ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡ଼ା ଠାରେ ଚାଲିଥିବା ଦ୍ୱାଦଶତମ ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବ ନବମ ଦିବସର ସାଂସ୍କୃତିକ ସଭା, ପ୍ରତିଭା ସମ୍ବର୍ଦ୍ଧନା,ନୃତ୍ୟ ଓ ମୋଗଲ ତାମସା ପରିବେଷଣ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ ଭଦ୍ରକ ସାଇ ନୃତ୍ୟ କଳା ଏକାଡେମି ପକ୍ଷରୁ ସ୍ମୃତିରେଖା, ଅଭିଲିପ୍ସା, ପ୍ରଜ୍ଞା ପ୍ରମିତ୍, ଗ୍ରେସମିନ , ଅଙ୍କିତା, ଦ୍ୟୁତିରୂପା,ଆଲିସା, ମୌସୁମି ମଧୁଲଗ୍ନା, ଆଦ୍ୟାଶା, ପ୍ରକୃତି, ନିକିତା, ମନିସା, ମାହେଶ୍ୱରୀ, ଦିବ୍ୟାମୃତି,ରାଜନନ୍ଦୀନି, ସିୃଷ୍ଟି, ଅନୁଷ୍କା, ବିଦୁସ୍ମିତା , ସତରୂପା, ଭବ୍ୟା, ଆୟୁଷି, ଲକ୍ଷ୍ମିପ୍ରିୟା ଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ରାତ୍ରରେ ଆୟୋଜିତ ସାଂସ୍କୃତିକ ସଭାକୁ ମହୋତ୍ସବ କମିଟିର ସଭାପତି ଆଇନ୍ଜିବୀ ମନୋଜ ରାୟ ପୌରହିତ୍ୟ କରିଥିଲେ । ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଲେ, ଏ ମାଟିର ବରପୁତ୍ର ହରେକୃଷ୍ଣ ମହତାବ ରାଷ୍ଟ୍ର ନିତୀଜ୍ଞ, ଅପ୍ରତିଦ୍ୱନ୍ଦୀ ବ୍ୟକ୍ତି ଥିଲେ, ତାଙ୍କର ସୁଦୂରପ୍ରସାରୀ ଦୂରଦୃଷ୍ଟି ସମ୍ପର୍ଣ୍ଣ କାର୍ଯ୍ୟ ଧାରା ପାଇଁ ସବୁଦିନ ଆମ ସମସ୍ତଙ୍କ ହୃଦୟରେ ରହିଥିବେ । ଅନ୍ୟପକ୍ଷରେ ଯେପରି ଓଡିଶୀ,ସମ୍ବଲପୁରୀ ନୃତ୍ୟ କେବଳ ଓଡିଶାରେ ସୀମିତ ନ ରହି ସମଗ୍ର ଭାରତ ବର୍ଷରେ ନାମ କମାଇଛି ଠିକ୍ ସେହିପରି ଭଦ୍ରକର ମୋଗଲ ତାମସା ଦିଲ୍ଲୀ ଦରବାରରେ ପରିବେଷଣ କରି ଓଡିଶା ର ଗୌରବ ବୃଦ୍ଧି କରୁଛି ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ଭାବେ ଭଦ୍ରକ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. କାର୍ତିକେଶ୍ୱର ରାଉଳ କହିଲେ, ଡ. ହରେକୃଷ୍ଣ ମହତାବ ବିକଶିତ ଭାରତ ଓ ଓଡ଼ିଶା ଗଠନର କର୍ଣ୍ଣଧାର ଥିଲେ । କର୍ମମୟ ଜୀବନରେ ଭାରତ ଓ ଓଡ଼ିଶାକୁ ସର୍ବାଙ୍ଗୀନ କରିବାରେ ତାଙ୍କର ଅବଦାନ ପ୍ରଶଂସନୀୟ ଥିଲା । ଅନ୍ୟମାନଙ୍କ ମଧ୍ୟରେ ଜନ ନେତା ଦିଲ୍ଲୀପ ନାୟକ, ଯୁବନେତା ସତ୍ୟସାଧନ ବେଜ, ଗାୟକ ନନ୍ଦ କିଶୋର ନାୟକ, ମହୋତ୍ସବ କମିଟିର ଉପଦେଷ୍ଟା ହରମୋହନ ପଣ୍ଡା, ସୁବୋଧ କୁମାର ସାହୁ, ନାରାୟଣ ଚନ୍ଦ୍ର ଲେଙ୍କା, ରମାକାନ୍ତ ଜେନା, ଉପସଭାପତି ମମତା ମହାନ୍ତି ପ୍ରମୁଖ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ମହୋତ୍ସବ କମିଟିର ସମ୍ପାଦକ ସାମ୍ବାଦିକ ହେମନ୍ତ ସିଂହଙ୍କ ମଂଚ ପରିଚାଳନାରେ ମୋଗଲ ତାମସାର ନାଟ୍ୟ ନିର୍ଦ୍ଦେଶକ ଗୌରାଙ୍ଗ ଚନ୍ଦ୍ର ବାରିକ, ଭଦ୍ରକ ସାଇ ନୃତ୍ୟ କଳା ଏକାଡ଼େମିର ଅଧ୍ୟକ୍ଷା ପୁଷ୍ପମିତ୍ରା ବେହେରା, କଣ୍ଠଶିଳ୍ପୀ ସର୍ବେଶ୍ୱର ପଣ୍ଡା, ମିନତୀ ବାରିକ ପ୍ରମୁଖଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ମୋଗଲ ତାମସା ପରିବେଷଣ କରାଯାଇଥିଲା । ଯାହାକୁ ହଜାରେ ସଂଖ୍ୟାରେ ଦର୍ଶକ ମନୋଭରି ଉପଭୋଗ କରିଥିଲେ । କାର୍ଯ୍ୟକ୍ରମକୁ ଜଗନ୍ନାଥ ପଳତା, ନମିତା ବେହେରା, ପ୍ରତିମା ସାହୁ, ସୁଦର୍ଶନ ସିଂହ, ଚିତରଞ୍ଜନ ଦାସ,ମାମୁନି ସିଂହ ପ୍ରମୁଖ ସହଯୋଗ କରିଥିଲେ ।