Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ମନ୍ଦିରରେ ସୂର୍ଯ୍ୟପରାଗ ନୀତିକାନ୍ତି ଚୂଡାନ୍ତ : ରବିବାର ଦିବା ଅଢେଇଟା(୨ଟା୩୦ ଯାଏଁ)ପର୍ଯ୍ୟନ୍ତ ବନ୍ଦ ରହିବ...

ଆଖଣ୍ଡଳମଣିଙ୍କ ମନ୍ଦିରରେ ସୂର୍ଯ୍ୟପରାଗ ନୀତିକାନ୍ତି ଚୂଡାନ୍ତ : ରବିବାର ଦିବା ଅଢେଇଟା(୨ଟା୩୦ ଯାଏଁ)ପର୍ଯ୍ୟନ୍ତ ବନ୍ଦ ରହିବ ମନ୍ଦିରର ସେବାପୂଜା-ଦର୍ଶନ

92

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ରବିବାର ସୁର୍ଯ୍ୟପରାଗ ପଡୁଥିବାରୁ ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚୂଡାନ୍ତ ହୋଇଛି ପରାଗ ନୀତିକାନ୍ତି । ମନ୍ଦିରର ପରମ୍ପରା ଅନୁଯାୟୀ ପାକତ୍ୟାଗ ଠାରୁ ପରାଗ ସର୍ବମୋକ୍ଷ ପର୍ଯ୍ୟନ୍ତ ମଣିବାବାଙ୍କର ସମସ୍ତ ସେବାପୂଜା ସମେତ ଦର୍ଶନ ବନ୍ଦ ରହିଥାଏ । ଏଥିପାଇଁ ଶୁକ୍ରବାର ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଚୂଡାନ୍ତ ହୋଇଛି ପରାଗ ନୀତିକାନ୍ତି । ଶନିବାର ଦୈନଦିନ ନୀତିନୀର୍ଘଣ୍ଟ ଅନୁଯାୟୀ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣ ଲାଗି, ପହିଲିଭୋଗ, ଯୋଗୀ ବେଶ , ବଡସିଂହାର ବେଶ ଆଦି ସମସ୍ତ ନୀତି ରାତ୍ର ୧୦ଟା ସୁଧା ସମ୍ପନ୍ନ ହେବା ପରେ ମଣିବାବାଙ୍କୁ ପହୁଡ ନୀତି କରାଯିବ । ଚଳିତ ସୂର୍ଯ୍ୟପରାଗ ନିମନ୍ତେ ପାକତ୍ୟାଗ ଶନିବାର ରାତ୍ର ୧୦ଟା ୧୫ରୁ ଆରମ୍ଭ ହେଉଥିବାରୁ ରବିବାର ସୂର୍ଯ୍ୟପରାଗ ସର୍ବମୋକ୍ଷ ଦିବା ୨ଟା୨୨ରେ ହେବ । ସେଥିପାଇଁ ରବିବାର ଦୈନଦିନ ନୀତିକାନ୍ତି ଦିବା ୨ଟା୩୦ମି(ଅଢେଇଟା) ଠାରୁ ପ୍ରର୍ଯ୍ୟାୟକ୍ରମେ ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ, ସେବାୟତ ଓ ପାଳିଆ ସେବାୟତଙ୍କ ପକ୍ଷରୁ ସ୍ଥିର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.