Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ମହାଶିବରାତ୍ରୀ ପାଇଁ ପୀଠରେ ସମୀକ୍ଷା କଲେ ପୂର୍ବାଂଚଳ ଡିଆଇଜି, ଭକ୍ତଙ୍କ ଦର୍ଶନ ଉପରେ ଦିଆଯିବ...

ଆଖଣ୍ଡଳମଣିଙ୍କ ମହାଶିବରାତ୍ରୀ ପାଇଁ ପୀଠରେ ସମୀକ୍ଷା କଲେ ପୂର୍ବାଂଚଳ ଡିଆଇଜି, ଭକ୍ତଙ୍କ ଦର୍ଶନ ଉପରେ ଦିଆଯିବ ଗୁରୁତ୍ୱ, ନଦୀଘାଟ ଓ ପୁଷ୍କରିଣୀକୁ ଜଗିବେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ

4

ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତମାସ ୨୬ରେ ବାବା ଆଖଣ୍ଡଳମଣିଙ୍କ ମହାଶିବରାତ୍ରୀ(ଜାଗରଯାତ୍ରା)। ଏଥିପାଇଁ ବାବାଙ୍କ ପୀଠ ଆରଡିଧାମରେ ଆଗେଇ ଚାଲିଛି ପ୍ରସ୍ତୁତି କାର୍ଯ୍ୟ। ଲକ୍ଷାଧିକ ଭକ୍ତମାନଙ୍କର ଆଗମନକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ । ଏଥିପାଇଁ ଶନିବାର ଅପରାହ୍ଣରେ ପୂର୍ବାଂଚଳ ଡିଆଇଜି ଡ. ସତ୍ୟଜିତ ନାୟକଙ୍କ ସହ ଭଦ୍ରକ ଏସପି ସନ୍ଦିପ ମଡକର ସମ୍ପଦ, ଏଏସପି ଅଂଶୁମାନ ଦ୍ୱିବେଦୀ, ଧାମନଗର ଏସଡିପିଓ ତ୍ରିଲୋଚନ ସେଠୀ, ଧୁଷୁରୀଥାନା ଅଧିକାରୀ ସାନ୍ତୁନ ଜେନା, ଆରଡି ଫାଣ୍ଡିଅଧିକାରୀ ଆର.କେ ନାୟକ ପ୍ରମୁଖ ପୀଠରେ ପହଁଚି ସ୍ଥିତି ପରଖିବା ସହ ଭକ୍ତମାନଙ୍କର ମନ୍ଦିର ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ବାବଦରେ ଡିଆଇଜି ସ୍ଥାନୀୟ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ। ଆଗନ୍ତକ ଭକ୍ତମାନେ ଯେପରି ଭାବେ ମଣିବାବାଙ୍କୁ ଶୃଙ୍ଖଳାର ସହ ଦର୍ଶନ କରିବେ ଓ ଜାଗର ଦୀପ ଜାଳିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ ବୋଲି କହିଥିଲେ ଡିଆଇଜି ଶ୍ରୀ ନାୟକ। ସେହିପରି ମନ୍ଦିର ବାହର ବେଢା ଓ ବଜାର ରାସ୍ତା ସଂର୍କିନ୍ନ ଥିବାରୁ ଭିଡ ସମୟରେ ଅଧିକ ପୁଲିସ ନିୟୋଜିତ ରହିବା ସହ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ। ଅନ୍‌୍ୟପଟେ ପୀଠକୁ ଜଳପଥରେ ଆସୁଥିବା ଭକ୍ତମାନେ ଯେପରି ଭାବେ ସୁରକ୍ଷିତ ଭାବେ ନଦୀ ପାର ହୋଇ ଆସିବେ ସେଥିପାଇଁ ପୀଠରେ ଥିବା ୩ଟି ନଦୀଘାଟରେ ଓଡ୍ରାଫଟିମ , ଅଗ୍ନିଶମ ବାହିନୀ ଓ ପୁଲିସ ନିୟୋଜିତ ରହିବେ। ମଣିବାବାଙ୍କର ମହାଦୀପ ଓ ସୁନାବେଶ ମଧ୍ୟରାତ୍ରରେ ଅନୁଷ୍ଠିତ ହେଉଥିବାର ଭକ୍ତମାନଙ୍କର ଭିଡ ଅଧିକ ହେବ ବୋଲି ସେବାୟତମାନେ କହିଥିଲେ। ଏହି ସମୟରେ ଅଧିକ ସଂଖ୍ୟକ ପୁଲିସ ଫୋର୍ସ ମନ୍ଦିର ଭିତର ବେଢା ଓ ବାହାର ବେଢାରେ ନିୟୋଜିତ କରାଯିବ ବୋଲେ ଡିଆଇଜି ଶ୍ରୀ ନାୟକ କହିଥିଲେ। ଏଥିସହ ଡିଆଇଜି ଶ୍ରୀ ନାୟକ ମଣିବାବାଙ୍କୁ ଦର୍ଶନ କରିବା ସହ ବେଢା ବୁଲି ଦେଖିଥିଲେ। ପୂର୍ବାଂଚଳ ଡିଆଇଜିଙ୍କ ସମୀକ୍ଷା ସମୟରେ ଟ୍ରଷ୍ଟବୋର୍ଡ ସଭ୍ୟ ସରୋଜ ଦାସ, ସେବାୟତ ଅରବିନ୍ଦ ପାଢୀ, ଶିବାନନ୍ଦ ପାଢୀ, ରାଜେନ୍ଦ୍ର ପଣ୍ଡା, କୈଳାସ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.