Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ମନ୍ଦିରରେ ବିଶୃଙ୍ଖଳିତ ସେବାୟତଙ୍କ ଉନ୍ମୁତ୍ତ କାଣ୍ଡ, ଛୁରାମାଡରେ ସେବାୟତ ଗୁରୁତର, ଜଣେ ଅଟକ

ଆଖଣ୍ଡଳମଣିଙ୍କ ମନ୍ଦିରରେ ବିଶୃଙ୍ଖଳିତ ସେବାୟତଙ୍କ ଉନ୍ମୁତ୍ତ କାଣ୍ଡ, ଛୁରାମାଡରେ ସେବାୟତ ଗୁରୁତର, ଜଣେ ଅଟକ

46

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଖଣ୍ଡଳମଣିଙ୍କ ମନ୍ଦିରରେ ବିଶୃଙ୍ଖଳିତ ସେବାୟତଙ୍କ ଉନ୍ମୁତ୍ତ କାଣ୍ଡ ଦେଖିବାକୁ ମିଳିଛି। ଛୁରା ମାଡରେ ଜଣେ ସେବାୟତ ଗୁରୁତର ହୋଇଛନ୍ତି। ଏପରିକି ଛୁରାମାଡ କରିଥିବା ସେବାୟତ ଜଣକୁ ଥାନାରେ ଅଟକ ରଖିଛି ପୁଲିସ୍। ମନ୍ଦିରର ଦୀର୍ଘଦିନ ଧରି ବିଶୃଙ୍ଖଳିତ କରିବା ସହ ମନ୍ଦିର ନିୟମକୁ ଉଲ୍ଲଂଘନ କରି ବେଆଇନ୍ ଭାବେ ଆଗନ୍ତୁକ ଭକ୍ତଙ୍କୁ ପାଦୁକା ଚନ୍ଦନ ଦେଇ ଜୋର ଜବରଦସ୍ତ ଭେଟି ଆଦାୟ କରି ଆସୁଥିଲେ। ଏପରି ନକରିବାକୁ ଚଳିତମାସ ୧୦ ତାରିଖରେ ମନ୍ଦିର ପ୍ରଶାସନ ପକ୍ଷରୁ କଟକଣାକୁ କଡାକଡି କରାଯିବା ସହ ନଟକା ଜାରି କରାଯାଇଥିଲା। ହେଲେ କିଛି ସେବାୟତ ଏହି ନିୟମ ଓ କଟକଣାକୁ ମାନି ନଥିଲେ ଅପରପକ୍ଷେ ମନ୍ଦିର ଗର୍ଭଗୃହକୁ ଭକ୍ତ ଓ ଅଣସେବାୟତଙ୍କୁ ପ୍ରବେଶ କରାଇବା ସହ ମନ୍ଦିର ବେଢା ମଧ୍ୟରେ ବେଆଇନ୍ ଭାବେ ଭେଟି ଆଦାୟ କରିଥିଲେ। ଆଜି ୧୨ଟା ସମୟରେ ଏପରି ନକରିବାକୁ କିଛି ସେବାୟତ ବାରଣ କରିବାରୁ ତପନ ପାଢୀ ଓ ତାଙ୍କ ସହଯୋଗୀ ଛୁରା ମାଡ କାରିଥିଲେ। ଫଳରେ ଗଦାଧର ପାଢୀ ଗୁରୁତର ଆହତ ହୋଇ ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରିକି ଗତ ୨୩ ତାରିଖରେ ୩୩ ଜଣ ବିଶୃଙ୍ଖଳିତ ସେବାୟତଙ୍କ ନାଁରେ ମନ୍ଦିର ପ୍ରଶାସନ ପକ୍ଷରୁ ଧୁଷୁରୀ ଥାନାରେ ଏତଲା ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.