Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣି ପୀଠର ୨ୟ ପର୍ଯ୍ୟାୟ ସଂପ୍ରସାରଣ ପାଇଁ ମାପଚୁପ ଆରମ୍ଭ, ବିସ୍ଥାପିତ ହେବେ ୯୮ ପରିବାର

ଆଖଣ୍ଡଳମଣି ପୀଠର ୨ୟ ପର୍ଯ୍ୟାୟ ସଂପ୍ରସାରଣ ପାଇଁ ମାପଚୁପ ଆରମ୍ଭ, ବିସ୍ଥାପିତ ହେବେ ୯୮ ପରିବାର

57

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାବା ଆଖଣ୍ଡଳମଣି ପୀଠର ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣ ପାଇଁ ଆଜି ଅପରାହ୍ନରେ ଚୂଡାନ୍ତ ମାପଚୁପ ଆରମ୍ଭ ହୋଇଛି । ଏହି ମାପଚୁପ ନିମନ୍ତେ ଭଦ୍ରକ ଜିଲାପାଳ ଓ ଜିଲା ଭୂ-ଅର୍ଜନ ଅଧିକାରୀଙ୍କ ପରାମର୍ଶ କ୍ରମେ ସହକାରୀ ଜିଲାପାଳ ସୁଧାଂଶୁ ମୋହନ ସ୍ୱାଇଁଙ୍କ ସହ ଚାନ୍ଦବାଲି ତହସିଲର ଅମିନ ନାରାୟଣ ସାମଲ, ରାଜସ୍ୱ ନିରୀକ୍ଷକ ଦେବାଶିଷ ରାୟ, ଦୁର୍ଯ୍ୟୋଧନ ଦାସ, ଶୁକଦେବ ପ୍ରଧାନ, ଚନ୍ଦନ କୁମାର ମୁଣ୍ଡା, ଦଶରଥ ଦାସ ପ୍ରମୁଖ ପୀଠରେ ପହଞ୍ôଚ ମନ୍ଦିର ଚତୁପାଶ୍ୱର୍ର ୨୦ ମିଟର ପରିଧିରେ ଥିବା ଜନବସତି ଗୁଡିକର ମାପଚୁପ କରିଥିଲେ । ଏହି ଦ୍ୱିତୀୟ ପର୍ଯ୍ୟାୟରେ ୯୮ ପରିବାର ବିସ୍ଥାପିତ ହେବେ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏଥିପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ଦପ୍ତରକୁ ପଠାଯାଇଥିଲା । ଏହି କାର୍ଯ୍ୟ ପାଇଁ ଗତ ଜୁନ୍ ମାସ ୨୩ ରେ ଅନୁମୋଦନ ପାଇବା ସହ ୪୨.୩୩ କୋଟି ଟଙ୍କା ମଂଜୁର କରାଯାଇଛି । ବିସ୍ଥାପିତ ପରିବାରଙ୍କ ପାଇଁ ୨୮.୨୬ କୋଟି ଟଙ୍କା ଅଟକଳ ହୋଇଥିବାବେଳେ ୧୪ କୋଟି ଟଙ୍କାରେ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.