Home Top News ଆଉ ଖେଳି ପାରିବେ ନାହିଁ କି ଲୋକପ୍ରିୟ ମୋବାଇଲ୍ ଗେମ୍ ଗାରେନା ଫ୍ରିଫାୟାର ?

ଆଉ ଖେଳି ପାରିବେ ନାହିଁ କି ଲୋକପ୍ରିୟ ମୋବାଇଲ୍ ଗେମ୍ ଗାରେନା ଫ୍ରିଫାୟାର ?

86

ନୂଆ ଦିଲ୍ଲୀ ୧୪-୨ (ଓଡ଼ିଆ ପୁଅ) PUBG ପରେ ଏବେ ଲୋକପ୍ରିୟ ମୋବାଇଲ୍ ଗେମ୍ ଗାରେନା ଫ୍ରିଫାୟାରକୁ ମଧ୍ୟ ଭାରତରେ ବ୍ୟାନ କରାଯାଇଛି। ଭାରତ ସରକାର ପୁଣି ଥରେ ୫୪ ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଗାରିନା ଫ୍ରି ଫାୟାର ଭାରତରେ ଏକ ବହୁତ ଲୋକପ୍ରିୟ ମୋବାଇଲ୍ ଗେମ୍‌ ଏବଂ ଏହା ମଧ୍ୟ ଗୁଗୁଲ୍ ପ୍ଲେ ଷ୍ଟୋରରେ ଆଉ ଉପଲବ୍ଧ ନୁହେଁ।

ଅବଶ୍ୟ, ଗାରିନ୍ ଫ୍ରି ଫାୟାର ଏପର୍ଯ୍ୟନ୍ତ ମୋବାଇଲରେ ଚାଲିବା ବନ୍ଦ କରିନାହିଁ। କାରଣ ଏହା ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପଲ ଆପ୍‌ ଷ୍ଟୋରରୁ ହଟିଯାଇଥିଲେ ମଧ୍ୟ ଏହା ଏବେ ମଧ୍ୟ କାମ କରୁଛି। ତେବେ କିଛି ଲୋକ ଟ୍ୱିଟର ପ୍ରତିକ୍ରିୟା ଦେଇ ଲେଖିଛନ୍ତି ଯେ ସେମାନେ ଏବେ ଏହି ଖେଳକୁ ଲଗଇନ୍ କରିରପାରୁ ନାହାଁନ୍ତି।

ସୂଚନାଯୋଗ୍ୟଯେ, ଆପଲ୍ ଆପ୍ ଷ୍ଟୋର୍ ଏବଂ ଗୁଗଲ୍ ପ୍ଲେ ଷ୍ଟୋରରୁ ଗରେନା ଫ୍ରିଫାୟାରକୁ ହଟାଇ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଭାରତ ସରକାର ଏହି ଆପ୍ସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ତାଲିକାରେ ସମୁଦାୟ ୫୪ ଟି ଆପ୍ ଅଛି।

ପବଜୀ ବ୍ୟାନ ହେବା ପରେ, ଫ୍ରିଫାୟାର୍ ଭାରତରେ ଅଧିକ ଲୋକପ୍ରିୟ ହୋଇଥିଲା ଏବଂ ଅଧିକରୁ ଅଧିକ ୟୁଜର୍ସ, ଏହାକୁ ବ୍ୟବହାର କଲେ, ସୂଚନାଯୋଗ୍ୟଯେ, ଫ୍ରିଫାୟାର ଏକ ସିଙ୍ଗାପୁର କମ୍ପାନୀ ବୋଲି ନିଜକୁ ଦାବି କରିଛି। ଏହି ଖେଳ ଏକ ଯୁଦ୍ଧ ଖେଳ ଯେଉଁଥିରେ ୫୦ ଖେଳାଳି ଏକାସାଙ୍ଗରେ ଖେଳିପାରିବେ। ଏହି ଖେଳ ଭାରତରେ ଅଧିକ ଲୋକପ୍ରିୟ କାରଣ ହେଉଛି ଏହାକୁ ଖେଳିବା ପାଇଁ ଗେମିଙ୍ଗ ସ୍ମାର୍ଟଫୋନ୍ ଆବଶ୍ୟକ ପଡ଼େନାହିଁ। ଶସ୍ତା ସ୍ମାର୍ଟଫୋନରେ ମଧ୍ୟ ଏହାକୁ ଖେଳାଯାଇପାରୁଥିଲା।

ଏକ ଖବର ଅନୁଯାୟୀ, ଗାରେନା ଫ୍ରି ଫାୟାର ଗେମ୍ ବ୍ୟାନ୍ ସମ୍ବନ୍ଧ ମଧ୍ୟ PUBG ସହିତ ସଂଯୁକ୍ତ ବୋଲି କୁହାଯାଉଛି। ପ୍ରକୃତରେ, ମାସେ ପୂର୍ବରୁ, PUBG ନିର୍ମାତା କ୍ରାଫ୍ଟନ୍ ଇନ୍ ଫ୍ରି ଫାୟାର ଉପରେ ମକଦ୍ଦମା ଦାୟର କରିଥିଲା। କ୍ରାଫ୍ଟନ୍ ଦାବି କରିଛି ଯେ ଫ୍ରିଫାୟାରରେ PUBG ରୁ ଅନେକ କପି କରାଯାଉଛି।

କ୍ରାଫ୍ଟନ୍, ଆପ୍ କୁ ନହଟାଇଥିବାରୁ ଗୁଗୁଲ୍ ଏବଂ ଆପଲ୍ ଉପରେ ମଧ୍ୟ ମକଦ୍ଦମା ଦାୟର କରିଥିଲା। ତେଣୁ ଏହା ମଧ୍ୟ କୁହାଯାଉଛି ଯେ PUBG ଦ୍ୱାରା କରାଯାଇଥିବା ମକଦ୍ଦମା ଯୋଗୁଁ ଏହାକୁ ପ୍ଲାଟଫର୍ମରୁ ହଟାଇଦିଆଯାଇଛି।

ଏଠାରେ ସୂଚନାଦିଆଯାଇପାରେଯେ, ଫ୍ରିଫାୟାର ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପ୍ ଷ୍ଟୋରରୁ ଆପ୍ ଷ୍ଟୋରରୁ ହଟିଯାଇଛି ତେଣୁ ଏହାକୁ ନୂତନଭାବେ ଡାଉନଲୋଡ୍ କରିବା ସମ୍ଭବ ହୋଇପାରିବ ନାହିଁ ଏବଂ ଭାରତ ସରକାରଙ୍କର ଏହି ପଦକ୍ଷେପ ପରେ ଟେଲିକମ୍ କମ୍ପାନୀଗୁଡ଼ିକୁ ମଧ୍ୟ ଏହି ଆପ୍ସର ପ୍ରବେଶ ବନ୍ଦ କରିବାକୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.