Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ମହାଶିବରାତ୍ରୀ ପାଇଁ ୨ୟ ସମନ୍ୱୟ ବୈଠକ ଅନୁଷ୍ଠିତ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ, ଦର୍ଶନ...

ଆଖଣ୍ଡଳମଣିଙ୍କ ମହାଶିବରାତ୍ରୀ ପାଇଁ ୨ୟ ସମନ୍ୱୟ ବୈଠକ ଅନୁଷ୍ଠିତ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ, ଦର୍ଶନ ପାଇଁ ୩ଥାକିଆ ଧାଡି ବ୍ୟବସ୍ଥା, ସନ୍ଧ୍ୟାରୁ ବନ୍ଦ ରହିବ ନଦୀଘାଟରେ ଯାତ୍ରୀ ପରିବହନ

3

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ଫେବୃଆରୀ ୨୬ରେ ବାବା ଆଖଣ୍ଡଳମଣିଙ୍କ ମହାଶିବରାତ୍ରୀ(ଜାଗରଯାତ୍ରା)। ଏହି ଅବସରରେ ମଣିବାବାଙ୍କ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଭକ୍ତଙ୍କ ସମାଗମ ହେବ। ଏଥିପାଇଁ ଗୁରୁବାର ଆରଡିପୀଠ ଅତିଥି ଅଭ୍ୟର୍ଥନା ସଭାଗୃହରେ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟବୋର୍ଡର ଟ୍ରଷ୍ଟି ସୌରଭ ଚକ୍ରବର୍ତୀ ଅଧ୍ୟକ୍ଷତାରେ ୨ୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଡେପୁଟି କଲେକ୍ଟର ତଥା ଭୂଅର୍ଜନ ଅଧିକାରୀ କାର୍ତିକନାଥ ମଣ୍ଡଳ, ଜିଲା ଅତିରିକ୍ତ ଆରକ୍ଷି ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ, ଚାନ୍ଦବାଲି ତହସିଲିଦାର ଭବପ୍ରସାଦ ମଲିକ, ଜିଲା ଲୋକ ସମ୍ପକ ଅଧିକାରୀ ରମେଶ ଚନ୍ଦ୍ର ଟ୍ରଷ୍ଟବୋର୍ଡ ସଭ୍ୟ ସରୋଜ ଦାସ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟାଧର ପଲାଇଙ୍କ ସହ ବିଭିନ୍ନ ବିଭାଗର ଉଚ୍ଚ ପ୍ରଦାଧିକାରୀ ଯୋଗ ଦେଇଥିଲେ। ମହାଶିବରାତ୍ରୀ ଦିନ ହେବାକୁ ଥିବା ସମସ୍ତ ନୀତିକାନ୍ତି ସମ୍ବନ୍ଧରେ ବରିଷ୍ଠ ସେବାୟତ ବିଜୟକୁମାର ଦାଶ ସୂଚନା ପ୍ରଦାନ କରିଥିଲେ। ଭୋର ୪ଟାରେ ମନ୍ଦିର ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ ଅନୁଷ୍ଠିତ ହେବ, ପରେ ଶହଶହ ବର୍ଷର ପରମ୍ପରା ଅନୁଯାୟୀ କନିକାରାଜା ସାହେବଙ୍କ ପକ୍ଷରୁ ପହିଲି ଘର୍ଷଣଭୋଗ ଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବ। ସକାଳ ୫ଟା ସୁଧା ପାଳିଆ ସେବାୟତଙ୍କ ପକ୍ଷରୁ ବଢାଭାତ(ଖେଚୁଡି ଅନ୍ନ) ଭୋଗ ଲାଗି କରାଯିବା ସହ ରାତ୍ର ୧୧ଟା ଯାଏଁ ଭକ୍ତମାନଙ୍କର ଦର୍ଶନ ପାଇଁ ସାହଣ ମେଲା ରହିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ବିଶେଷକରି ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା କରାଯିବା ସହ ନୂତନ ମୁଖଚାଳି ଦ୍ୱାର ଠାରୁ ନଦୀଘାଟ ରାସ୍ତା ପ୍ରଯ୍‌ଯନ୍ତ ୩ଥାକିଆ ଧାଡି ବ୍‌ଯବସ୍ଥା କରାଯିବ। ସେହିପରି ଦିବ୍‌ଯାଙ୍ଗ ଓ ବୟସ୍କ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଧାଡି କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା। ଅନ୍‌ଯପଟେ ଭକ୍ତମାନଙ୍କଳ ଯାତାୟତର ସୁବିଧା ନିମନ୍ତେ ପୀଠକୁ ସଂଯୋଗ କରୁଥିବା ଭଦ୍ରକପଆରଡି ମୁଖ୍ୟରାସ୍ତାର ତୁରନ୍ତ ମରାମତି ସହ ସମସ୍ତ ରାସ୍ତାର ମରାମତି ଆହନ୍ତା ୧୨ତାରିଖ ମଧ୍‌ଯରେ ସାରିବାକୁ ଉପଜିଲାପାଳ ଶ୍ରୀ ଚକ୍ରବର୍ତୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅଧିକାଂଶ ଭକ୍ତ ବୈତରଣୀ ଓ ସାଳନ୍ଦୀ ନଦୀର ଥିବା ମୁଆଁ, ତିନିତର ଓ ଧାନଖଣିଆ ଘାଟରେ ମଟରଚାଳିତ ଡଙ୍ଗାରେ ପାରି ହୋଇ ଆସିଥାନ୍ତି। ଭକ୍ତମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ସଂଧ୍ୟାରୁ ନଦୀଘାଟ ବନ୍ଦ ରଖିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା। ସେହିପରି ଆବଶ୍‌ଯକତା ଠାରୁ ଅଧିକ ଲୋକ ପାର ନକରିବା ଓ ନଦୀରେ କୁମ୍ଭୀର ଥିବାରୁ ସର୍ତକତା ନିମନ୍ତେ ସୂଚନା ଫଳକ ଲଗାଯିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା। ପୀଠରେ ପରିମଳ, ଆଲୋକ, ପାନୀୟଜଳ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମନ୍ତେ ୩ଦିନ ଧରି ସଜାଗ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ଉନଜିଲାପାଳ। ସେହିପରି ମହାଶିବରାତ୍ରୀ ଦିନ ଲକ୍ଷାଧିକ ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଜଳପଥ ଓ ସ୍ଥଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍‌୍ୟବସ୍ଥା ସହିତ ଜଳପଥର ନଦୀଘାଟକୁ ଜଗି ରହିବେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ବିଶେଷକରି ଭକ୍ତମାନଙ୍କର ଗହଳି ସମୟରେ ଅସାମାଜିକ ବ୍‌୍ୟକ୍ତିଙ୍କୁ ଧରିବା ପାଇଁ ସାଧା ପୋଷାକଧାରୀ ପୁଲିସ ନିୟୋଜିତ ରହିବା ସହ ଆକାଶମାର୍ଗରୁ ଡ୍ରୋନ କ୍‌୍ୟାମେରା ଚାଳନା କରାଯିବ, ଜିଲା ସଂସ୍କୃତି ବିଭାଗ ପକ୍ଷରୁ ପୀଠରେ ସଂଧ୍ୟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଭଜନ ପରିବେଷଣ କରାଯିବ ବୋଲି ଉପଜିଲାପାଳ ସୂଚନା ଦେଇଥିଲେ । ପୀଠରେ ଗାଡିପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା ପାଇଁ ଉପଜିଲାପାଳଙ୍କ ସଓପ୍ରଶାସନିକ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିଥିଲେ। ଉକ୍ତ ବୈଠକରେ ସେବାୟତ ଗଦାଧର ପାଢୀ, ଗିରିଷିଚନ୍ଦ୍ର ପାଢୀ, ଅରବିନ୍ଦ ପାଢୀ, ଜିବନାନ୍ଦ ପାଢୀ, ଦେବଦତ ପାଢୀ, ରାଧାକାନ୍ତ ପାଢୀ, ଦିଲିପ ପାଢୀ ଲଲାଟକିଶୋର ପାଢୀ, ଆଶିଷ ପାଢୀ, ସୁଧିର ପାଢୀ, ମନୋଜ ପାଢୀ, ବିଭୁତି ପାଢୀ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.