Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ମନ୍ଦିରରେ ଝୁଲଣ ଯାତ୍ରା ଅନୁଷ୍ଠିତ, ସ୍ୱତନ୍ତ୍ର ନୀତିକାନ୍ତି ବଡ଼ସିଂହାର ବେଶରେ ଦର୍ଶନ ଦେଲେ ବାବା

ଆଖଣ୍ଡଳମଣିଙ୍କ ମନ୍ଦିରରେ ଝୁଲଣ ଯାତ୍ରା ଅନୁଷ୍ଠିତ, ସ୍ୱତନ୍ତ୍ର ନୀତିକାନ୍ତି ବଡ଼ସିଂହାର ବେଶରେ ଦର୍ଶନ ଦେଲେ ବାବା

5

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଝୁଲଣ ଯାତ୍ରା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। ଭୋର ୪ଟାରେ ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣ ଲାଗି ସରିବା ପରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ବାଲ୍ୟଭୋଗ ଲାଗି କରାଯାଇଥିଲା। ପରେ ସକାଳ ୫ଟାରୁ ଅପରାହ୍ନ ଯାଏଁ ଅଗଣିତ ଶ୍ରଦ୍ଧାଭକ୍ତ ଧାଡ଼ି ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ଅପରାହ୍ଣରେ ଝୁଲଣ ଯାତ୍ରା ନୀତି ନିମନ୍ତେ ବାବାଙ୍କୁ ବଡ଼ସିଂହାର ବେଶରେ ସଜ୍ଜିତ କରାଯିବା ସହ ଚଳନ୍ତି ପ୍ରତିମା ହରଗୌରୀ ଓ ମଦନମୋହନ ରାଧାକୃଷ୍ଣଙ୍କୁ ଏକ ସୁସଜ୍ଜିତ ବିମାନରେ ବିଜେ କରାଯାଇ ନାଟମଣ୍ଡପରେ ପ୍ରସ୍ତୁତ ଝୁଲଣ ବେଦୀକୁ ଅଣାଯାଇ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ସେବାୟତ ଓ ଭକ୍ତମାନଙ୍କ ଦ୍ୱାରା ଶ୍ରୀ ବିଗ୍ରହମାନଙ୍କୁ ଝୁଲା ଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.