Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣି ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ଗୁରୁ ପୂଜନ ଓ ବନ୍ଧୁମିଳନ

ଆଖଣ୍ଡଳମଣି ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ଗୁରୁ ପୂଜନ ଓ ବନ୍ଧୁମିଳନ

3

ଭଦ୍ରକ, ୨୮ା୧୨ (ଏମ୍‌ଏନ୍‌ଏସ) – ଭଦ୍ରକ ଜିଲା ବେତାଳିଗାଁ ପାଳସାହିରେ ଥିବା ଆଖଣ୍ଡଳମଣି ମହା ବିଦ୍ୟାଳୟର ୧୯୮୭ ମସିହାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରବିବାର ଗୁରୁ ପୂଜନ ଓ ବନ୍ଧୁମିଳନ ଉତ୍ସବ ଆରଡି ପୀଠ ରୟାଲ ହୋଟେଲ ପରିସରରେ ମହା ଆଡମ୍ବର ସହ ପାଳନ ହୋଇଯାଇଛି। ଦୀର୍ଘବର୍ଷ ପରେ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇଥିବାରୁ ସମସ୍ତଙ୍କ ମନରେ ଖୁସିର ବାତାବରଣ ଦେଖାଦେଇଥିଲା। ସର୍ବପ୍ରଥମେ ଛାତ୍ରଛାତ୍ରୀମାନେ ପୀଠର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣିଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ଘର୍ଷଣଲାଗି କରିଥିଲେ। ରୟାଲ ହୋଟେଲ ପରିସରରେ ଅଧ୍ୟୟନ ଦେଇଥିବା ଗୁରୁ ମାନଙ୍କୁ ପୁଷ୍ପମାଲ୍ୟ ଓ ଓତରୀୟ ପ୍ରଦାନ କରି ପାଛୋଟି ନେଇଥିଲେ। ସର୍ବପ୍ରଥମେ ପୁରାତନ ଛାତ୍ରଛାତ୍ରୀମାନେ ଚନ୍ଦନ, ସିନ୍ଦୁର ଦେଇ ଗୁରୁ ପୂଜନ କରିବା ପରେ ସଭା ମଂଚକୁ ନେଇଥିଲେ। ଉକ୍ତ ସଭାରେ ବାବା ଆଖଣ୍ଡଳମଣିଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଗୁରୁ ପୂଜନ ଓ ଗୁରୁ ବନ୍ଦନା ଅନୁଷ୍ଠିତ ହୋଇଥିଲା। ୧୯୮୭ ମସିହା ବ୍ୟାଚର ଛାତ୍ରଛାତ୍ରୀମାନେ ତାଙ୍କର ଅଭିଭାଷଣ ରଖିଥିଲେ। ଅନ୍ୟପଟେ ଶରତ ଚନ୍ଦ୍ର ତ୍ରୀପାଠୀଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ ଅଧ୍ୟକ୍ଷ,ଅଧ୍ୟାପକ ରାଜେନ୍ଦ୍ର କୁମାର ହୋତା, ବିଜୟ କୁମାର ପରିଡ଼ା, ରାଜକିଶୋର ହୋତା, ପ୍ରଶାନ୍ତ କୁମାର ନାୟକ, ବିଭୁତି ଭୁଷଣ ବାରିକ ପଦ୍ମନାଭ ପଣ୍ଡା, ତିର୍ଥବାସୀ ଦାସ, ଧିରେନ ପାତ୍ର, ଦୁଃଶାସନ ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ କୃତଜ୍ଞ ଜଣାଇଥିଲେ। ପରେ ଛାତ୍ରଛାତ୍ରୀମାନେ ସମସ୍ତ ଗୁରୁ ମାନଙ୍କୁ ମାନପତ୍ର ଦେଇ ତାଙ୍କ ଠାରୁ ଆଶିଷକୃପା ଲାଭ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.