Home Top News ଆକ୍ରୋଶମୂଳକ ରାଜନୀତି ଏବଂ ଦିଲ୍ଲୀ ପୁଲିସ୍‌ର କଂଗ୍ରେସ ନେତୃବର୍ଗଙ୍କ ପ୍ରତି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି...

ଆକ୍ରୋଶମୂଳକ ରାଜନୀତି ଏବଂ ଦିଲ୍ଲୀ ପୁଲିସ୍‌ର କଂଗ୍ରେସ ନେତୃବର୍ଗଙ୍କ ପ୍ରତି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ରାଜଭବନ ସମ୍ମୁଖରେ ପିସିସି ପକ୍ଷରୁ ପ୍ରତିବାଦ ସଭା

49

ଭୁବନେଶ୍ୱର ୧୬.୦୬ (ଓଡ଼ିଆ ପୁଅ) : ଗତ ୩ ଦିନ ଧରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଦ୍ୱାରା ଶ୍ରୀ ରାହୁଲ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍‌ଡ ଖବର କାଗଜ ବିଷୟରେ ପଚରା ଉଚରା ପାଇଁ ଡାକିଲା ପରେ ମଧ୍ୟ ଆହୁରି କଣ ପ୍ରଶ୍ନ ରହିଲା ଯେ, ପୁଣି ଆସନ୍ତା ଶୁକ୍ରବାର ଦିନକୁ ଇଡ଼ି ସମନ ଜାରି କରିଛି। ଏହାକୁ ପ୍ରତିବାଦ କରି ବିଭିନ୍ନ ରାଜ୍ୟରେ ଓ ଏ.ଆଇ.ସି.ସି. ମୁଖ୍ୟାଳୟରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସାଂସଦ ଏବଂ ବର୍ତମାନର ସାଂସଦ, ବିରୋଧି ଦଳର ନେତା ତଥା ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସଂପାଦକ, ସଂପାଦକ ମାନେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରୁଥିଲାବେଳେ ଗତ ତା. ୧୫/୦୬/୨୦୨୨ ରିଖ ଦିନ ଦିଲ୍ଲୀ ପୁଲିସ କଂଗ୍ରେସ ନେତୃବର୍ଗମାନଙ୍କୁ ଅଖିଳ ଭାରତ ଜାତୀୟ କଂଗ୍ରେସ କାର୍ଯ୍ୟାଳୟରେ ପଶି ତାଙ୍କୁ ପିଟିବା ଏବଂ ପଦାଧିକାରୀମାନଙ୍କୁ ନିଜ କାର୍ଯ୍ୟାଳୟକୁ ଯିବାକୁ ନଦେବା ବିରୋଦ୍ଧରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଶତର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ପଟ୍ଟନାୟକ ଏବଂ ବହୁ କଂଗ୍ରେସ ନେତୃମଣ୍ଡଳୀ ଏକ ବିଶାଳ ଶୋଭାଯାତ୍ରାରେ ଭୁବନେଶ୍ୱର ଏଡ଼ିଏମ୍ କାର୍ଯ୍ୟାଳୟ ଠାରୁ ବାହାରି ପାୱାର ହାଉସ୍ ଛକ ଦେଇ ରାଜ ଭବନ ସମ୍ମୁଖ ଧାରଣା ସ୍ଥଳରେ ପହଂଚିଥିଲେ। ଶ୍ରୀ ପଟ୍ଟନାୟକ ଉପସ୍ଥିତ କଂଗ୍ରେସ ନେତୃବର୍ଗ ଓ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଲେ ଯେ, ଗତକିଛି ଦିନ ଧରି ଯେଉଁଭଳି ଭାବରେ ରାହୁଲ ଗାନ୍ଧୀ ଏବଂ ଶ୍ରୀମତୀ ସୋନିଆଙ୍କ ଗାନ୍ଧୀଙ୍କ ବିରୋଧରେ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସରକାର ଆକ୍ରୋଶମୂଳକ, ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ କାର୍ଯ୍ୟକଳାପକୁ ଦିଲ୍ଲୀ ପୁଲିସ୍ ଓ ଇ.ଡ଼ି ମାଧ୍ୟମରେ କରାଉଛନ୍ତି ତାହା ତାଙ୍କୁ ବହୁ ମହଙ୍ଗା ପଡ଼ିବ। ଦେଶର ବେରୋଜଗାରୀ ସର୍ବୋଚ୍ଚସୀମା ଅତିକ୍ରମ କରିସାରିଛି, ୪୩ କୋଟି ଯୁବକ ଭାରତବର୍ଷରେ ଆଜି ବେରୋଜଗାର ଅଛନ୍ତି। ଦରଦାମ୍ ହୁ ହୁ ହୋଇ ବଢ଼ିଚାଲିଛି, ସାଧାରଣ ଜନତା ଦରଦାମ ବୃଦ୍ଧି ଯୋଗୁଁ ହନ୍ତସନ୍ତ ହୋଇପଡ଼ିଛନ୍ତି, ଚାଷୀମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ଥ, ଦେଶର ଭାଇଚାରା ଆଜି ସଂପୂର୍ଣ୍ଣ ବିପର୍ଣ୍ଣ ଅବସ୍ଥାରେ, ଏ ସରକାର ସବୁ କ୍ଷେତ୍ରରେ ବିଫଳତାର ଶୀର୍ଷକୁ ଛୁଇଁଥିଲାବେଳେ ଶ୍ରୀ ରାହୁଲ ଗାନ୍ଧୀ ଏ ସମସ୍ତ ଘଟଣାକୁ ବାରମ୍ବାର ସରକାରଙ୍କୁ ଦୃଷ୍ଟିଆକର୍ଷଣ କରିବା ଓ କଠୋର ସମାଲୋଚନା କରିବା ଯୋଗୁଁ, ତାଙ୍କ ମୁହଁକୁ ବନ୍ଦ କରିଦେବା ଓ କଂଗ୍ରେସର ସ୍ୱରକୁ ଚପାଇଦେବାକୁ ଇଡ଼ି ମାଧ୍ୟମରେ ମୋଦୀ ଓ ସାହା ଅନବରତ ଉଦ୍ୟମ କରିବା ଅତ୍ୟନ୍ତ ଦୁର୍ଭ୍ୟଗପୂର୍ଣ୍ଣ ଅଟେ। ଏହାକୁ ନେଇ କଂଗ୍ରେସ ଆଦୌଂ ଭୟଭିତ ନୁହେଁ। ଗାନ୍ଧୀ ପରିବାର ଏ ଦେଶର ଏକତା, ସଂହତି, ଭାଇଚାରାକୁ ରକ୍ଷା କରିବା ପାଇଁ ବହୁ ବଳିଦାନ ଦେଇଛନ୍ତି। ମିଛ ଆରୋପ ଲଗାଇ ଗାନ୍ଧୀ ପରିବାରକୁ ବଦନାମ କରିବା ପାଇଁ ଯେଉଁ ଚେଷ୍ଟା ଚାଲିଛି ସେଥିରୁ ଯଥାଶୀଘ୍ର ମୋଦୀ, ସାହା କ୍ଷାନ୍ତ ରୁହନ୍ତୁ ବୋଲି ପ୍ରଦେଶ କଂଗ୍ରେସ କମିଟିର ମାନନୀୟ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଦୃଢ଼ ସମାଲୋଚନା କରିଛନ୍ତି। ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରୁଥିବା କଂଗ୍ରେସ ନେତୃବର୍ଗ ଏପରିକି ମହିଳା ସାଂସଦ ମାନଙ୍କୁ ଯେଉଁ ଭଳି ଭାବରେ ଅମାନୁଷିକ ବ୍ୟବହାର କରୁଛନ୍ତି ତାହା ସ୍ୱାଧୀନ ଭାରତ ବର୍ଷରେ ଗଣତନ୍ତ୍ର କେବେ ଦେଖାଯାଉନଥିଲା ବୋଲି ପୂର୍ବତନ ପି.ସି.ସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। ଯେଉଁ ନ୍ୟାସନାଲ ହେରାଲ୍‌ଡ଼ ଖବର କାଗଜର ମନି ଲଣ୍ଡରିଙ୍ଗ କଥା କୁହାଯାଉଛି, ଆଜି ପର୍ଯ୍ୟନ୍ତ କୌଣସି ବି ଥାନାରେ ଏପର୍ଯ୍ୟନ୍ତ ଏତଲା ଦାୟର ହୋଇନାହିଁ ବୋଲି ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ ମତବ୍ୟକ୍ତ କରିଥିଲେ। ଯଦି ଏତଲା ଦାୟର ହୋଇଛି, ତାହା ହେଲେ ଇଡ଼ି କିମ୍ବା ମୋଦୀ ଓ ଅମିତ ଶାହା ଏହାର ଏତଲା ସଂଖ୍ୟା ନମ୍ବର କେତେ, କେଉଁ ତାରିଖରେ ଓ କେଉଁଠି ହୋଇଛି ବୋଲି ଦେଶବାସୀଙ୍କୁ ଜଣାନ୍ତୁ ବୋଲି ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ଜୟଦେବ ଜେନା କହିଛନ୍ତି। ସାରା ଭାରତ ବର୍ଷରେ କଂଗ୍ରେସ ନେତୃବର୍ଗ ଓ କଂଗ୍ରେସ କର୍ମୀମାନେ, ଗାନ୍ଧୀ ପରିବାର ପଛରେ। ଭାରତୀୟ ଜନତା ପାର୍ଟିର ଜୁମୁଲା ବାଜି ଯୋଗୁ ଆଜି ଦେଶ ରସାତଳ ଗାମି। ଦୀର୍ଘ ୮ ବର୍ଷ ପରେ ୮ ଟି ସମସ୍ୟାକୁ କେନ୍ଦ୍ରର ମୋଦୀ ନେତୃତ୍ୱ ବିଜେପି ସରକାର ସମାଧାନ କରିବାର ସଂପୂର୍ଣ୍ଣ ଅସମର୍ଥ ବୋଲି ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ପ୍ରାକ୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା ନିଜ ଅଭିଭାଷଣରେ ବର୍ଣ୍ଣନା କରିଥିଲେ। ଏହି ପ୍ରତିବାଦ ଓ ଧାରଣା କାର୍ଯ୍ୟକ୍ରମକୁ ବରିଷ୍ଠ କଂଗ୍ରେସ ନେତା ତଥା ଏ.ଆଇ.ସି.ସି. ଟ୍ରେନିଙ୍ଗ କୋଅଡ଼ିନେଟର ଶ୍ରୀଯୁକ୍ତ ଶୁଭେନ୍ଦୁ ମହାନ୍ତି ପରିଚାଳନା କରିଥିବାବେଳେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ୍ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଏହି ପ୍ରତିବାଦ ଧାରଣା ସଭାରେ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ସନ୍ତୋଷିଂ ସାଲୁଜା, ଦାଶରଥି ଗମାଙ୍ଗୋ, ବରିଷ୍ଠ କଂଗ୍ରେସ ନେତା ସର୍ବଶ୍ରୀ ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ମହାପାତ୍ର, ଯୁଧିଷ୍ଠିର ଜେନା, ଲଲାଟେନ୍ଦୁ ମହାପାତ୍ର, ସୁରେନ୍ଦ୍ର କୁମାର ପରମାଣିକ, ନିମାଇ ସରକାର, ରବିନ୍ଦ୍ର ମଲ୍ଲିକ, ଡକ୍ଟର ଦେବାଶିଷ ପଟ୍ଟନାୟକ, ଇଂ ସଶ୍ମିତା ବେହେରା, ବିଶ୍ୱରଞ୍ଜନ ମହାନ୍ତି, ବନ୍ଦିତା ପରିଡ଼ା, ଲୋକନାଥ ମହାରଥି, କିଶୋର ଜେନା, ଚିନ୍ମୟ ସୁନ୍ଦର ଦାସ, ସ୍ମୃତିରଞ୍ଜନ ଲେଙ୍କା, ୟାସିର ନୱାଜ, ବାଙ୍କନିଧି ବେହେରା, ଅମୀୟ ପଟ୍ଟନାୟକ, ଚିନ୍ମୟ ବେଉରା, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ରାଜୀବ ପଟ୍ଟନାୟକ, ଶିବାନନ୍ଦ ରାୟ, ଜାନକୀବଲ୍ଲଭ ପଟ୍ଟନାୟକ, ସମୀର ରାଉତରାୟ, ବିଷ୍ମୟ ମହାପାତ୍ର, ବିଶ୍ୱଭୂଷଣ ଦାସ, ଅନୁଲେଖା ଭୁଷା, ରଶ୍ମି ମହାପାତ୍ର, ମଧୁସ୍ମିତା ଆଚାର୍ଯ୍ୟ, ନିରଞ୍ଜନ ନାୟକ, ଜୟନ୍ତ ମହାନ୍ତି, ସ୍ୱାଧୀନବାଳା ଦାସ, କୈଳାସ ସାହୁ, ସତ୍ୟବ୍ରତ ନାୟକ, ତରୁଣ ମିଶ୍ର, ମନୋରଞ୍ଜନ ଦାସ, ନକୁଳ ନାୟକ, ଲଲାଟେନ୍ଦୁ ଦାସ, ଜ୍ଞାନରଞ୍ଜନ ପଟ୍ଟନାୟକ, ସୁଶାନ୍ତ ତ୍ରିପାଠୀ, ରାଜ କିଶୋର ବାରିକ, ସୁବ୍ରତ ମହାପାତ୍ର, ଦିପକ କୁମାର ମହାପାତ୍ର, ଦୀପକ କୁମାର ସାହୁ, ନିରୁପମା ଦାସ, ନିରୁପମା ପାତ୍ର, ନିର୍ମଲା ମଲ୍ଲିକ, ସମ୍ଭୁନାଥ ପାଣିଗ୍ରାହି, ଜ୍ୟୋତିଷ ସାହୁ, ଏମ୍‌.ଡ଼ି ସାହା ଦୁଲ୍ଲା, ଯୋଗୀନାଥ ବାହୁବଳେନ୍ଦ୍ର, ରଜତ ଚୌଧୁରୀ, ଆଲୋକ ମହାନ୍ତି, ମିହିର ଅଚାର୍ଯ୍ୟ, ମାନସ ଆଚାର୍ଯ୍ୟ, ନିତ୍ୟାନନ୍ଦ ମହାନ୍ତି, ରୂପଦିପ୍ତା ମହାପାତ୍ର, ବିନ୍ଦ୍ୟବିନି ସାହୁ, ଉର୍ବଶ୍ରୀ ମିଶ୍ର, ନିରଞ୍ଜନ ଦାସ, ଚୈତାଳି ପଟ୍ଟନାୟକ, ଆକବର ଅଲ୍ଲୀ, ସଂଜୟ ରାଉତ, ଜୟନ୍ତ ଭୋଇ, ରଞ୍ଜିତ ପାତ୍ର, ବିଶ୍ୱଭୂଷଣ ମହାପାତ୍ର, ପ୍ରକାଶ ମିଶ୍ର ଓ ବୈଲୋଚନ ସାହୁ ପ୍ରମୁଖ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତାମାନେ ଧାରଣା ଓ ପ୍ରତିବାଦ ସଭାରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କର ବିରୋଧରେ ନାରାବାଜି କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.