
ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ପ୍ରସିଦ୍ଧ ଭଦ୍ରକର ଐତିହାସିକ ଶ୍ରୀରାମ ନବମୀର ନଗର ଶୋଭାଯାତ୍ରାରେ କେବଳ ଏହି ଜିଲା ନୁହେଁ ସମଗ୍ର ରାଜ୍ୟର ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି। ମାତ୍ର ଚଳିତବର୍ଷ ଏହି ନଗର ଶୋଭାଯାତ୍ରା ଯାଉଥିବା ସହରର ଉଭୟ ପାଶ୍ୱର୍ରେ ଥିବା ପୌରପାଳିକାର ବହୁ ପୁରାତନ ବେଆଇନ୍ ଜବରଦଖଲ ମାର୍କେଟ୍ କମ୍ପେ୍ଲକ୍ସ ଗୁଡିକୁ ଜିଲା ପ୍ରଶାସନ ବୁଲଡୋଜର ଲଗାଇ ଭାଂଗିଦେବା ପରେ ବିପଦପୂର୍ଣ୍ଣ ଭାବେ ଆଂଶିକ ରହିଥିବା ଦୋକାନ ଘର ବାଲକୋନୀ ଓ ବାରଣ୍ଡା ଗୁଡିକ ଏବେ ଲୋକଙ୍କ ସମାବେଶ ପାଇଁ ବିପଦ ସଂକୁଳ ହୋଇପଡିଛି। ଏଠାରେ ସୂଚନାଯୋଗ୍ୟ ଏହିଭଳି ବିପଦପୂର୍ଣ୍ଣ ବହୁ କୋଠାଘର ଭାଂଗି ଆମ ଦେଶର ଶତାଧିକ ଲୋକ ବିଭିନ୍ନ ପର୍ବପର୍ବାଣୀରେ ମୃତାହତ ହେଉଛନ୍ତି। ଏଭଳି ସ୍ଥଳେ ପ୍ରତିବର୍ଷ ଏହି ଶ୍ରୀରାମ ନବମୀ ନଗର ଶୋଭାଯାତ୍ରା ଦିନ ଭଦ୍ରକ ଆସିଥିବା ବିଭିନ୍ନ ଅଂଚଳର ଆବାଳ ବୃଦ୍ଧ ବନିତା ନଗର ସଂକୀର୍ତନ ଦେଖିବା ପାଇଁ ଉକ୍ତ ମାର୍କେଟ୍ କମ୍ପେ୍ଲକ୍ସର ବାଲକୋନୀ, ଛାତ ଓ ବାରଣ୍ଡାକୁ ନିର୍ଭର କରିଥାନ୍ତି। କିନ୍ତୁ ଚଳିତବର୍ଷ କେତେକ ଜରାଜୀର୍ଣ୍ଣ ଦୋକାନ ଘର ଭଂଗାଯାଇଥିଲେ ମଧ୍ୟ ତାହା ଆଂଶିକ ଭାବେ ପୂର୍ବଭଳି ରହିଛି। ଯାହା ଉପରେ ଶ୍ରଦ୍ଧାଳୁ ଭକ୍ତମାନେ ପ୍ରତିବର୍ଷ ଭଳି ଛିଡା ହୋଇ ଶୋଭାଯାତ୍ରାକୁ ଉପଭୋଗ କରିବେ। ମାତ୍ର ଏହି ଘରଗୁଡିକ ସେମାନଙ୍କ ପାଇଁ ଏବେ ସଂପୂର୍ଣ୍ଣ ଭାବେ ବିପଦପୂର୍ଣ୍ଣ ହୋଇପଡୁଥିବାରୁ ଜିଲା ପ୍ରଶାସନ ଉଭୟପାଶ୍ୱର୍ରେ ଥିବା ଏହି ଶଂକାକୁଳ ମାର୍କେଟ୍ କମ୍ପେ୍ଲକ୍ସ ଗୁଡିକୁ ଦକ୍ଷ ଯନ୍ତ୍ରୀଙ୍କ ଦ୍ୱାରା ପରୀକ୍ଷା ନିରୀକ୍ଷା କରି ଲୋକମାନଙ୍କୁ ତାହା ଉପରେ ଆଶ୍ରୟ ନନେବାକୁ ଆଜି ଓଟି ମାର୍କେଟ୍ର ଭାରତ ଭୂଷଣ ଗୁପ୍ତା, ବଳରାମ ନନ୍ଦୀ, ପ୍ରଦୀପ ନାୟକ, ରାହୁଲ ଗୁପ୍ତା, ମଧୁସୂଦନ ରାୟ, ସୁକାନ୍ତ ବାରିକ, ପ୍ରଫୁଲ୍ଲ କୁମାର ପଣ୍ଡା, ରାସିଦ ଖାନ ପ୍ରମୁଖ ବହୁ ବ୍ୟବସାୟୀ ଜିଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି। ଏଥିସହ ବାହାରୁ ଆସୁଥିବା ୮-୧୦ ଲକ୍ଷ ଲୋକଙ୍କୁ ଗ୍ରୀଷ୍ମ ପ୍ରବାହ ଜନିତ ତୃଷା ମେଂଟାଇବା ପାଇଁ ଅନ୍ୟ ଜିଲାରୁ ଶହେ ଭଳି ପାଣି ଟ୍ୟାଙ୍କର ଆଣି ବିଭିନ୍ନ ଛକ ଓ ରାସ୍ତା ପାଶ୍ୱର୍ରେ ରଖିବାକୁ ଦାବି କରିଛନ୍ତି।