Home ଜିଲ୍ଲା ପରିକ୍ରମା ଆଖୁଆପଦା ବ୍ୟାରେଜ, କେନ୍ଦୁଆପଦା ଓ ମଞ୍ଜୁରୀରୋଡ ରେଳ ଓଭରବ୍ରିଜ ନିର୍ମାଣ ପ୍ରସଙ୍ଗ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ...

ଆଖୁଆପଦା ବ୍ୟାରେଜ, କେନ୍ଦୁଆପଦା ଓ ମଞ୍ଜୁରୀରୋଡ ରେଳ ଓଭରବ୍ରିଜ ନିର୍ମାଣ ପ୍ରସଙ୍ଗ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କଲେ ବଦ୍ରୀ

58

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଆଖୁଆପଦା ଆନିକଟକୁ ବ୍ୟାରେଜରେ ପରିଣତ କରିବା ପାଇଁ ସ୍ଥାନୀୟ ବିଜେପି ପକ୍ଷରୁ ଚାଲିଥିବା ଦସ୍ତଖତ ସଂଗ୍ରହ ଅଭିଯାନ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ । ଶ୍ରୀ ପ୍ରଧାନଙ୍କ ଭୁବନେଶ୍ୱର ବାସଭବନରେ ସାକ୍ଷାତ ସମୟରେ ବୈତରଣୀ ନଦୀର ଆଖୁଆପଦା ବ୍ୟାରେଜର ଅବଶ୍ୟକତା, ଉପସ୍ଥିତ ଭିତ୍ତିଭୂମି, ବନ୍ୟାନିୟନ୍ତ୍ରଣ ସହ ଜଳସେଚନ ସୁବିଧାର ବ୍ୟାପକତା ପାଇଁ ବ୍ୟାରେଜର ଉପଯୋଗୀତା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇବା ସହ ରାଜ୍ୟ ସରକାରଙ୍କ ଉଦାସୀନତା ଓ ବୈମାତୃକ ମନୋଭାବ ସମ୍ପର୍କରେ ସୂଚୀତ କରିଥିଲେ । ଏ ସମ୍ପର୍କରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପ୍ରଧାନ ଆଶ୍ୱାସନା ଦେଇଥିଲେ । ସେହିପରି ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀ କ୍ଷେତ୍ରର ବ୍ୟସ୍ତବହୁଳ ଛତାବର-ନୀଳକ ରାସ୍ତାର ମଞ୍ଜୁରୀରୋଡ ରେଳ ଷ୍ଟେସନ ଓ ବାରିକପୁର-ବନ୍ତ ରାସ୍ତାର କେନ୍ଦୁଆପଦା ରେଳଷ୍ଟେସନ ଉପରେ ଉଡନ୍ତା ପୋଲ ନିର୍ମାଣ କରାଯିବା ସମ୍ପର୍କରେ ମଧ୍ୟ ବଦ୍ରୀବାବୁ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାଦ୍ୱାରା ଯାନବାହନ ଚଳାଚଳ ସୁଗମ ହେବା ସହ ସମୟ ଅପଚୟରୁ ଜନସାଧାରଣ ଆଶ୍ୱସ୍ତି ପାଇପାରିବେ ବୋଲି ବଦ୍ରୀବାବୁ ଅବଗତ କରିଥିଲେ । ଏହାସହ ଏହି ଦୁଇ ରେଳ ଷ୍ଟେସନରେ ଦୂରଗାମୀ ଯାତ୍ରୀବାହୀ ରେଳ ରହଣି ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମଧ୍ୟ ଶ୍ରୀ ପ୍ରଧାନଙ୍କୁ ଅନୁରୋଧ କରିଥିଲେ । ଏଥିନେଇ ପଦକ୍ଷେପ ନେବେ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ । ଚଳିତ ବର୍ଷ ଏହି ସମସ୍ତ ଦାବି ପୂରଣ ହୋଇପାରିବ ବୋଲି ବଦ୍ରୀବାବୁ ଆଶା ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.