Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣି ପୀଠରେ ଜନ୍ମାଷ୍ଟମୀ ପାଳିତ, ମଧ୍ୟରାତ୍ରରେ ପାଳନ ହେଲା କଂସ ମହିପାଳ ନୀତି

ଆଖଣ୍ଡଳମଣି ପୀଠରେ ଜନ୍ମାଷ୍ଟମୀ ପାଳିତ, ମଧ୍ୟରାତ୍ରରେ ପାଳନ ହେଲା କଂସ ମହିପାଳ ନୀତି

12

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଜନ୍ମାଷ୍ଟମୀ ନୀତି ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ପ୍ରସିଦ୍ଧ ଶୈବପୀଠ ଆରଡିଧାମ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସରରେ। ଶୁକ୍ରବାର ଭୋର ୪ଟା୩୦ରେ ମନ୍ଦିର ଦ୍ୱାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତି, ମହାସ୍ନାନ, ଘର୍ଷଣଲାଗି ନୀତି ସମ୍ପନ୍ନ ହେବା ପରେ ଜନ୍ମାଷ୍ଟମୀ ନୀତି ନିମନ୍ତେ ଶ୍ରୀକୃର୍ଷ୍ଣଙ୍କ ମଣ୍ଡପରେ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ପୂଜାର୍ଚ୍ଚନା। ପରେ ଉପବାସଧାରୀ ଭକ୍ତମାନେ ଭୋଗଡାଲା ଲାଗି କରିବା ସହିତ ପୂଜା ଲାଗି କରିଥିଲେ। ସଂଧ୍ୟାରେ ଏକ ଖଣ୍ଡିକିଆ ହରିବଂଶ ମହାପୁରାଣ ପଠନ କରାଯିବା ସହିତ ମଧ୍ୟରାତ୍ରରେ ଘଂଟାକିର୍ତନ ସହ ଭଗବାନ କୃଷ୍ଣଙ୍କୁ ଏକ ରୌପ୍ୟ ବିମାନରେ ସେବାୟତମାନେ ମଣିବାବାଙ୍କ ମନ୍ଦିରକୁ ଆଣିବା ପରେ ସେଠାରେ ଲୁଚି ରହିଥିବା ଉଗ୍ରେସନ ଭଗବାନଙ୍କୁ ବାଟ ଓଗାଳିବା ନିଆରା ଦୃଶ୍ୟ ରହିଥିଲା। ଯାହାକୁ ଦେଖିବା ପାଇଁ ବହୁ ଭକ୍ତଙ୍କ ଜନସମାଗମ ହୋଇଥିଲା ମଣିବାବାଙ୍କ ମନ୍ଦିର ପରିସରରେ। ସେହିପରି ପୀଠରେ ଥିବା ଜଗନ୍ନାଥ ମନ୍ଦିର, ମହାପାତ୍ର ସାହି ସହ ଆଖପାଖ ଅଂଚଳରେ ଧୁମଧାମର ସହ ପ୍ରତିପାଳିତ ହୋଇଛି ଜନ୍ମାଷ୍ଟମୀ ନୀତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.