Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ମନ୍ଦିରରେ ବସିଲା ଟ୍ରଷ୍ଟବୋର୍ଡ ବୈଠକ, ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତଙ୍କୁ ଯୋଗାଇ ଦିଆଯିବ ସମସ୍ତ ବ୍ୟବସ୍ଥା, ୧୫ଗୋଟି...

ଆଖଣ୍ଡଳମଣିଙ୍କ ମନ୍ଦିରରେ ବସିଲା ଟ୍ରଷ୍ଟବୋର୍ଡ ବୈଠକ, ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତଙ୍କୁ ଯୋଗାଇ ଦିଆଯିବ ସମସ୍ତ ବ୍ୟବସ୍ଥା, ୧୫ଗୋଟି ପ୍ରସ୍ତାବ ଉପରେ ବାଜିଲା ମୋହର

14

ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଦେବୋତର ବିଭାଗ ଅଧିନରେ ଥିବା ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦିନକୁଦିନ ଭକ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବର୍ଷେ ହେବ ମନ୍ଦିରର ଟ୍ରଷ୍ଟବୋର୍ଡ ବୈଠକ ବସିପାରୁନଥିବାରୁ ମନ୍ଦିରରେ ନାନା ଅସୁବିଧା ଦେଖା ଦେବା ସହ ଟ୍ରଷ୍ଟବୋର୍ଡଙ୍କ ଅଗୋଚରରେ ଲକ୍ଷାଧିକ ଟଙ୍କା ମନ୍ଦିର ଫଣ୍ଡରୁ ଖର୍ଚ୍ଚ ହେବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ଦେଖା ଦେବା ସହ ଟ୍ରଷ୍ଟବୋର୍ଡ ବୈଠକ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା। ସୋମବାର ଅପରାହ୍ଣରେ ଭଦ୍ରକ ଉପଜିଲାପାଳଙ୍କ ବାସଭବନରେ ବସିଥିବା ବୈଠକରେ ଦେବୋତର ବିଭାଗ ଦ୍ୱାରା ଗଠିତ ଟ୍ରଷ୍ଟବୋର୍ଡର ସଭ୍ୟ ଭଦ୍ରକ ଉପଜିଲାପାଳ ତଥା ମ୍ୟାନେଜିଂଟ୍ରଷ୍ଟି ସୌରଭ ଚକ୍ରବର୍ତୀଙ୍କ ସହ କନିକାରାଜା ସାହେବଙ୍କ ପ୍ରତିନିଧି ମାୟାଧର ବାରିକ, ସେବାୟତପ୍ରତିନିଧି ସନ୍ତୋଷ ପାଢୀ, ଜନପ୍ରତିନିଧି ସରୋଜ ଦାସ ଯୋଗ ଦେଇଥିବା ବେଳେ ମନ୍ଦିର ନିର୍ବାହୀ ଅଧିକାରୀ ବିଦ୍ୟାଧର ପଲାଇ ଓ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ। ଟ୍ରଷ୍ଟ ବୋର୍ଡ ସଭ୍ୟଙ୍କ ଦ୍ୱାରା ୧୫ଗୋଟି ପ୍ରସ୍ତାବ ଉପରେ ମୋହର ବାଜିବା ସହ ବିସ୍ତୃତ ଭାବେ ସମସ୍ତ ଅସୁବିଧା ବାବଦରେ ଆଲୋଚନା କରାଯାଇ କିପରି କାର୍ଯ୍ୟକାରୀ କରାଯିବ ନିଷ୍ପତି ନିଆଯାଇଥିଲା। ବିଶେଷକରି ପୀଠକୁ ଆସୁଥିବା ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତ ଓ ପର୍ଯ୍ୟଟକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ଆଲୋଚନା ହୋଇଥିବା ବେଳେ ମନ୍ଦିର ମଧ୍ୟକୁ ପଲିଥିନ ମୁକ୍ତ କରିବା, ବାବାଙ୍କ ଗର୍ଭଗୃହର ଜାଉଁଳି କବାଟର ମରାମତି ସହ ରୂପାଛାଉଣୀ କରାଯିବା, ଗଜଦନ୍ତ ପଲଙ୍କର ମରାମତି, ମନ୍ଦିର ଦଧିନଉତି ତ୍ରିଶୂଳର ମରାମତି, ମନ୍ଦିର ଭିତରେ ଭକ୍ତଙ୍କୁ ବିଭିନ୍ନ ଆଳରେ ଭେଟି ଆଦାୟ ଉପରେ ରୋକ ଲଗାଯିବା, ଭକ୍ତଙ୍କୁ ଭଲ ବ୍ୟବହାର ଦେବା ପାଇଁ ସଚେତନତା କରାଇବା, ମନ୍ଦିର ଆୟବ୍ୟୟ ହିସାବ ସର୍ବସାଧାରଙ୍କ ଗୋଚରାର୍ଥେ ନୋଟିସ ବୋର୍ଡରେ ପ୍ରସାରଣ କରିବା ସହ ଜମାଖାତାରେ ଥିବା ଏକ କୋଟିରୁ ଉର୍ଦ୍ଧ ଟଙ୍କା ଫିକ୍ସି ଡିପୋଜିଟ କରିବା ଆଦି ୧୫ଗୋଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ନିଷ୍ପତି ନିଆଯିବା ସହ ସମସ୍ତ ତଥ୍ୟ ଦେବୋତର କମିଶନରଙ୍କୁ ପ୍ରେରଣ କରାଯିବା ପାଇଁ ସ୍ଥିର ହୋଇଥିବା ଟ୍ରଷ୍ଟବୋର୍ଡର ସଭ୍ୟମାନେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.