ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ର(ମହାଶିବରାତ୍ରୀ) ଆଉମାତ୍ର ୫ଦିନ ବାକି। ଏହି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ଏକମାସ ପୂର୍ବରୁ ଭଦ୍ରକ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ପ୍ରସ୍ତୁତି ବୈଠକ। ଏହି ବୈଠକରେ ଆଗନ୍ତୁକ ଭକ୍ତମାନଙ୍କ ଯାତାୟତର ସୁବିଧା ନିମନ୍ତେ ପୀଠକୁ ସଂଯୋଗ କରୁଥିବା ଆରଡିପଭଦ୍ରକ ମୁଖ୍ୟରାସ୍ତା ସହ କୁଆଖିଆପ ଆଖଣ୍ଡଳମଣି ଜାତୀୟରାଜପଥର ଆରଡି ପ୍ରବେଶପଥ ଠାରୁ ବାଇପାସଛକ, କେନ୍ଦ୍ରାପଡା ଜିଲା ଅଧିନସ୍ଥ ରାଜକନିକା ଆରଡି ରାସ୍ତାର ଦୋମଣ୍ଡା ଠାରୁ କର୍ଣ୍ଣପୁରଛକ, ମତୋ ଆରଡି ରାସ୍ତାର ଧାନଖଣିଆ ଠାରୁ ଡିଅସାହି ଛକ ଆଦି ସମସ୍ତ ରାସ୍ତାର ଖାଲଖମା ମରାମତି କାର୍ଯ୍ୟ ଜାଗରଯାତ୍ରାର ୧୦ଦିନ ପୂର୍ବରୁ ମରାମତି କରାଯିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା। ହେଲେ ଆଳୋଚନା ଓ ପ୍ରସ୍ତୁତି ଯେପରି ବୈଠକରେ ସୀମିତ ହୋଇ ରହିଯାଇଛି। ଜାଗରଯାତ୍ରାରେ ମଣିବାବାଙ୍କ ଦର୍ଶନ ପାଇଁ ରାଜ୍ଯର ବିଭିନ୍ନ ପ୍ରାନ୍ତରରୁ ଅଗଣିତ ଶ୍ରଦ୍ଧାଳୁଭକ୍ତଙ୍କ ଭିଡ ଜମିବ। ହେଲେ ରାସ୍ତା ମରାମତି ତ ଦୂରର କଥା ଖାଲଖମା ରାସ୍ତାରେ ଗାଣ୍ଡୁଏ ବାଲିଚିପ୍ସି ପଡି ପାରିନାହିଁ। ଫଳରେ ଅସରାଏ ବର୍ଷା ହେଲେ ଖାଲଖମା ରାସ୍ତା ପାଣି ଜମି ରହୁଥିବାରୁ ପଥଚାରୀ ଦୁର୍ଘଟଣାର ସୀକାର ହେଉଛନ୍ତି। ଯାହାକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ସହ ତୁରନ୍ତ ଜାଗରଯାତ୍ରା ପୂର୍ବରୁ ରାସ୍ତାର ମରାମତି ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ।
Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ଆଉ ୫ଦିନ, ମରାମତି ନୋହିଲା ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟ ରାସ୍ତା, ଖାଲଖମା ରାସ୍ତାରେ ଯାତାୟତ...