Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ଶିବ ବିବାହ ପାଇଁ ଉଠିଲା ଲଗ୍ନିଚିଟାଉ ଥାଳି, ପାରମ୍ପରିକ ଶୋଭାଯାତ୍ରାରେ କମ୍ପିଲା ଆରଡିପୀଠ

ଆଖଣ୍ଡଳମଣିଙ୍କ ଶିବ ବିବାହ ପାଇଁ ଉଠିଲା ଲଗ୍ନିଚିଟାଉ ଥାଳି, ପାରମ୍ପରିକ ଶୋଭାଯାତ୍ରାରେ କମ୍ପିଲା ଆରଡିପୀଠ

31

ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଚନ୍ଦନ ପୂର୍ଣ୍ଣିମା ଅବସରରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରସିଦ୍ଧ ଶିବ ବିବାହ ପାଇଁ ଆଜି ଉଠିଲା ଲଗ୍ନ ଚିଟାଉ ଥାଳ । ଏହି ଲଗ୍ନକାର୍ଯ୍ୟ ବୈଦିକ ରୀତିନୀତି ଓ ଲୋକାଚାରରେ ଅନୁଷ୍ଠିତ ହୋଇଥିଲା ସମସ୍ତ ନୀତିକାନ୍ତି । ଏହି ଅବସରରେ ଚଳିତବର୍ଷ ବରପିତା ରୂପେ ସୌଭାଗ୍ୟ ପ୍ରାପ୍ତ ହୋଇଥିବା ସେବାୟତ ପ୍ରମୋଦ ପାଢୀଙ୍କ ଯଜମାନ ଗଞ୍ଜାମ ଜିଲା ବ୍ରହ୍ମପୁର ନିବାସୀ ରଂଜନ ବେହେରା ବରପିତାଙ୍କ ଘରୁ ଏକ ଶୋଭାଯାତ୍ରା ବାହାରି କନ୍ୟାପିତାଙ୍କ ବାସଗୃହ ଅଭିମୁଖେ ବାହାରିଥିଲା । ଏହି ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ହୋଉଠିଥିଲା ସମଗ୍ର ଆରଡିପୀଠ । କନ୍ୟା ପିତା ଭାବେ ସୌଭାଗ୍ୟ ପ୍ରାପ୍ତି ହୋଇଥିବା ସେବାୟତ ଗଦାଧର ପାଢୀଙ୍କ ଯଜମାନ ଭୁବନେଶ୍ୱର ନିବାସୀ ଚିତ୍ତରଞ୍ଜନ ମିଶ୍ର ଲଗ୍ନଚିଟାଉ ଥାଳ ଉଠାଇଥିଲେ । ପରେ ଏହି ଳଗ୍ନ ଥାଳ ବରପିତାଙ୍କୁ ସମର୍ପଣ କରିଥିଲେ । ଶିବ ବିବାହ ପାଇଁ ରୀତିନୀତି ଅନୁଯାୟୀ ଲଗ୍ନଥାଳ ଉଠା ନୀତି ଅନୁଷ୍ଠିତ ସରିଥିବାବେଳେ ମଣିବାବାଙ୍କ ନୀତିକାନ୍ତି ନିମନ୍ତେ ଭୋର ୪ଟାରେ ମନ୍ଦିର ଖୋଳିବା ପରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଶିବ ବିବାହ (ଦେବଦମ୍ପତିଙ୍କ ବିବାହ) ଉତ୍ସବ ଆସନ୍ତା ୨୪ ରେ ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଅନୁଷ୍ଠିତ ହେବ ବୋଲି ବ୍ରାହ୍ମଣ ଓ ଜ୍ୟୋତିଷଙ୍କ ଦ୍ୱାରା ତାଳପତ୍ର ଲିଖନୀ ଦ୍ୱାରା ଦିନଧାର୍ଯ୍ୟ କରାଯାଇଥିଲା । ଏଥିପାଇଁ ପବିତ୍ର ଅକ୍ଷୟତୃତୀୟା ଦିନ ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ବରପିତା ଓ କନ୍ୟାପିତା ଚୂଡାନ୍ତ ହୋଇଥିଲା । ଆଜି ଅପରାହ୍ନ ୩ଟାରେ ଲଗ୍ନ ଚିଟାଉ ଥାଳ ଉଠା ନୀତି ନିମନ୍ତେ ବରପିତାଙ୍କ ଘରୁ ଏକ ବିଶାଳ ଶୋଭାଯାତ୍ରା ବାହାରିବା ପରେ ମଧ୍ୟ ମନ୍ଦିର ବେଢା ପରିକ୍ରମା କରିବା ସହ ପୀଠରେ ନଗରୀ କରି କନ୍ୟା ପିତାଙ୍କ ଘରେ ପହଞ୍ôଚବ । ସେଠାରେ ବୌଦିକ ରୀତିନୀତି ଓ ଲୋକାଚାରରେ ଲଗ୍ନ ଚିଟାଉ ବ୍ରାହ୍ମଣ ଓ ଜ୍ୟୋତିଷଙ୍କ ଦ୍ୱାରା ତାଳପଦତ୍ରରେ ଲେଖନି ହେବ । ପରେ ସର୍ବସମ୍ମତି କ୍ରମେ ଦିନଧାର୍ଯ୍ୟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.