Home ଜିଲ୍ଲା ପରିକ୍ରମା ଆଖୁଆପଦା ଠାରେ ବୈତରଣୀ ନଦୀର ଜଳ ବିପଦ ସଂକେତ ତଳେ ପବ୍ରାହିତ, ଭଦ୍ରକ ଜିଲ୍ଲାରେ ବନ୍ୟା...

ଆଖୁଆପଦା ଠାରେ ବୈତରଣୀ ନଦୀର ଜଳ ବିପଦ ସଂକେତ ତଳେ ପବ୍ରାହିତ, ଭଦ୍ରକ ଜିଲ୍ଲାରେ ବନ୍ୟା ଆଶଙ୍କା ନାହିଁ : ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ

13

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ପ୍ରବାହିତ ବୈତରଣୀ ନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ । ବୈତରଣୀ ନଦୀର ଆଖୁଆପଦା ଠାରେ ବିପଦ ସଂକେତ ୧୮.୩୩ ମିଟର ରହିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଏହା ୧୭.୩୨ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି କ୍ଷବୈତରଣୀ ନଦୀର ଉପରମୁଣ୍ଡ ଆନନ୍ଦପୁର ଠାରେ ଜଳ ସ୍ତର ହ୍ରାସ ପାଉଥିବା ଯୋଗୁ ଆଖୁଆପଦା ଠାରେ ବନ୍ୟା ଜଳ ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ତେବେ ଆଖୁଆପଦା ଠାରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ସତ୍ୱେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଏବଂ ଧାମନଗର ବ୍ଲକରେ କୌଣସି ଏସକେଏଫ ଉପରେ ବନ୍ୟା ଜଳ ପ୍ରବାହିତ ହୋଇନାହିଁ। ସେହିଭଳି ଭଣ୍ଡାରିପୋଖରୀ ବ୍ଲକ ର ଗୁରତ୍ୱପୂର୍ଣ କଂଟି ଘାଇ ରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିନାହିଁ । ଅନ୍ୟପକ୍ଷରେ ବର୍ତମାନ ସ୍ଥିତିରେ ଭଦ୍ରକ ଜିଲ୍ଲାରେ କୌଣସି ବଡ଼ ବନ୍ୟା ଆଶଙ୍କା ନଥିବା ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ ଆଖୁଆପଦା ଠାରେ ଜଳସ୍ତର ୧୯ ମିଟର ଅତିକ୍ରମ କଲେ ସ୍ଥିତି ଚିନ୍ତାଜନକ ହୋଇପାରେ । ତେବେ ଆଖୁଆପଦା ଠାରେ ବନ୍ୟା ପରିସ୍ଥିତି ଅନୁଧ୍ୟାନ ପାଇଁ ପହଁଚିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ । ସେ କହିଛନ୍ତି ଯେ ଗତକାଲି ଆନନ୍ଦପୁର ବ୍ୟାରେଜ ପାଣି ଛାଡୁଥିବା ଖବର ପାଇ ଆମେ ଭୟଭୀତ ହୋଇଥିଲୁ । କାରଣ ଆଖୁଆପଦା ଠାରେ ବୈତରଣୀ ଜଳସ୍ତର ବୃଦ୍ଧି ପାଇଲେ ଭଣ୍ଡାରିପୋଖରୀ ବ୍ଲକର ସୋଳମପୁର,ବାଲିପୋଖରୀ, ବନ୍ଦାଳ, କୁରିଗାଁ ଏବଂ ଝୁଟୁଣା ପ୍ରଭୁତି ପଂଚାୟତ ସହିତ କଂଟି ଏସକେଏଫ ପ୍ରଭାବିତ ହେବାର ଆଶଙ୍କା ଉପୁଜିଥିଲା । ତେଣୁ ଏନେଇ ଜିଲ୍ଲାପାଳ ଏବଂ ବିଡ଼ିଓ ଙ୍କ ସହ କଥା ମଧ୍ୟ ହୋଇଥିଲା। ଆବଶ୍ୟକ ସ୍ଥଳେ ସାହାଯ୍ୟ ଏବଂ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ଜିଲ୍ଲାପାଳ କହିଥିଲେ । ତେବେ ଏବେ ଜଳସ୍ତର ସ୍ଥିର ରହିଛି ଆଗକୁ ପାଣି ମଧ୍ୟ କମିବା ସମ୍ଭାବନା ରହିଛି । ତେଣୁ ଏନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବୋଲି ବିଧାୟକ ଶ୍ରୀ ମଲ୍ଲିକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.