ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀ କୂଳରେ ଗତ ଶୁକ୍ରବାର ରାତିରେ ଖେଳୁଥିବା ବେଳେ ପାଣିରେ ବୁଡିଯାଇ ୭ବର୍ଷର ନାବାଳକର ମୃତ୍ୟୁ ଘଟିଛି । ମୃତ ନାବାଳକ ମଣିବାବାଙ୍କ ସେବାୟତ ସକ୍ରାଜିତ ପାଢୀଙ୍କ ପୁଅ ଓମପ୍ରକାଶ ପାଢୀ(୭) । ପୁଷ୍କରିଣୀକୂଳ ନିକଟରେ ଥିବା ଘର ଲୋକ ଅନ୍ୟ ଲୋକଙ୍କୁ ଡାକ ପକାଇବାରୁ କିଛି ଲୋକ ଖୋଜାଖୋଜି ପରେ ଦୀର୍ଘ ସମୟ ପରେ ଓମପ୍ରକାଶକୁ ପାଣି ଭିତରୁ ପାଇଥିଲେ । ପରିବାର ଲୋକ ପ୍ରଥମେ ଆରଡି ମେଡିକାଲ ଓ ପରେ ଭଦ୍ରକ ମେଡିକାଲ ନେଇଥିଲେ ମଧ୍ୟ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପରିବାରରେ ଶୋକାକୂଳ ପରିବେଶ ଖେଳିଯାଇଛି ।
Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀ କୂଳରେ ଖେଳୁଥିବା ବେଳେ ପାଣିରେ ବୁଡିଯାଇ ୭ବର୍ଷର ନାବାଳକର ମୃତ୍ୟୁ