Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣି -ଭଦ୍ରକ ମୁଖ୍ୟ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ପ୍ରସଙ୍ଗ, ସୁନ୍ଦରପୁର ଛକ ଠାରେ ରାସ୍ତା ସଂକୁଚିତ...

ଆଖଣ୍ଡଳମଣି -ଭଦ୍ରକ ମୁଖ୍ୟ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ପ୍ରସଙ୍ଗ, ସୁନ୍ଦରପୁର ଛକ ଠାରେ ରାସ୍ତା ସଂକୁଚିତ ନେଇ ବିରୋଧ

16

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଖଣ୍ଡଳମଣି-ଭଦ୍ରକ ୩୫ନମ୍ୱର ରାଜ୍ୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ନିମନ୍ତେ ଦୀର୍ଘ ୪୍ୱର୍ଷ ହେବ ରାସ୍ତାର ଉଭୟ ପାର୍ଶ୍ୱରେ ବଡ଼ବଡ଼ ଗଛ କଟାଯାଇ କାମ ଆରମ୍ଭ କରାଯାଇଥିଲା। ଆରମ୍ଭରୁ କିଛି ରାସ୍ତା କାମ ହେବା ପରେ ବିଭିନ୍ନ ଆଳ ଦେଖାଇ ଠିକାଦାର କାମ ବନ୍ଦ କରିଦେଇଥିଲା। ଏବେ ପୁର୍ନବାର ରାସ୍ତା କାମ ଆରମ୍ଭ ହୋଇଥିଲେ ମଧ୍ୟ କାମ ହେବାର କିଛି ଘଂଟା ମଧ୍ୟରେ ପିଚ ଉଠିଯାଉଛି ତ ଆଉ କେଉଁଠି ରାସ୍ତା ଅଣ ଓସାରିଆ ଭାବେ କାମ କରାଯାଉଛି। ଯାହାକୁ ନେଇ ସ୍ଥାନୀୟ ଲୋକ ବିରୋଧ କରିବା ସହ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିପରି ସୁନ୍ଦରପୁର ଓ ସାହୁସାହି ଠାରେ ରାସ୍ତା କାମ ଆରମ୍ଭ ହୋଇଥିଲେ ମଧ୍ୟ ଠିକାଦାର ଗଛ ନକାଟି ରାସ୍ତା କାମ ସଂକୁଚିତ କରୁଥିବାରୁ ସ୍ଥାନୀୟ ଲୋକ ବିରୋଧ କରିବା ସହ ଗଛକାଟି ରାସ୍ତା ସମ୍ପ୍ରସାରଣ କରିବାକୁ ଦାବି କରିଛନ୍ତି। ତାହା ସହ ରାସ୍ତା ପ୍ରସସ୍ତିକରଣ ପାଇଁ ବାଧକ ସାଜିଥିବା ୧୧କେଭି ବିଦ୍ୟୁତ ତା’ର ଓ ଖୁଂଟିର ସମ୍ପ୍ରସାରଣ ଓ ନଇଯୋର ପାଖରେ ସୁରକ୍ଷା ପ୍ରାଚେରୀ କରିବା ପାଇଁ ଦାବି କରିଛନ୍ତି। ଯଦି ରାସ୍ତାର ସମ୍ପ୍ରସାରଣ କରାନଯାଏ ତାହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସୁନ୍ଦରପୁର ଗାଁର ଲୋକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.