ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ଆରଡି ସ୍ଥିତ ଆଖଣ୍ଡଳମଣିଙ୍କ ପୀଠରେ ପବିତ୍ର କୁମାର ଉତ୍ସବ ଠାରୁ ୪ଦିନ ବ୍ୟାପି ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି। ଶତାଧିକ ବର୍ଷର ପରମ୍ପରା ଅନୁଯାୟୀ ପୀଠରେ ୨ଟି ମେଢରେ ପୂଜା ପାଇ ଆସୁଛନ୍ତି ଗଜଲକ୍ଷ୍ମୀ। ଏଥିପାଇଁ ମା’ଙ୍କ ପୂଜାମଣ୍ଡପରେ ଘଟ ସ୍ଥାପନ ସହ ରୀତିନୀତି ଅନୁଯାୟୀ ଚାଲିଛି ପୂଜାର୍ଚ୍ଚନା। ପ୍ରତିଦିନ ମାଙ୍କ ନିକଟରେ ଶୋଡଷ ଉପଚାର ପୂଜା, ଚଣ୍ଡିପାଠ ସହ ଯଜ୍ଞ ଅନୁଷ୍ଠିତ ହେଉଛି।








