦାୟର ଏକ ଅନନ୍ୟ ପର୍ବ କରୱାଚୌଥ ଅପୂର୍ବ ଆନନ୍ଦ ଓ ଭକ୍ତି ଭାବନା ମଧ୍ୟରେ ବିବାହିତା ମହିଳାମାନେ ପାଳନ କରିଛନ୍ତି । ସ୍ୱାମୀଙ୍କ ଆୟୁଷ କାମନା କରିବା ଲକ୍ଷ୍ୟରେ ବିଶେଷ କରି ସଧବା ନାରୀମାନେ ଦିନ ତମାମ ନିର୍ଜଳା ବ୍ରତ ଧାରଣ କରି ମନ,ବଚନ ଓ କର୍ମରେ ସାରା ଜୀବନ ସ୍ୱାମୀ ର ସୁଖଦୁଃଖ ରେ ସାଥୀ ହୋଇ ବ୍ରତ ଗ୍ରହଣ କରିଥିଲେ । ଶିବପାର୍ବତୀଙ୍କୁ ଯଥାରୀତି ପୂଜାର୍ଚ୍ଚନା କରି ରାତ୍ରରେ ଚନ୍ଦ୍ର ଦର୍ଶନ ଓ ସ୍ୱାମୀଙ୍କ ମୁହଁ ଦେଖିବା ପରେ ଏହି ବ୍ରତ ଭାଙ୍ଗିଥିଲେ ବ୍ରତଧାରୀ ମହିଳା । ଏହି ପର୍ବ ଉତର ଓ ଉତର ପୂର୍ବ ଭାରତ ଅଚଂଳରେ କାର୍ତିକ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ମୁଖ୍ୟତଃ ପାଳନ କରାଯାଇଥାଏ । ତେଣୁ ଏଠାରେ ମଧ୍ୟ ସେଠାକାର ବିଧି ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥାଏ । ଉତ୍କଳକେଶରୀ ଡ଼ଃ. ହରେକୃଷ୍ଣ ମହତାବଙ୍କ ସହଧର୍ମିଣୀ ତଥା ପ୍ରଖ୍ୟାତ ସ୍ୱାଧିନତା ସଂଗ୍ରାମୀ ସୁଭଦ୍ରା ମହତାବ ପ୍ରଥମେ ଆଗରପଡ଼ା ବିଟିପୁର ଅଚଂଳରେ ଏହି ପର୍ବର ଶୁଭାରମ୍ଭ କରିଥିଲେ । ଯାହାକି ଆଜିଯାଏ ଏହା ଉଜ୍ଜୀବିତ ହୋଇ ରହିଛି । ଏହି ପର୍ବରେ ମଠୁରୀ ଭୋଗ ଲାଗିଥାଏ । ଚାଉଳ ଅଟା,ମଇଦା,କଳାଜିରା ସମ୍ମିଶ୍ରଣରେ ଏହି ଭୋଗ ପ୍ରସ୍ତୁତି ହୋଇଥାଏ । ମହିଳାମାନେ ଏକତ୍ରୀତ ହୋଇ ସ୍ଥାନୀୟ ସିରିଡ଼ି ରାମେଶ୍ୱର ମନ୍ଦିରରେ ପୂଜା କରିଛନ୍ତି । ରଙ୍ଗବେରଙ୍ଗ ମାଟି କିମ୍ବା ଧାତୁ ଢାଳ ଉପରେ ମଠୁରୀ କୁ ପୁଞ୍ଜା କରି ପ୍ରତ୍ୟେକ ମହିଳା ଅନ୍ୟ ମହିଳାଙ୍କ ପୁଞ୍ଜାକୁ ଅଦଳ ବଦଳ କରିଥାନ୍ତି । ନୂତନ ବସ୍ତ୍ର ପରିଧାନ, ଗୋଡ଼ ରେ ଅଳତା ଲଗାଇ ମହିଳାମାନେ ପୂଜାର୍ଚ୍ଚନା କରୁଥିବା ସମୟରେ ଏକ ଅପୂର୍ବ ଧାର୍ମିକ ପରିବେଶ ସୃଷ୍ଟି ହୋଇଥାଏ । ବ୍ରତ ଭାଙ୍ଗିବା ପରେ ମହିଳା ମାନେ ଓଲ ସହ ଆମିଷ ଖାଇବାର ସ୍ୱତନ୍ତ୍ର ବିଧି ରହିଛି । ପ୍ରତ୍ୟେକଙ୍କ ଘରକୁ ପ୍ରତ୍ୟେକ ଶ୍ରଦ୍ଧାରେ ମଠୁରୀ ଦେଇ ସୁ ସର୍ମ୍ପକ ସ୍ଥାପନ କରିବାର ପ୍ରୟାସ କରିଥାନ୍ତି । ଏହି ପର୍ବ ଓଡ଼ିଶାରେ ବିଭିନ୍ନ ଅଚଂଳରେ ଥିବା କ୍ଷତ୍ରୀୟ ଜାତିର ମହିଳାମାନେ ଓ ଦେଶ ବିଦେଶରେ ଚାକିରୀ କରିଥିବା ମହିଳା ମାନେ ଯଥା ରୀତିରେ ପାଳନ କରିଥାନ୍ତି । ବିଟିପୁର ସିରିଡି ରାମେଶ୍ୱର ମନ୍ଦିରରେ ଏହି କାର୍ଯ୍ୟକ୍ରମକୁ ସପନ ସିଂହଙ୍କ ତତ୍ୱାବଧାନରେ ବ୍ରତଧାରୀ ମହିଳା ଭାନୁମତୀ ସିଂହ, ସୁଭଦ୍ରା ସିଂହ, କମଳା ରାଜ, ପ୍ରିୟଦର୍ଶନୀ ସିଂହ, ସ୍ମରିତା ସିଂହ, ରଶ୍ମିତା ସିଂହ, ରାଜଲକ୍ଷ୍ମୀ ସିଂହ, ସେବତୀ ସିଂହ,ଗୀତାଞ୍ଜଳୀ ସିଂହ,ସାବିତ୍ରୀ ସିଂହ, ମନରମା ସିଂହ, ନୀତୁବାଳା ସିଂହ, ରଶ୍ମିରେଖା ସିଂହ, ମଞ୍ଜୁଲତା ସିଂହ, ସୁଭାସିନୀ ଦାସ, ବାସନ୍ତି ସିଂହ, ସଞ୍ଜୁକ୍ତା ସିଂହ,ନିହାରିକା ସିଂହ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.