Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ମନ୍ଦିରରେ ଭକ୍ତଙ୍କ ଦାନ ଟଙ୍କାକୁ ବେଖାତିର, ୩ ବର୍ଷ ହେଲା ଅଚଳ ହୋଇ ଖରାବର୍ଷାରେ...

ଆଖଣ୍ଡଳମଣିଙ୍କ ମନ୍ଦିରରେ ଭକ୍ତଙ୍କ ଦାନ ଟଙ୍କାକୁ ବେଖାତିର, ୩ ବର୍ଷ ହେଲା ଅଚଳ ହୋଇ ଖରାବର୍ଷାରେ ପଡିରହିଛି ଦାନ ହୁଣ୍ଡି

13

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ ପ୍ରତିଦିନ ହଜାର ହଜାର ଭକ୍ତଙ୍କର ଭିଡ ଲାଗିଥାଏ। ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତମାନେ ବାବାଙ୍କୁ ଦର୍ଶନ କରିବା ସହ ମାନସିକ ସ୍ୱରୂପ ଦାନ ହୁଣ୍ଡିରେ ଟଙ୍କା, ସୁନା, ରୁପା ଆଦି ଦାନ କରିଥାନ୍ତି। ଏହି ଦାନ ମୁଣ୍ଡିକୁ ପ୍ରତି ୨/୩ମାସରେ ଖୋଲାଯାଇ ଗଣତିମଣତି ପରେ ବ୍ୟାଙ୍କରେ ଜମା କରାଯାଇଥାଏ। ଏପରିକି ଉକ୍ତ ଦାନ ଟଙ୍କାରେ ବାବାଙ୍କର ପର୍ବପର୍ବାଣୀ ସହ ଉନ୍ନତିମୂଳକ କାର୍ଯ୍ୟରେ ଲାଗିଥାଏ। ହେଲେ ମନ୍ଦିର ପରିଚାଳନା କମିଟି ଅଣଦେଖା ଯୋଗୁ ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ ହେବ ମନ୍ଦିର ଭିତର ବେଢା ଉତର ପାର୍ଶ୍ୱରେ ଥିବା ଦାନ ହୁଣ୍ଡି ଅକାମୀ ହୋଇପଡିଥିବାରୁ ହୁଣ୍ଡି ଭିତରେ ଥିବା ଭକ୍ତମାନଙ୍କର ଦାନ ଲକ୍ଷାଧିକ ଟଙ୍କା ଅଚଳ ହେବାକୁ ବସିଛି। ଏହି ଅଚଳ ହୁଣ୍ଡିକୁ ଭଙ୍ଗା ଯାଇ ଟଙ୍କା ବାହାର କରାଯିବା ପାଇଁ ପୂର୍ବରୁ ନିଷ୍ପତି ନିଆଯାଇଥିଲେ ମଧ୍ୟ ପ୍ରଶାସନିକ ଖାମଖିଆଲି ମନୋଭାବ ଯୋଗୁ ତାହା ଆଜି ପର୍ଯ୍ୟନ୍ତ ଖୋଲାଯିବା ତ ଦୂରର କଥା ଖୋଲା ଆକାଶ ତଳେ ହୁଣ୍ଡି ପଡ଼ି ରହିଥିବାରୁ ଲକ୍ଷାଧିକ ଟଙ୍କା ବର୍ଷାରେ ଭିଜି ବା ସହ ଖରାରେ ସିଜୁଛି। ଏପରି ଅବ୍ୟବସ୍ଥାକୁ ନେଇ ଭକ୍ତଙ୍କ ମନରେ ଘୋର ଆଘାତ ସୃଷ୍ଟି କରିଛି। ଏପରି ଅଚଳ ହୁଣ୍ଡି ଖୋଲା ବାବଦରେ ମନ୍ଦିର ନିର୍ବାହୀ ଅଧିକାରୀ ବିଦ୍ୟାଧର ପଲାଇଙ୍କୁ ପଚାରିବାରୁ ମ୍ୟାନେଜିଙ୍ଗଟ୍ରଷ୍ଟିଙ୍କ ନିଷ୍ପତି କ୍ରମେ ତହସିଲଦାର ଓ ପୁଲିସଙ୍କ ଉପସ୍ଥିତିରେ ଖୋଲାଯିବ। ହେଲେ ଅନ୍ୟପଟେ ଦୀର୍ଘଦିନ ହେବ ମନ୍ଦିର ପରିଚାଳନା କମିଟି ବୈଠକ ବସୁନଥିବାରୁ ମନ୍ଦିରରେ ବିଭିନ୍ନ ସମସ୍ୟା ଦେଖା ଦେବା ସହ ବେନିୟମ ଭାବେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିବା ସଭ୍ୟମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.