Home ଓଡ଼ିଶା ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ଭଦ୍ରକ ଜିଲା ଶାଖା ପକ୍ଷରୁ ମୁଖ୍ୟଶାସନ ସଚିବଙ୍କୁ ଦାବିପତ୍ର, କୁଶ୍ଚିତ ବ୍ୟବସ୍ଥା...

ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ଭଦ୍ରକ ଜିଲା ଶାଖା ପକ୍ଷରୁ ମୁଖ୍ୟଶାସନ ସଚିବଙ୍କୁ ଦାବିପତ୍ର, କୁଶ୍ଚିତ ବ୍ୟବସ୍ଥା ଉଚ୍ଛେଦ ଓ ସ୍ଥାୟୀ ନିଯୁକ୍ତି ଦାବି, ୧୪ ରୁ କଳାବ୍ୟାଜ୍ ଓ ୨୬ ରୁ ଗଣଧାରଣା ଚେତାବନୀ

29

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ୍ କର୍ମଚାରୀ ମହାସଂଘ ଭଦ୍ରକ ଜିଲା ଶାଖା ପକ୍ଷରୁ ଉକ୍ତ ବ୍ୟବସ୍ଥା ଉଚ୍ଛେଦ ଓ ସ୍ଥାୟୀ ନିଯୁକ୍ତି ନେଇ ଏକ ସ୍ମାରକପତ୍ର ଅତିରିକ୍ତ ଜିଲାପାଳ ରାମଦାସ ଟୁଡୁଙ୍କ ଜରିଆରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି। ମହାସଂଘର ପତ୍ର ଅନୁସାରେ ତିନିଗୋଟି ଗଣତାନ୍ତ୍ରିକ ବୃହତ୍ ଆନ୍ଦୋଳନ, ଅର୍ଥମନ୍ତ୍ରୀଙ୍କ ଗତ ୨୦୧୭ ମସିହା ଡିସେମ୍ବର ୨୨ ତାରିଖର ପ୍ରତିଶ୍ରୁତି ଓ ଅର୍ଥ ସଚିବଙ୍କ ଦ୍ୱାରା ଆହୁତ ୨୦୧୮ ମସିହା ମାର୍ଚ୍ଚ ୧୪ ତାରିଖ ବୈଠକର ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ଆଜିପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲା, ମୁଖ୍ୟ ଦପ୍ତର ତଥା ସଚିବାଳୟରେ କାମ କରୁଥିବା ଉଚ୍ଚ ଶିକ୍ଷିତ କର୍ମଚାରୀମାନଙ୍କ ଉପରୁ ଆଉଟସୋର୍ସିଙ୍ଗ୍ ଭଳି କୁଶ୍ଚିତ, ଘୃଣ୍ୟ ଓ କଳଙ୍କିତ ବ୍ୟବସ୍ଥା ଉଠାଗଲା ନାହିଁ। ଦିନକୁ ଦିନୁ ଶୋଷଣର ମାତ୍ରା ବୃଦ୍ଧି ପାଉଥିବାବେଳେ ଅର୍ଥ ସଚିବ ଓ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ଏହା ଉପରେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ। ସାରା ରାଜ୍ୟରେ ଏଥିନିମନ୍ତେ ଅଶାନ୍ତି ସୃଷ୍ଟି ହେବା ସହ କର୍ମଚାରୀମାନେ ଆର୍ଥିକ, ସାମାଜିକ ଦୂରାବସ୍ଥା ମଧ୍ୟକୁ ଠେଲି ହୋଇଯାଉଛନ୍ତି।

ଏଥିପାଇଁ ୨୦୧୮ ମସିହା ଜୁନ୍ ୨୫, ୨୬ ଓ ୨୭ ତାରିଖ ତିନିଦିନ ଧରି ମହାତ୍ମା ଗାନ୍ଧି ମାର୍ଗରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରାଯାଇଥିଲା। ପରେ ମୁଖ୍ୟ ଶାସନ ସଚିବ ଏକମାସ ମଧ୍ୟରେ ସେମାନଙ୍କର ଦାବିକୁ ପୂରଣ କରାଯିବାର ଲିଖିତ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁଃ ଦୁଃଖର ବିଷୟ ପ୍ରାୟ ୫ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସରକାର କିଛି ବୁଝିନାହାଁନ୍ତି। ଆସନ୍ତା ୨୦ ତାରିଖ ମଧ୍ୟରେ ଆଉଟସୋର୍ସିଙ୍ଗ ଭଳି କୁଶ୍ଚିତ ବ୍ୟବସ୍ଥାକୁ ଉଚ୍ଛେଦ କରି ଦୀର୍ଘବର୍ଷ ଧରି ସନ୍ତୋଷଜନକ ସେବା ଯୋଗାଇ ଆସୁଥିବା କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆନଗଲେ, ମହାସଂଘ ପକ୍ଷରୁ ଆସନ୍ତା ୧୪ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରତିବାଦତ୍ମକ କଳାବ୍ୟାଜ୍ ପରିଧାନ ସହ ଆସନ୍ତା ୨୬ ତାରିଖ ଠାରୁ ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣା ଦିଆଯିବାର ଚେତାବନୀ ଦିଆଯାଇଛି। ଏହି ସ୍ମାରକପତ୍ର ମହାସଂଘର ଜିଲା ସଭାପତି ଅସିମାନନ୍ଦ ରାୟଙ୍କ ନେତୃତ୍ୱରେ ସଂଘର ବହୁ ସଦସ୍ୟଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲାପାଳ ଶ୍ରୀ ଟୁଡୁଙ୍କୁ ପ୍ରଦାନ କରାଯାଇଛି। ଏହାର ଏକକିତା ନକଲ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ/କମିଶନର ତଥା ଶାସନ ସଚିବ/ ସମସ୍ତ ବିଭାଗୀୟ ମୁଖ୍ୟ/ ସମସ୍ତ ଜିଲାପାଳ/ସମସ୍ତ ଜିଲା ଆରକ୍ଷୀ ଅଧୀକ୍ଷକ, ସମସ୍ତ ନିଗମର ଅଧ୍ୟକ୍ଷ/ ଅଧ୍ୟକ୍ଷା/ପ୍ରଧାନ ମୁଖ୍ୟ ବନ ସଂରକ୍ଷକ/ସମସ୍ତ ବନ ମୁଖ୍ୟ ସଂରକ୍ଷକ/ସମସ୍ତ ପ୍ରକଳ୍ପ ନିର୍ଦ୍ଦୋକ/ସମସ୍ତ ବନଖଣ୍ଡ ଅଧିକାରୀ/ସମସ୍ତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ/ସମସ୍ତ ନିର୍ଦ୍ଦେଶକ ସ୍ୱାସ୍ଥ୍ୟ ବିଭାଗ/ନିର୍ଦ୍ଦେଶକ ରାଜଧାନୀ ଚିକିତ୍ସାଳୟ, ଭୁବନେଶ୍ୱରଙ୍କ ଅବଗତି ନିମନ୍ତେ ପ୍ରେରଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.