Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣି ପୀଠରେ ତୁଟୁନି ବିସ୍ଥାପିତଙ୍କ ବିବାଦ ,ପୂର୍ବତନ ଆର.ଆଇଙ୍କୁ ଘେରିଲେ ବିସ୍ଥାପିତ, ବିସ୍ଥାପିତଙ୍କୁ ମିଳିବନି ଦେବୋତର...

ଆଖଣ୍ଡଳମଣି ପୀଠରେ ତୁଟୁନି ବିସ୍ଥାପିତଙ୍କ ବିବାଦ ,ପୂର୍ବତନ ଆର.ଆଇଙ୍କୁ ଘେରିଲେ ବିସ୍ଥାପିତ, ବିସ୍ଥାପିତଙ୍କୁ ମିଳିବନି ଦେବୋତର ସମ୍ପତିର ଅର୍ଥ!

11

ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆରଡିପୀଠର ଆରାଧ୍ୟଦେବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚତୁଃପାର୍ଶ୍ୱ ଓ ପୀଠର ଉନ୍ନତିକରଣ ପାଇଁ ପୂର୍ବ ସରକାରଙ୍କ ପକ୍ଷରୁ ୨ଟି ପର୍ଯ୍ୟାୟରେ ଯୋଗାଇ ଦିଆଯାଇଛି ୪୮କୋଟି ଟଙ୍କା । ହେଲେ ତତ୍କାଳିନ ଆର.ଆଇ ଦେବାଶିଷ ରାୟଙ୍କର ଅଧିକାଂଶ ଜାଗାରେ ଭୁଲ ମାପଚୁପ ଯୋଗୁ ବହୁ ବିସ୍ଥାପିତଙ୍କ ମଧ୍‌୍ୟରେ ବିବାଦ ବଢିବାରେ ଲାଗିଛି । ବିବାଦୀୟ ଜାଗାର ସଂସୋଧନ ପାଇଁ ଗତ ମାର୍ଚ୍ଚମାସ ୨୦ରେ ମନ୍ଦିର ପରିସରରେ ନଟକା ଜାରି କରାଯିବା ସହ ପୁନଃ ଯାଂଚ ପାଇଁ ୭ଦିନ ସମୟ ଦିଆଯାଇଥିଲା ବିସ୍ଥାପିତଙ୍କୁ । ହେଲେ ପୂର୍ବରୁ ଥିବା ଆର.ଆଇ ଶ୍ରୀ ରାୟଙ୍କ ଦ୍ୱାରା ହୋଇଥିବା ମାପଚୂପ ଅନେକ ସ୍ଥାନରେ ତୃଟି ରହିଥିବା ଦେଖିବାକୁ ପାଇଥିଲେ ଜିଲା ଭୂର୍ଜନ ଅଧିକାରୀ ତଥା ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳଙ୍କ ସହ ଚାନ୍ଦବାଲି ଅତିରିକ୍ତ ତହସିଲିଦାର ଓ ଅନ୍ୟ ଅଧିକାରୀ । ଶନିବାର ବିବାଦିୟ ଜାଗାର ବିସ୍ଥାପିତଙ୍କୁ ନେଇ ଫଇସଲା ନିମନ୍ତେ ମନ୍ଦିର ଅତିଥି ଭବନରେ ଜିଲା ଭୂର୍ଜନ ଅଧିକାରୀ ଶ୍ରୀ ମଣ୍ଡଳଙ୍କ ସହ ଅନ ଅଧିକାରୀ ଯୋଗଦେଇଥିଲେ । ହେଲେ ତତ୍କାଳିନ ଆର.ଆଇ ଶ୍ରୀ ରାୟଙ୍କ ଦ୍ୱାରା ୨-୩ଥର ମାପଚୁପ କରାଯାଇଥିଲେ ମଧ୍ୟ ୪୦ଉର୍ଦ୍ଧ ଜାଗାର ଫଇସଲା ହୋଇପାରିନଥିଲା । ଫଳରେ ପୁର୍ନବାର ୭ଦିନ ପାଇଁ ପ୍ରଶାସନ ପକ୍ଷରୁ ସମୟ ନିଆଯାଇଥିଲା । ଏପରି ବାରମ୍ବାର ତୃଟି ଯୋଗୁ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନଥିବା ବୁଦ୍ଧିଜିବୀ ମହଲରେ ପ୍ରକାଶ ପାଇଛି । ଅନ୍ୟପଟେ ଦେବୋତର ଓ ଟ୍ରଷ୍ଟ ଜମିରେ ରାଜାଙ୍କ ଅମଳରୁ ୫୪ଜଣ ସେବାୟତ ଦଖଲରେ ରହିଥିବା ବେଳେ କୋଠାଘର କରି ବଂଶାନୁକ୍ରମେ ରହି ଆସୁଛନ୍ତି । ହେଲେ ଏବେ ଉକ୍ତ ଜମିରେ ଦଖଲରେ ଥିବା ବିସ୍ଥାପିତଙ୍କୁ ଘରର ଅର୍ଥ ମଞ୍ଜୁର ହୋଇଥିବା ବେଳେ ଜମିର ଅର୍ଥ ମିଳିବ କି ନାହିଁ ବୋଲି ଆଶାଆଶଙ୍କାରେ ରହିଛି । ଯାହାକୁ ନେଇ ବିସ୍ଥାପିତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏଥିପ୍ରତି ରାଜ୍‌ଯ ସରକାର ଦୃଷ୍ଟି ଦେବା ସହ ପୂର୍ବ ମୁଲ୍ୟାଙ୍କନ ରାଶି ଓ ଜାଗା ଯୋଗାଇ ଦେବାକୁ ବିସ୍ଥାପିତ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.