Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ମହାଶିବରାତ୍ରୀ ପାଇଁ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ଭୋର ୪ଦ୩୦ରେ ମନ୍ଦିରଚୂଡାକୁ ଉଠିବ ମହାଦୀପ,...

ଆଖଣ୍ଡଳମଣିଙ୍କ ମହାଶିବରାତ୍ରୀ ପାଇଁ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ଭୋର ୪ଦ୩୦ରେ ମନ୍ଦିରଚୂଡାକୁ ଉଠିବ ମହାଦୀପ, ରାତ୍ର ୧ଟାରେ ସୁନାବେଶ

3

ଭଦ୍ରକ, ୨୩ା (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ଫେବୃଆରୀ ୨୬ରେ ବାବା ଆଖଣ୍ଡଳମଣିଙ୍କ ମହାଶିବରାତ୍ରୀ(ଜାଗରଯାତ୍ରା)। ଏହି ଅବସରରେ ମଣିବାବାଙ୍କ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଭକ୍ତଙ୍କ ସମାଗମ ହେବ। ଏଥିପାଇଁ ଭଦ୍ରକ ଜିଲାପାଳଙ୍କ ସଦଭାବନା ସଭାଗୃହରେ ଜିଲାପାଳ ଦିଲିପ ରାଉତରାୟଙ୍କ ଅଧ୍‌୍ୟକ୍ଷତାରେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଗତ ମଙ୍ଗଳବାର ଅପରାହ୍ଣରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲା ଆରକ୍ଷି ଅଧିକ୍ଷକ ମଡକର ସନ୍ଦିପ ସମ୍ପଦଙ୍କ ସହ ଅତିରିକ୍ତ ଜିଲାପାଳ ସାନ୍ତୁନ ମହାନ୍ତି, ଚାନ୍ଦବାଲି ବିଧାୟକଙ୍କ ପ୍ରତିନିଧି ପ୍ରିନ୍ସରାକେଶ ନାୟକ, ଅତିରିକ୍ତ ଆରକ୍ଷି ଅଧିକ୍ଷକ ତଥା ଡିଆଇଭି ଅଂଶୁମାନ ଦ୍ୱିବେଦୀ, ମନ୍ଦିର ଟ୍ରଷ୍ଟି ତଥା ଉପଜିଲାପାଳ ସୌରଭ ଚକ୍ରବର୍ତୀ , ସିଡିଏମ ଡା. ସୁଧାଂଶୁ ଶେଖର ବଳ, ପ୍ରକଳ୍ପ ନିର୍ଦେଶକ ସରୋଜ କୁମାର ଦତ, ଜିଲା ଲୋକ ସମ୍ପକ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଟ୍ରଷ୍ଟବୋର୍ଡ ସଭ୍‌ଯ ସରୋଜ ଦାସ, ସନ୍ତୋଷ ପାଢୀ, କନିକାରାଜାଙ୍କ ପ୍ରତିନିଧି ମାୟାଧର ବାରିକ, ମନ୍ଦିର କାର୍ଯ୍‌୍ୟ ନିର୍ବାହୀ ଅଧିକାରୀ ବିଦ୍‌୍ୟାଧର ପଲାଇଙ୍କ ସହ ବିଭିନ୍ନ ବିଭାଗର ଉଚ୍ଚ ପ୍ରଦାଧିକାରୀ ଯୋଗ ଦେଇଥିଲେ। ମହାଶିବରାତ୍ରୀ ଦିନ ହେବାକୁ ଥିବା ସମସ୍ତ ନୀତିକାନ୍ତି ସମ୍ବନ୍ଧରେ ବରିଷ୍ଠ ସେବାୟତ ବିଜୟକୁମାର ଦାଶ ସୂଚନା ଦେଇଥିଲେ। ସେହିପରି ମହାଶିବରାତ୍ରୀ ଦିନ ଲକ୍ଷାଧିକ ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଜଳପଥ ଓ ସ୍ଥଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍‌୍ୟବସ୍ଥା ସହିତ ଜଳପଥର ନଦୀଘାଟକୁ ଜଗି ରହିବେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ। ଚଳିତବର୍ଷ ଜଳପଥରେ ପଇଁତରା ମାରିବ ଅତ୍‌୍ୟାଧୁନିକ ସ୍ପିଡବୋଟ କହିଥିଲେ ଅଗ୍ନିଶମ ବିଭାଗର ଅଧିକାରୀ, ସେହିପରି ପୀଠରେ ଯାତ୍ରା ପୂର୍ବଦିନ ଠାରୁ ଯାତ୍ରା ଶେଷ ପର୍ଯ୍‌୍ୟନ୍ତ ୩ଦିନଧରି ପୀଠରେ ନିରବିଛିନ୍ନ ବିଦ୍‌୍ୟୁତ ସେବା, ପାନୀୟ ଜଳଯୋଗାଣ ପାଇଁ ଆଲୋଚନା କରାଯାଇଥିଲା। ସେହିପରି ସ୍ୱାସ୍ଥ୍‌୍ୟକେନ୍ଦ୍ରକୁ ୨୪ଘଂଟା ଖୋଲା ରଖାଯିବା ସହ ମନ୍ଦିର ପରିସରରେ ଅତିରିକ୍ତ କ୍‌୍ୟାମ୍ପ କରାଯିବା ସହିତ ପୀଠରେ ପରିମଳ ବ୍‌୍ୟବସ୍ଥା ସହ ଅତିରିକ୍ତ ଶୌଚାଳ ନିର୍ମାଣ କରାଯିବ ବୋଲି ଜିଲା ଜଳପରିମଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଅନ୍‌୍ୟପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ମନ୍ଦିର ଭିତରେ ଓ ବାହାରେ ସ୍ୱତନ୍ତ୍ର ବ୍‌୍ୟବସ୍ଥା କରାଯିବ। ମହାଶିବରାତ୍ରୀ ଦିନ ମଣିବାବାଙ୍କର ଭୋର ୪ଟାରେ ଦ୍ୱାରଫିଟା ଯିବା ପରେ ମଙ୍ଗଳ ଆଳତି, ମହାସ୍ନାନ ସହ ପରମ୍ପରା ଅନୁଯାୟୀ କନିକାରାଜା ସାହେବଙ୍କ ପକ୍ଷରୁ ପହିଲି ଘର୍ଷଣଭୋଗ ଳାଗି, ପାଳିଆ ସେବାୟତଙ୍କ ପକ୍ଷରୁ ପହିଲୁ ଖେଚୁଡି ଅନ୍ନଭୋଗ(ବଢାଭାତ) ଲାଗି ପରେ ସକାଳ ୫ଟାରୁ ରାତ୍ର ୧୧ଟା ଯାଏଁ ସାହଣମେଲା ଦର୍ଶନ । ସଂଧ୍‌୍ୟା ୬ଟାରୁ ରାତ୍ର ୧୨ଟା ଯାଏଁ ୪ପ୍ରହର ପୂଜା ଘର୍ଷଣ ଓ ଅଭିଷେକ। ରାତ୍ର ୧ଦ୧୫ରେ ସୁନାବେଶ ଓ ଭୋର ୪ଦ୩୦ରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ ବୋଲି ସେବାୟତଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ବିଶେଷକରି ଭକ୍ତମାନଙ୍କର ଗହଳି ସମୟରେ ଅସାମାଜିକ ବ୍‌୍ୟକ୍ତିଙ୍କୁ ଧରିବା ପାଇଁ ସାଧା ପୋଷାକଧାରୀ ପୁଲିସ ନିୟୋଜିତ ରହିବା ସହ ଆକାଶମାର୍ଗରୁ ଡ୍ରୋନ କ୍‌ଯାମେରା ଚାଳନା କରାଯିବ, ଜିଲା ସଂସ୍କୃତି ବିଭାଗ ପକ୍ଷରୁ ପୀଠରେ ସଂଧ୍‌୍ୟାରୁ ମଧ୍‌୍ୟରାତ୍ର ପଯ୍‌୍ୟନ୍ତ ଭଜନ ପରିବେଷଣ କରାଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ । ପୀଠରେ ଗାଡିପାର୍କିଂ ଓ ଟ୍ରାଫିକ ବ୍‌୍ୟବସ୍ଥା ପାଇଁ ପ୍ରଶାସନିକ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ ପରେ ନିଷ୍ପତି ନିଆଯିବ ବୋଲି ଉପଜିଲାପାଳ କହିଥିଲେ। ଉକ୍ତ ବୈଠକରେ ସେବାୟତ ସରୋଜ ପାଢୀ, ଅରବିନ୍ଦ ପାଢୀ, ଜିବନାନ୍ଦ ପାଢୀ, ଦେବଦତ ପାଢୀ, ଲଲାଟକିଶୋର ପାଢୀ, ଆଶିଷ ପାଢୀ, ଶିବାନନ୍ଦ ପାଢୀ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.