ବାରଙ୍ଗ,୧୫/୧୦,(ଓଡ଼ିଆ ପୁଅ ପି ନାଏକ): ନନ୍ଦନକାନନରେ ହାତୀ ମଡକ ପରେ ଆଜି ଧଳା ବାଘ ଶୁଭ୍ରାଂଶୁର ମୃତ୍ୟୁ ହୋଇଛି । ବହୁତ ଦିନ ଧରି ଲିଭର ଜନିତ ରୋଗରେ ପୀଡିତ ଥିବା ଶୁଭ୍ରାଂଶୁ ଗତ କିଛି ଦିନ ହେବ ଗୁରୁତର ହୋଇପଡିଥିଲା । ଅସୁସ୍ଥ ଥିବାରୁ ଗତ ୧୪ ଦିନ ଧରି ଶୁଭ୍ରାଂଶୁର ଚିକିତ୍ସା ହେଉଥିଲା । ହେଲେ ଆଜି ସେ ଆଖି ବୁଝିଛି । ତେବେ ଶୁଭ୍ରାଂଶୁ ର ମୃତ୍ୟୁ ପରେ ନନ୍ଦନକାନନରେ ଧଳାବାଘ ସଂଖ୍ୟା ୭କୁ ଖସିଥିବା ବେଳେ ମୋଟ ଉପରେ ୨୫କୁ ଖସି ଆସିଲା ନନ୍ଦନକାନନ ବାଘ ସଂଖ୍ୟା । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ବୟସାଧିକ କାରଣରୁ ବାଘୁଣୀ ପ୍ରିୟଙ୍କା ଅଗଷ୍ଟ ମାସରେ ମୃତ୍ୟୁବରଣ କରିଥିଲା ।