ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ରାଜ୍ୟ ଷଷ୍ଠ ଅର୍ଥ କମିସନର ଅଧ୍ୟକ୍ଷ ଅରୁଣ ପଣ୍ଡାଙ୍କ ସହ ଏକ ପ୍ରତିନିଧି ଦଳ ଭଦ୍ରକ ଜିଲାର ପୁରାତନ ପର୍ଯ୍ୟଟନସ୍ଥଳୀ ତଥା ବାବା ଆଖଣ୍ଡଳମଣିଙ୍କ ପୀଠର ବିକାଶ କାର୍ଯ୍ୟ ଆଗକୁ କିପରି ଭାବେ ଆଗେଇବ ସେଥିପାଇଁ ପୀଠରେ ପହଂଚି ପ୍ରଥମେ ବାବାମଣିଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ଏହି ପ୍ରତିନିଧି ଦଳ ମନ୍ଦିର ବେଢ଼ା ଓ ପାରିପାର୍ଶ୍ୱିକ ଅଂଚଳ ବୁଲି ଦେଖିବା ସହିତ ସେବାୟତ ଓ ସ୍ଥାନୀୟ ବୁଦ୍ଧିଜିବୀଙ୍କ ସହ ଆଲୋଚନା କରିଥିଲେ। ପୀଠର ଅଧା ପଡିରହିଥିବା ପରିକ୍ରମା ମାର୍ଗ ସହ ସାଇନ୍ସିପାର୍କ, ପାନ୍ଥନିବାସ, ବାବାଙ୍କ ପୁଷ୍ପ ଉଦ୍ୟାନ ଆଦି ଥିବା କାର୍ଯ୍ୟ କିପରି ଆଗେଇବ ସେଥିପାଇଁ ଜିଲା ପ୍ରଶାସନ ସହ ଆଲୋଚନା କରିବା ପରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି କମିସନର ଶ୍ରୀ ପଣ୍ଡା କହିଥିଲେ। କମିସନରଙ୍କ ଗସ୍ତରେ ଭଦ୍ରକ ଜିଲାପାଳ ଦିଲିପ ରାଉତରାୟ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଶୁଭେନ୍ଦୁ ସାମଲ , ଉପଜିଲ୍ଲାପାଳ ସୈାରଭ ଚକ୍ରବର୍ତୀ , ଚାନ୍ଦବାଲି ବିଡିଓ ସଞ୍ଜିବ କୁମାର ମହାପାତ୍ର, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ , ଟ୍ରଷ୍ଟବୋର୍ଡ ସଭ୍ୟ ସରୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଏହି ଟିମ୍ ନିକଟସ୍ଥ ପଂଚାୟତ ସୁନ୍ଦରପୁର ଓ ପରେ ଚାନ୍ଦବାଲି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସମୀକ୍ଷା ପାଇଁ ଯାଇଥିଲେ।
Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣି ପୀଠ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟ ଅର୍ଥ କମିଶନର ଟିମ,ପୀଠର ବିକାଶ ପାଇଁ...







