ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଦେବୋତର ବିଭାଗ ଅଧିନରେ ଥିବା ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ବିଶେଷକରି ଦୀର୍ଘ ୧ବର୍ଷରୁ ଉର୍ଦ୍ଧ ହେବ ଟ୍ରଷ୍ଟବୋର୍ଡ ବୈଠକ ବସୁନଥିବାରୁ ମନ୍ଦିରର ଆୟବ୍ଯୟ ବାବଦରେ ଟ୍ରଷ୍ଟବୋର୍ଡର ସଭ୍ୟଙ୍କୁ ଅନ୍ଧାରରେ ରଖାଯାଉଥିବା ଅଭିଯୋଗ ହୋଇଛି। ଗତ ୨୦୨୨ଦ୨୩ମସିହାରେ ଦେବୋତର ବିଭାଗ ପକ୍ଷରୁ ଗଠିତ ଟ୍ରଷ୍ଟବୋର୍ଡରେ ଭଦ୍ରକ ଉପଜିଲାପାଳ ମ୍ୟାନେଜିଂ ଟ୍ରଷ୍ଟି ଦାୟୀତ୍ୱରେ ରହିଥିବା ବେଳେ କନିକାରାଜା ସାହେବଙ୍କ ପ୍ରତିନିଧି, ଚାନ୍ଦବାଲି ବିଧାୟକ, ସେବାୟତ ପ୍ରତିନିଧି, ଜନ ପ୍ରତିନିଧିଙ୍କୁ ନେଇ ଏକ ୫ଜଣିଆ କମିଟ ରହିଛି। ଏମାନଙ୍କ ଗୋଚରରେ ମନ୍ଦିରର ସମସ୍ତ ଆୟ ବ୍ୟୟର ହିସାବ ରହିବା ସହ ପର୍ବପର୍ବାଣୀ କିପରି ଭାବେ ପାଳନ ହେବ ତାହା ଟ୍ରଷ୍ଟବୋର୍ଡ ନିଷ୍ପତି କ୍ରମେ କରାଯିବା ପାଇଁ ନୟମ ରହିଛି। ଏପରିକି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ହେଲେ ଦେବୋତର କମିସନରଙ୍କ ଅନୁମତି ନେବାର ଆଇନ ରହିଛି। ହେଲେ ଦୀର୍ଘ ୧ବର୍ଷ ହେବ ଟ୍ରଷ୍ଟବୋର୍ଡ ବୈଠକ ବସିବା ତ ଦୂରର କଥା ମନ୍ଦିରର ଯାହାକିଛି ପର୍ବପର୍ବାଣୀରେ ଖର୍ଚ୍ଚ ହେଉଛି ଟ୍ରଷ୍ଟବୋର୍ଡର ସଭ୍ୟଙ୍କୁ ଅନ୍ଧାରରେ ରଖାଯାଉଥିବା କହିଛନ୍ତି ସେବାୟତ ପ୍ରତିନିଧି ସନ୍ତୋଷ ପାଢୀ, ଜନ ପ୍ରତିନିଧି ସରୋଜ ଦାସ, ଚାନ୍ଦବାଲି ବିଧାୟକ ବ୍ଯୋମକେଶ ରାୟ ପ୍ରମୁଖ। ୨୦୨୫ ଜାଗରଯାତ୍ରାରେ ମନ୍ଦିରର ବିଭିନ୍ନ କାର୍ଯ୍ୟ ଓ ମହୋତ୍ସବରେ ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଗଲା, ହେଲେ ଜାଗରଯାତ୍ରା ପୂର୍ବରୁ କିମ୍ବା ପରେ ଏଥିପାଇଁ ଟ୍ରଷ୍ଟବୋର୍ଡ ବୈଠକ ଡକାଗଲା ନାହିଁ କିମ୍ବା କୌଣସି ସଭ୍ଯଙ୍କ ସହ ଆଲୋଚନା କରାଯାଇନାହିଁ ବୋଲି ମନ୍ଦିର ଟ୍ରଷ୍ଟବୋର୍ଡ ସଭ୍ୟ ତଥା ସେବାୟତ ପ୍ରତିନିଧି ସନ୍ତୋଷ ପାଢୀ କହିଛନ୍ତିତି। ମନ୍ଦିର ଏକାଉଂଟରୁ ଏତେ ଗୁଡିଏ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଦେବୋତର ବିଭାଗର ଅନୁମତି ନିଆଯାଇନାହିଁ ବୋଲି ଅନ୍ୟ ସଭ୍ୟମାନେ କହିଛନ୍ତି। ରାଜ୍ୟ ଦେବୋତର ବିଭାଗର ଅଧିନରେ ରହିଥିବା ମଠ ଓ ମନ୍ଦିରରେ ହେଉଥିବା ସମସ୍ତ ଖର୍ଚ୍ଚ କମିସନର ଓ କମିସନରଙ୍କ ଦ୍ୱାରା ଗଠିତ କମିଟର ଅନୁମତି ନିଆଯାଇ ଖର୍ଚ୍ଚ କରାଯିବାର ନିୟମ ରହିଥିବା ମନ୍ଦିରରେ ପ୍ରଚଳିତ ସ୍କିମରେ ଉଲେଖ୍୍ୟ ଅଛି। ହେଲେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସବୁ ନିୟମକୁ ଫୁ କରି ମନ୍ଦିର ପରିଚାଳକ କିପରି ଏତେ ଟଙ୍କା ମନ୍ଦିର ଆକାଉଂଟରୁ ଖର୍ଚ୍ଚ କଲେ ତାହା ସାଧାରଣେର ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ମଣିବାବାଙ୍କର ଶହଶହ ଏକର ଜାଗା ରହିଥିବା ବେଳେ ପୀଠର ଉନ୍ନୟନ ପାଇଁ ପୂର୍ବରୁ ଥିବା ଧର୍ମଶାଳା ଓ ଅତିଥିଭବନ ଘରକୁ ଭଙ୍ଗାଯାଇ ଥିବାରୁ ଦେଢବର୍ଷ ହେଲା ଭଡାଘରେ ମନ୍ଦିର କରାମଚାରୀ ରହୁଥିବା ବେଳେ ମନ୍ଦିରର ଆସବାପତ୍ର ଓ ନଥିପତ୍ର ରହି ଆସୁଛି। ଯାହାକି ମନ୍ଦିର ଫଣ୍ଡ ରୁ ବାର୍ଷିକ ୫୦ହଜାରରୁ ଉର୍ଦ୍ଧ ଟଙ୍କା ଭଡା ବାବଦକୁ ଖର୍ଚ୍ଚ ହେଉଛି। ଅନ୍ୟପଟେ ମନ୍ଦିର ଭିତରେ କିଛି ଅସାମାଜିକ ବ୍ୟକ୍ତି ବିଶେଷଙ୍କ ଆକ୍ରୋଶରେ ଭକ୍ତ ଶିକାର ହେଉଥିବା ନେଇ ଦେବୋତର ଦପ୍ତରରେ କିଛି ଭକ୍ତ ଅଭିଯୋଗ ଆଣିଛନ୍ତି। ଯାହାର କାର୍ଯ୍ୟାନୁଷ୍ଠାନ ପାଇଁ ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟିଙ୍କ ପକ୍ଷରୁ ନଟକାଜାରି କରାଯାଇଛି। ତାହାସହ ମନ୍ଦିର ବେଢାରେ ଦୀପ ବିକ୍ରୀ ନକରିବା ଦୀପନଜାଳିବା ପାଇଁ ସୂଚନା ଦିଆଯାଇଛି। ସେହିପରି ମନ୍ଦିର ଗର୍ଭଗୃହକୁ ଅଣସେବାୟତଙ୍କ ପ୍ରବେଶ ଉପରେ ଅଙ୍କୁଶ ଜାରି କରାଯାଇଥିଲେ ମଧ୍ୟ ନିୟମକୁ ଫୁ କରି ସବୁକିଛି ଚାଲିଛି।
Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ମନ୍ଦିରରେ ବର୍ଷେ ହେଲା ବସୁନି ଟ୍ରଷ୍ଟବୋର୍ଡ ବୈଠକ, ଦେବୋତର କମିସନରଙ୍କ ବିନା ଅନୁମତିରେ ଖର୍ଚ୍ଚ...







