Home ଓଡ଼ିଶା ଆକ୍ସନ ମୁଡ୍ ରେ ଚାନ୍ଦପୁର ପୋଲିସ ହେବନି ଦଣ୍ଡନୃତ୍ୟ

ଆକ୍ସନ ମୁଡ୍ ରେ ଚାନ୍ଦପୁର ପୋଲିସ ହେବନି ଦଣ୍ଡନୃତ୍ୟ

48

ନୟାଗଡ/୧୦/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ରାଜ୍ୟ ରେ କରୋନା ଦ୍ୱିତୀୟ ଲହର ମାଡି ଆସୁଥିବା ବେଳେ କଟକଣା କୁ ଜୋରଦାର କରିବା ପାଇଁ ସବୁ ଥାନା କୁ ନିର୍ଦେଶ ଦିଆଯାଇଅଛି । ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ପୋଲିସ ନିର୍ଦେଶ ପାଇଲା ପରେ ଆକ୍ସନ୍ ମୁଡ୍ ରେ କାର୍ଯ୍ୟ କରୁଛି । ଚାନ୍ଦପୁର ଥାନା ଇନିସ୍ପେକ୍ଟର କଟକଣା କୁ କଡାକଡି ଭାବେ ଧରି ନେଇଛନ୍ତି । ମାସ୍କ ଚେକିଙ୍ଗ୍ ଓ ସାମାଜିକ ଦୁରତ୍ୱ କୁ ପ୍ରାଧାନ୍ୟ ଦେବା ସହ ଦଣ୍ଡ ଠାକୁରଙ୍କ ଦଣ୍ଡ ନୃତ୍ୟ ଉପରେ ବିଶେଷ ଦୃଷ୍ଟି ରଖିଛନ୍ତି । ଦଣ୍ଡ ଠାକୁର ନିତୀ କାନ୍ତି ରେ ତାଙ୍କର ଦୈନିକ ପୂଜା ପାଠ କୁ ସୂଚାର ରୁପେ ପାଳନ କରୁଛନ୍ତି । କିନ୍ତୁ ରାତି ସାରା ପୂର୍ବରୁ ଯେଉଁଭଳି ଲାଇଟ୍ ସାଉଣ୍ଡ ଲଗାଇ ହଳି ନୃତ୍ୟ ସାଙ୍ଗ କୁ ପାରମ୍ପରିକ ଚଡେୟା ନୃତ୍ୟ ଉପରେ କଟକଣା ଜାରି ରଖିଛନ୍ତି ।

ଯାହାଫଳରେ ଚାନ୍ଦପୁର ପୋଲିସ ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ ଙ୍କ ସୂଚନା ଅନୁଯାଇ ଗତ ୯ ତାରିଖ ରାତ୍ର ରେ କନ୍ଧ ନୟାଗଡ ବାବା ଐଶାନ୍ୟେଶ୍ୱର ଙ୍କର କନ୍ଧ ନୟାଗଡ ଛକ ନିକଟ ୧୬ ନଂ ଜାତୀୟ ରାଜପଥ କଡରେ ନୃତ୍ୟ ହେବାପାଇଁ ପ୍ରସ୍ତୁତି ବେଳେ ଚଢାଉ କରାଯାଇ ଥିଲା । ନୃତ୍ୟ ପାଇଁ ଆସିଥିବା ଲାଇଟ୍ , ସାଉଣ୍ଡ ଓ ଟାଟା ଏସି ଗାଡି କୁ ଜବତ କରିବା ସହ ୨ ଜଣ ଅଭିଯୁକ୍ତ ଙ୍କୁ ଥାନା ରେ ଅଟକ ରଖି ପଚରା ଉଚରା ଜାରି ରଖିଛନ୍ତି । କଟକଣା କୁ ନମାନିବାରୁ କୋଭିଡ୍ ନିୟମ ଅନୁଯାଇ ୨୫ ଜଣ ଙ୍କ ନାମରେ ମାମଲା ହେବ ବୋଲି କହିଛନ୍ତି । ଏଥି ସହ ଜଙ୍କିଆ , ମୟୁରଝାଲିଆ ଓ ଝାରପଡା ଆଦି କୋଠୀ ରେ କେବଳ ଠାକୁୁର ଙ୍କ ନିତୀ କାନ୍ତି ପାଇଁ ଅନୁମତି ଦେଇଥିବା ବେଳେ ରାତ୍ରୀ ରେ ହେଉଥିବା ଦଣ୍ଡନୃତ୍ୟ କୁ ନିଶେଧ କରିଛନ୍ତି । କହିଛନ୍ତି ଅମାନିଆ ହୋଇ ଦଣ୍ଡନୃତ୍ୟ କଲେ ୫୦ ହଜାର ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଆଦାୟ କରାଯାଇପାରେ । ଚାନ୍ଦପୁର ଥାନା ପୋଲିସ ର ଏଭଳି ଆକ୍ସନ୍ ମୁଡ୍ ଦେଖି ଦଣ୍ଡନୃତ୍ୟକାରୀ ମାନେ ଭୟଭିତ ହୋଇପଡିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.