Home ଜିଲ୍ଲା ପରିକ୍ରମା ଆକାଶବାଣୀ ଏବଂ ଦୂରଦର୍ଶନ୍ ବୈଷୟିକ କର୍ମଚାରୀ ସଂଘର ବୈଠକ୍

ଆକାଶବାଣୀ ଏବଂ ଦୂରଦର୍ଶନ୍ ବୈଷୟିକ କର୍ମଚାରୀ ସଂଘର ବୈଠକ୍

76

ସମ୍ବଲପୁର, ୧୮/୮ (ଓଡ଼ିଆ ପୁଅ) – ଶନିବାରଦିନ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ପରିସରରେ ଆକାଶବାଣୀ ଏବଂ ଦୂରଦର୍ଶନ ର ବୈଷୟିକ କର୍ମଚାରୀ ସଂଘ (ଆଦି) ସମ୍ବଲପୁର ଶାଖା ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ସମ୍ବଲପୁର ଆକାଶବାଣୀ, ଦୂରଦର୍ଶନ ଓ ଆଖପାଖ କେନ୍ଦ୍ରର ସଦସ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ଏହି ଅବସରରେ ଅବସରପ୍ରାପ୍ତ ସଦସ୍ୟ ଶ୍ରୀ ସୁରେନ୍ଦ୍ର କୁମାର ବେହେରା, ଶ୍ରୀ ପ୍ରମୋଦ କୁମାର ପଟ୍ଟନାୟକ ଏବଂ ଶ୍ରୀ ଜଗଦୀଶ ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ନବ ନିର୍ବାଚିତ ଜୋନାଲ ଯୁଗ୍ମ ସମ୍ପାଦକ ଶ୍ରୀ ସତ୍ୟରଞ୍ଜନ ପଣ୍ଡା ଓ ସମ୍ବଲପୁର କ୍ଷେତ୍ର ସମ୍ପାଦକ ଶ୍ରୀ ଅମରେନ୍ଦ୍ର ବେହେରାଙ୍କୁ ମଧ୍ୟ ସଦସ୍ୟ ମାନେ ସ୍ୱାଗତ ଓ ସମ୍ମାନିତ କରିଥିଲେ। ଏହି ବୈଠକରେ ଶ୍ରୀ ଏମ୍.ଆର.କେ ରାଓ, ଶ୍ରୀ ମୁକୁନ୍ଦ ପ୍ରଧାନ, ଶ୍ରୀ ତାପସ ଦାସ, ଶ୍ରୀ ସଞ୍ଜୟ ସରକାର, ଶ୍ରୀ ଭୁଞ୍ଜ ପଟେଲ ଓ ଶ୍ରୀ ଅଜୟ କୁମାର ସାହୁ ମୁଖ୍ୟ ଭୂମିକା ଗ୍ରହଣ କରି କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ।କର୍ମଚାରୀଙ୍କ ଭବିଷ୍ୟତ ଏବଂ ସଂଘର ବିଭିନ୍ନ କାର୍ୟ୍ୟକ୍ରମ ଉପରେ ଏହି ବୈଠକରେ ବିଶେଷ ଆଲୋଚନା ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.